ଏହିସବୁ ସମସ୍ୟା ଥିଲେ ଘିଅ ଖାଇବାଠାରୁ ରୁହନ୍ତୁ ଦୂରରେ, ନଚେତ୍ ବଢିଯିବ ସମସ୍ୟା

କୌଣସି ଜିନିଷ ଖାଇବା ଦ୍ବାରା କ୍ଷତି ଏବଂ ଲାଭ ଉଭୟ…

କୌଣସି ଜିନିଷ ଖାଇବା ଦ୍ବାରା କ୍ଷତି ଏବଂ ଲାଭ ଉଭୟ ହୋଇଥାଏ । କାରଣ ସମସ୍ତଙ୍କ ଶରୀର ଏକା ଭଳି ହୋଇନଥାଏ । ସମସ୍ତଙ୍କ ଶରୀରରେ ଭିନ୍ନ ଭିନ୍ନ ଜିନିଷର ପ୍ରଭାବ ଭିନ୍ନ ହୋଇଥାଏ । ଯେଉଁଥିରେ ଘିଅ ମଧ୍ୟ ସାମିଲ ଅଛି । ଏହା ଜରୁରୀ ନୁହେଁ ଯେ ସମସ୍ତଙ୍କ ଶରୀରରେ ଘିଅ ସୁଟ୍ କରେ । କିଛି ଜଣଙ୍କ ଶରୀରରେ ଏହା ସହଜରେ ହଜମ ହୋଇଯାଇଥାଏ ତ ଆଉ କାହା ଶରୀରରେ ହଜମ ହୋଇନଥାଏ । ଜାଣନ୍ତୁ କେଉଁମାନେ ଘିଅଠାରୁ ଦୂରେଇ ରହିବା ଉଚିତ୍ ।

ସର୍ବପ୍ରଥମେ ଏମିତି ଲୋକ ଘିଅଠାରୁ ଦୂରେଇ ରୁହନ୍ତୁ ଯେଉଁମାନଙ୍କର କିଛି ବି ପେଟଜନିତ ସମସ୍ୟା ରହିଛି । ଯଦି ଆପଣଙ୍କୁ ଗ୍ୟାସ୍, ବଦହଜମି, ଫୁଲା ସମ୍ବନ୍ଧିତ ସମସ୍ୟା ଅଛି ତେବେ ଆପଣଙ୍କ ପେଟ ଘିଅକୁ ହଜମ କରିପାରିନଥାଏ । ଏମିତିରେ ଆପଣଙ୍କ ଶରୀର ଖରାପ ହୋଇପାରେ । ଭଲ ହେବ ଆପଣ ଘିଅଠାରୁ ଦୂରେଇ ରୁହନ୍ତୁ । ଏମିତି ଲୋକ ଡାକ୍ତରଙ୍କ ବିନା ପରାମର୍ଶରେ ଘିଅ ସେବନ କରନ୍ତୁନାହିଁ ।

ଏହା ବ୍ୟତୀତ ଯେଉଁମାନଙ୍କର ଲିଭର ସମ୍ବନ୍ଧିତ ସମସ୍ୟା ରହିଛି ସେମାନେ ଘିଅଠାରୁ ଦୂରେଇ ରୁହନ୍ତୁ । ଅନ୍ୟଥା ଆପଣଙ୍କ ସମସ୍ୟା ବିପଦ ବଢିପାରେ । କାରଣ ଲିଭରରେ କୌଣସି ପ୍ରକାରର ସମସ୍ୟା ଥିଲେ ଆପଣଙ୍କ ଶରୀରରେ ଘିଅ ଠିକ୍‌ ସେ ହଜମ ହୋଇନଥାଏ । ତେବେ ଏମିତି ଲୋକ ନିଜ ଖାଦ୍ୟରୁ ଘିଅକୁ ହଟାଇ ଦିଅନ୍ତୁ ।

ଯେଉଁ ଲୋକଙ୍କର ଥଣ୍ଡା, କାଶର ସମସ୍ୟା ଅଛି ସେମାନେ ମଧ୍ୟ ଘିଅ ନଖାଇବା ଭଲ । କାରଣ ଏହାଦ୍ବାରା ଆପଣଙ୍କ ସମସ୍ୟା ବଢିପାରେ । ପ୍ରକୃତରେ ଘିଅ ଖାଇବା ଦ୍ବାରା ଶରୀରରେ କଫ ବଢିଥାଏ । ଏମିତିରେ ଯଦି ଆପଣଙ୍କ ଶରୀରରେ ଥଣ୍ଡା, କାଶ ଅଥବା ଜ୍ବର ରହୁଛି ତେବେ ଆପଣ ଘିଅ ଖାଇବାଠାରୁ ଦୂରେଇ ରୁହନ୍ତୁ ।