ବରଗଡ(ସାକ୍ସୀ ନ୍ୟୁଜ୍): ବିନ୍ଧ୍ୟବାସିନୀ ସ୍ନାତକ ମହାବିଦ୍ୟାଳୟରେ ଅଧ୍ଯକ୍ଷ ଶ୍ରୀଯୁକ୍ତ ଲୋହିତ କୁମାର ବାରିକଙ୍କ ତତ୍ତ୍ଵାବଧାନରେ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ମହା ଆନନ୍ଦର ସହକାରେ ପାଳିତ ହୋଇଯାଇଛି। ମହାବିଦ୍ୟାଳୟରେ ରାଜନୀତି ବିଜ୍ଞାନ,ଶିକ୍ଷା,ଓଡ଼ିଆ,ଇତିହାସ,ଇଂରାଜୀ ପ୍ରତି ବିଭାଗରେ ଛାତ୍ରଛାତ୍ରୀମାନେ ବହୁ ଶ୍ରଦ୍ଧାର ସହିତ ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ଵାଗତ ଜଣାଇଥିଲେ। ଅଧ୍ୟକ୍ଷ ଶ୍ରୀଯୁକ୍ତ ବାରିକ ମହାବିଦ୍ୟାଳୟର ନୀତି,ନିୟମ ଓ ଶୃଙ୍ଖଳା ସଂପର୍କରେ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରିଥିବାବେଳେ, ପ୍ରାଧ୍ୟାପକ ପ୍ରଭାତ କୁମାର ବିଶ୍ୱାଳ ପଥଭ୍ରଷ୍ଟ ନ ହୋଇ ଉଚିତ ପଥରେପରିଚାଳିତ ହେବା ପାଇଁ ଛାତ୍ରଛାତ୍ରୀଙ୍କୁ କହିଥିଲେ ।
ପ୍ରାଧ୍ୟାପକ ପ୍ରଦୀପ୍ତ କୁମାର ସାହୁ ଛାତ୍ରଛାତ୍ରୀ ମାନଙ୍କୁ ଶୃଙ୍ଖଳିତ ହେବା ପାଇଁ ପରାମର୍ଶ ଦେଇଥିଲେ , ପ୍ରାଧ୍ୟାପିକା ମୀନା କୁମାରୀ ସାହୁ ମଧ୍ୟ ମନୁଷ୍ୟ ଜୀବନରେ ଶିକ୍ଷାର ଗୁରୁତ୍ୱ ସଂପର୍କରେ କହିଥିବା ବେଳେ ଅଧ୍ୟାପକ ପ୍ରଦୀପ କୁମାର ଦେୱାନ ନିରନ୍ତର ଶିକ୍ଷା ଗ୍ରହଣ ପୂର୍ବକ ଲକ୍ଷ୍ୟ ପ୍ରାପ୍ତି ପାଇଁ ପ୍ରେରଣା ଦେଇଥିଲେ। ଅଧ୍ୟାପକ ଦେବରାଜ ସାହୁ,ଅଙ୍କିତ କୁମାର ଦାସ,ଦେବାଶିଷ ଭଏନା,ବିଜୟ ବାରିକ, ଭୀଷ୍ମ ଦେବ ସାହା, ଅଧ୍ୟାପିକା ପୁଷ୍ପମଞ୍ଜରୀ ପ୍ରଧାନ,ଝରଣା ପ୍ରଧାନ,ଅଞ୍ଜଳି ବାଗ ପ୍ରମୁଖ ଉପସ୍ଥିତ ରହି ନିଜ ନିଜ ଅନୁଭାବାତ୍ମକ ବକ୍ତବ୍ୟ ପ୍ରଦାନ କରିଥିଲେ। ସମଗ୍ର ସଭା ପରିଚାଳନା କ୍ଷେତ୍ରରେ ସମସ୍ତ ଛାତ୍ରଛାତ୍ରୀ ଓ ଅଣଶିକ୍ଷକ କର୍ମଚାରୀ ସକ୍ରିୟ ଭାବରେ ସହଯୋଗ କରିଥିଲେ ।