160×600
160×600

ମୁହଁରେ ବ୍ରଣ ! ଜାଣନ୍ତୁ ଏହି ସରଳ ଉପାୟରେ ପ୍ରତିକାର

ଏଥିରୁ ପୂଜ ଆଦି ମଇଳା ହିଁ ବାହାରିଥାଏ…..

ମୋ ଚେହେରାରେ ବ୍ରଣ ହୋଇଯାଇଛି ଯାହାର ମୁଁ ଅନେକ ଡାକ୍ତରଙ୍କ ଦ୍ୱାରା ଚିକିତ୍ସା କରାଇ ସାରିଲିଣି । ସେମାନେ ଲଗାଇବା ପାଇଁ ଔଷଧ ଦେବା ସହ ଇଂଜେକସନ ବି ଦେଇଛନ୍ତି, କିନ୍ତୁ କୌଣସି ଲାଭ ହୋଇନାହିଁ । ଚେହେରାରେ କଳା ଦାଗ ବି ପଡ଼ିଗଲାଣି । ବ୍ରଣ ଓ କଳାଦାଗ କୁ କିପରି ଦୂର କରାଯାଇପାରିବ ?

ଏତିକି ତ ଆପଣ ବୁଝିସାରିବେଣି ଯେ ବ୍ରଣ ମଇଳା ର ଦ୍ୱାର ଅଟେ । ଏଥିରୁ ପୂଜ ଆଦି ମଇଳା ହିଁ ବାହାରିଥାଏ । ପ୍ରକୃତି ଶରୀରର ମଇଳା କାଢ଼ିବା ପାଇଁ ଆମକୁ ମଳଦ୍ୱାର, ମୂତ୍ରମାର୍ଗ, ରୋମକୁପ ଓ ନାକ ଦେଇଛି ପୁଣି ଏହି ନୂଆ ରାସ୍ତା କାହିଁକି ? ସାଧାରଣତଃ ଯେତେବେଳେ ଲୋକଙ୍କୁ ସାମ୍ନା କବାଟରେ ଯିବାକୁ ରାସ୍ତା ମିଳି ନଥାଏ ତ ସେମାନେ ପଛ ଝରକା ଦେଇ ପଳାଇଥାନ୍ତି ।

ଯେଉଁମାନଙ୍କୁ ବ୍ରଣ ହୋଇଥାଏ ସେମାନଙ୍କ ଶରୀରରେ ଏତେ ଅଧିକ ମଇଳା ଥାଏ ଯେ ତାହା ପ୍ରକୃତିର ରାସ୍ତାରେ ସମ୍ପୂର୍ଣ୍ଣ ବାହାରି ପାରିନଥାଏ ତେଣୁ ଗାଲର ଚମଡା ଫାଡ଼ି ବାହାରିଥାଏ । ସ୍ଵଭାବତଃ ପ୍ରତ୍ୟେକ ଏହା ଚେଷ୍ଟା କରିଥାନ୍ତି ଯେପରି ପରିଶ୍ରମ କମ ହେଉ; ଅତଃ ଶରୀରର ମଇଳା ବି ଶରୀରର କୋମଳତମ ତ୍ୱଚା ଉପରେ ହିଁ ଆକ୍ରମଣ କରିଥାଏ । ତେଣୁ ଆପଣ ପ୍ରକୃତି ଦ୍ୱାରା ପ୍ରଦତ୍ତ ମଳମାର୍ଗକୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରାନ୍ତୁ, ତାଙ୍କ ଉପରେ କମ ଭାର ଦିଅନ୍ତୁ, ବ୍ରଣ ସ୍ୱୟଂ ଚାଲିଯିବ ।