ଯୋଗୀ ଆଦିତ୍ୟନାଥଙ୍କ ବଡ଼ ଘୋଷଣା

ୟୁପି: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ବଡ଼ ଘୋଷଣା କରିଛନ୍ତି । ଯୋଗୀ ସରକାର ମାଗଣା ରାସନ ଯୋଜନାକୁ ହୋଲି ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଯୋଗୀଙ୍କ ଏହି ନିଷ୍ପତ୍ତି ଯୋଗୁଁ ପ୍ରାୟ ୧୫ କୋଟି ଲୋକ ଉପକୃତ ହେବେ । ଗହମ, ଚାଉଳ ବ୍ୟତୀତ ମାଗଣା ରାସନ ଯୋଜନାରେ ଡାଲି, ତେଲ ଓ ଲୁଣ ଯୋଗାଇବାକୁ ନିଷ୍ପତ୍ତି ନେଇଛନ୍ତି ଯୋଗୀ ସରକାର । ସେ କହିଛନ୍ତି ଯେ ରାଜ୍ୟର ପ୍ରାୟ ୧୫ କୋଟି ଜନତା ଏହି ଯୋଜନାର ଲାଭ ପାଇବେ । ମାଗଣା ରାସନ ସହିତ ବର୍ତ୍ତମାନ ଡାଲି, ତେଲ ଏବଂ ଲୁଣ ମଧ୍ୟ ବଣ୍ଟନ କରାଯିବ ବୋଲି ଯୋଗୀ କହିଛନ୍ତି ।