କେମିତି ମଲେ ଡାକ୍ତରୀ ଛାତ୍ରୀ ସୁଭାନୀ?

Died case

ବ୍ରହ୍ମପୁର: ପ୍ରତିଷ୍ଠିତ ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ ପିଜି ଛାତ୍ରୀଙ୍କର ମୃତ୍ୟୁକୁ ନେଇ ସନ୍ଦେହ ଉପୁଜିଛି । ମୃତ ଛାତ୍ରୀଙ୍କ ନାମ ସୁଭାନୀ ପଟ୍ଟନାୟକ । ସେ ପିଜି ପ୍ରଥମ ବର୍ଷର ଛାତ୍ରୀ ଥିଲେ । ତାଙ୍କ ଘର ପୁରୁଷୋତମପୁର ଅଂଚଳରେ ।
ତାଙ୍କର ଅନ୍ୟ ସାଙ୍ଗମାନେ ହସ୍ପିଟାଲ ଯିବାକୁ ବାହାରିବା ସମୟରେ ଦେଖିଲେ ସୁଭାନୀଙ୍କ ରୁମ ବନ୍ଦ ରହିଛି । ପରେ ଜଣାପଡ଼ିଲା ସେ ଗୁରୁତର ଅସୁସ୍ଥ ଅଛନ୍ତି । ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା । ଡାକ୍ତର ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରି ମୃତ ଘୋଷଣା କରିଥିଲେ ।

ଘଟଣା ସଂପର୍କରେ ସୂଚନା ପାଇ ତାଙ୍କ ବାପା ଡାକ୍ତରଖାନାରେ ପହଂଚିଥିଲେ । ପୁଲିସ ସୂଚନା ମୁତାବକ ସୁଭାନୀଙ୍କର ମାଇଗ୍ରେନ୍‌ ସମସ୍ୟା ଥିଲା । ଅଧିକ ମାତ୍ରାର ଔଷଧ ସେବନ କରି ସେ ଗୁରୁତର ଅସୁସ୍ଥ ହୋଇ ପାରିଥାନ୍ତି ।

ତେବେ ସୁଭାନୀ ଜଣେ ଡାକ୍ତର ହୋଇଥିବାରୁ ଅଧିକ ମାତ୍ରାର ଔଷଧ ସେବନ ପ୍ରତି ଅନେକ ଛାତ୍ରଛାତ୍ରୀ ବିଶ୍ୱାସ କରୁନାହାନ୍ତି । ପୁଲିସ ସୁଭାନୀଙ୍କର ମୃତଦେହକୁ ଜବତ କରି ବ୍ୟବଚ୍ଛେଦ କରିଛି । ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ।
ସୁଭାନୀଙ୍କର କାହା ସହିତ ପ୍ରେମ ସଂପର୍କ ଥିବାର ଆଶଙ୍କା କରାଯାଉଛି । ମାତ୍ର ତାଙ୍କର ସାଙ୍ଗମାନେ ସେ ପ୍ରସଙ୍ଗରେ କିଛି କହିନାହାନ୍ତି ।