ଆପଣ ଏକ ସେଓ ଖାଇବା ସହିତ ପ୍ରକ୍ରିୟାକୃତ ଖାଦ୍ୟ ଖାଇବାକୁ ତୁଳନା କରିପାରିବେ

ସେଓ ଖାଇବା ଏକ..

ଏକ ପ୍ରକ୍ରିୟାକୃତ ଖାଦ୍ୟ ହଜମ ହେବା ପାଇଁ ୨୪ ଘଣ୍ଟା ସମୟ ଓ ଶରୀରର ୮୦% ଶକ୍ତି ନେଇଥାଏ ।

ସେଓ ହଜମ ହେବାପାଇଁ ହାରାହାରି ଏକ-ଘଣ୍ଟାରୁ ଦୁଇ-ଘଣ୍ଟା ସମୟ ନେଇଥାଏ ଏବଂ ଏହା ହଜମ ପାଇଁ ଶରୀରର ୧୦% ଶକ୍ତି ଆବଶ୍ୟକ କରେ ।

ସେଓ ହଜମ ହେବା ପରେଏହା ଶରୀରକୁ ବିଷାକ୍ତ ପଦାର୍ଥରୁ ମୁକ୍ତ କରିବା ସହ ଶରୀର ସୁସ୍ଥ ଅନୁଭବ ପୁରିଥାଏ |

ପ୍ରକ୍ରିୟାକୃତ ଖାଦ୍ୟ ହଜମ ହେବା ପୂର୍ବରୁ, ସାଧାରଣତଃ ଜଣେ ଅନ୍ୟ ଖାଦ୍ୟ ଖାଇଥାନ୍ତି ଯଦ୍ୱାରା ଶରୀର ହଜମ କ୍ରିୟାରୁ ଆରାମ ପାଇ ନଥାଏ |

ଅଧିକାଂଶ କ୍ଷେତ୍ରରେ, ଏହା ଆଜୀବନ ଚାଲିଥାଏ ଏବଂ ସେଥିପାଇଁ ଆମେ ଦୁର୍ବଳ, ଅଧିକ ଅସୁସ୍ଥ ଏବଂ ନିଷ୍କ୍ରିୟ ଅନୁଭବ କରୁ । କାରଣ ଆମେ ନିଜ ଶରୀରକୁ କେବେ ବି ଆରାମ ଦେଇନଥାଉ ।

ସେଥିପାଇଁ ଶରୀରକୁ ବିଷମୁକ୍ତ ଓ ରୋଗମୁକ୍ତ କରିବା ସମୟରେ ଆମର ମୁଖ୍ୟ ଧ୍ୟାନ ଶରୀରକୁ ଆରାମ ଦେବା ଉପରେ ହୋଇଥାଏ । ଉପଭୋଗ ନୁହେଁ ବରଂ ଶରୀରକୁ ପ୍ରାକୃତିକ ଜଳରେ ଭରପୁର ଓ ସହଜରେ ହଜମ ହେଉଥିବା ଭୋଜନ ଦେବା ଉପରେ ଧ୍ୟାନ ଦିଆଯାଇଥାଏ ।