କଟକ ବୋର୍ଡ ଅଫିସରେ ପ୍ରକାଶ ପାଇଛି ଏହି ମାଟ୍ରିକ୍ ରେଜଲ୍ଟ । ରେଜଲ୍ଟ ପୁସ୍ତକ ଉନ୍ମୋଚନ କଲେ ଗଣଶିକ୍ଷାମନ୍ତ୍ରୀ । ପାସ୍ ହାର ୯୪.୯୩ ପ୍ରତିଶତ ଥିବାବେଳେ ଛାତ୍ରୀଙ୍କ ପାସ୍ ହାର ୯୬ ପ୍ରତିଶତ ରହିଛି । ପୁଅଙ୍କ ପାସ୍ ହାର ୯୪ ପ୍ରତିଶତ ରହିଛି । ଗତ ବର୍ଷ ତୁଳନାରେ ଚଳିତ ବର୍ଷ ପାସ୍ ହାର କମିଛି । ଗତ ବର୍ଷ ପାସ୍ ହାର ୯୬.୨୭ ପ୍ରତିଶତ ଥିଲା । ଏ୧ରେ ୧୮୧୨, ଏ୨ରେ ୧୨,୨୦୦ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଥିବାବେଳେ ବି୧ରେ ୩୮,୮୩୧ ଏବଂ ବି୨ରେ ୮୪,୯୭୧ ଛାତ୍ରଛାତ୍ରୀ ପାସ୍ ହୋଇଛନ୍ତି ।