ରକ୍ତଦାନ କରି ଜୀବନ ରକ୍ଷାକଲେ ହେମନ୍ତ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ମେଡିକାଲରେ ତୁରୁମୁଙ୍ଗା (କାଶିପୁର) ଅଞ୍ଚଳରୁ ଆସିଥିବା ଶୈଳେନ୍ଦ୍ର ନାଏକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ବି.ପୋଜେଟିଭ ରକ୍ତ ଆବଶ୍ୟକ ହୋଇଥିଲା । ଏହି ଖବର ଶୁଣି ଆମ୍ ଆଦମୀ ପାର୍ଟିର ଜିଲ୍ଲା ଯୁବ ସଭାପତି ଶ୍ରୀ ହେମନ୍ତ ମହାନ୍ତ କେନ୍ଦୁଝର ମେଡିକାଲକୁ ଯାଇ ଆବଶ୍ୟକ ରକ୍ତ ଦାନ କରିଥିଲେ ।

ବର୍ତ୍ତମାନ ସମୟରେ ଅନେକ ଲୋକ ରକ୍ତ ଅଭାବରୁ ଅସୁବିଧାର ସମ୍ମୁଖୀନ ହେବା ସହ ଜୀବନ ହାରୁଛନ୍ତି । ଏହାକୁ ଦୂର କରିବା ପାଇଁ ରକ୍ତ ଦାନ କରି ଜୀବନ ବଞ୍ଚାଇବା ପାଇଁ ସମସ୍ତେ ସ୍ୱଇଛାରେ ଆଗେଇ ଆସିବାକୁ ଯୁବପିଢିଙ୍କୁ ଆହ୍ୱାନ କରିଛନ୍ତି ହେମନ୍ତ।