ନାଭିରେ ଲଗାନ୍ତୁ ମହୁ ଆସନ୍ତୁ ଜାଣିବା ଏହାର ଉପକାରିତା

ନାଭିରେ ମହୁ ଲଗାଇବା ଦ୍ବାରା ଚର୍ମ ସମସ୍ୟାରୁ….

ନାଭିରେ ମହୁ ଲଗାଇବା ଦ୍ବାରା ଚର୍ମ ସମସ୍ୟାରୁ ନେଇ ହଜମ ପ୍ରକ୍ରିୟା ସହିତ ଜଡିତ ସମସ୍ୟା ପାଇଁ ଏକ ପ୍ରଭାବଶାଳୀ ଚିକିତ୍ସା ହୋଇଥାଏ। ଏହା ଯେକୌଣସି ପ୍ରକାରର ସଂକ୍ରମଣକୁ ଦୂର କରିବାରେ ସହାୟକ ହୋଇଥାଏ। ନାଭିରେ ମହୁ ଲଗାଇଲେ ଚର୍ମର ଶୁଷ୍କତା ଏବଂ ବ୍ରଣ ସମସ୍ୟା ଦୂର ହୋଇଥାଏ।

ଏହା ତ୍ୱଚାକୁ କୋମଳ ରଖିବା ସହିତ ଔଜ୍ଜଲ୍ୟ ବୃଦ୍ଧି କରିଥାଏ। ଏହା ଚର୍ମର ଶୁଷ୍କତାକୁ ଦୂର କରିଥାଏ । ମହୁରେ ମଶ୍ଚରାଇଜିଂ ଗୁଣ ଅଛି, ଏହା ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ବ୍ରଣ ଜନିତ ସମସ୍ୟା ଦୂର କରିବା ପାଇଁ ନାଭିରେ କିଛି ବୁନ୍ଦା ଶୁଦ୍ଧ ମହୁ ପକାନ୍ତୁ।

ଥଣ୍ଡା ଏବଂ ସଂକ୍ରମଣରୁ ଉପଶମ ପାଇଁ ମହୁ ଲାଭଦାୟକ ହୋଇଥାଏ। ଏଥିସହିତ ଏକ ବୁନ୍ଦା ଅଦା ରସ ଏବଂ ମହୁକୁ ମିଶାଇ ନାଭିରେ ଲଗାନ୍ତୁ। ଏହାଦ୍ବାରା ଅନେକ ଲାଭ ମିଳିଥାଏ। ନାଭିରେ ମହୁ ଲଗାଇଲେ ଏହା ସଂକ୍ରମଣରୁ ରକ୍ଷା କରିଥାଏ। ସେହିପରି ମହୁ ଖାଇବା ଦ୍ୱାରା ପେଟ ଯନ୍ତ୍ରଣା ଏବଂ ହଜମ କ୍ରିୟା ଜିନିତ ସମସ୍ୟା ଦୂର ହୋଇଥାଏ ।