ଚୁଟକିରେ ହୋଇପାରିବ ଚୁଟି ଝଡିବା ସମସ୍ୟାର ସମାଧାନ

ଚୁଟି ଝଡିବା ଏବଂ ପାଚିବାକୁ ନେଇ ଚିନ୍ତିତ କି । ଚୁଟକିରେ ହୋଇପାରିବ ଏହି ସମସ୍ୟାର ସମାଧାନ । ଘରୋଇ ଉପାୟରେ କରିପାରିବେ ପ୍ରାକୃତିକ କଳା। ଧଳା ଚୁଟିକୁ କଳା କରିବା ପାଇଁ ଆପଣ ଅଁଳା ବ୍ୟବହାର କରିପାରିବେ। ତେବେ ଧଳା ଚୁଟିକୁ କଳା କରିବା ପାଇଁ ଅଁଳା କେଉଁ ଉପାୟରେ ବ୍ୟବହାର କରାଯାଇପାରିବ ଆସନ୍ତୁ ଜାଣିବା।

ଭିଟାମିନ୍ ସିରେ ଭରପୂର ଅଁଳା, ଅନେକ ଉପାୟରେ ଚୁଟି ପାଇଁ ଲାଭଦାୟକ। ଚୁଟି ଝଡ଼ିବାକୁ ରୋକିବା ଓ ଚୁଟି ବଢେଇବା, ଧଳା ଚୁଟିକୁ କଳା କରିବା ପାଇଁ ଅଁଳା ମଧ୍ୟ ବ୍ୟବହାର କରାଯାଇପାରେ।

ଅଁଳା ପ୍ରାକୃତିକ ଆଣ୍ଟି-ଅକ୍ସିଡାଣ୍ଟରେ ଭରପୂର, ଯାହା ଚୁଟିର ରଙ୍ଗକୁ ଗହରା କରିବାରେ ପ୍ରଭାବଶାଳୀ। ଧଳା ଚୁଟିରେ ଅଁଳା ଲଗାଇବା ଦ୍ୱାରା ଏହା ଚୁଟିର ପିଏଚ ସ୍ତରକୁ ଠିକ୍ କରେ। ଏହା ଚୁଟିକୁ ପାଚିବାରୁ ରୋକିଥାଏ। ଅଁଳାରେ ଭଲ ପରିମାଣର କପର୍ ମଧ୍ୟ ରହିଥାଏ ଯାହା ମେଲାନିନ ଉତ୍ପାଦନରେ ସହାୟକ ହୋଇଥାଏ। କେଶର କଳା ରଙ୍ଗ ମେଲାନିନ୍‌ କାରଣରୁ ହୋଇଥାଏ। ଅଁଳା ଚୁଟିକୁ ଉଭୟ ଭିତରୁ ଏବଂ ବାହାରୁ ଲାଭ ଦେଇଥାଏ, ଯାହା କେବଳ ଚୁଟିକୁ କଳା କରେ ନାହିଁ ବରଂ ଏହାର ସ୍ୱାସ୍ଥ୍ୟକୁ ମଧ୍ୟ ଭଲ ରଖେ।

ଅଁଳା ପାଉଡରରେ ୨ଟା ଭିଟାମିନ୍ ଇ ଟାବଲେଟ୍ ଏବଂ ଟିକେ ଆଲୋଭେରା ଜେଲ ମିଶାଇ ଚୁଟିରେ ଲଗାଇଲେ ବେଶ ପ୍ରଭାବ ପକାଇ ଥାଏ । ଏହି ମିଶ୍ରଣକୁ ଧଳା ଚୁଟିରେ ଲଗାଇ ଅଧ ଘଣ୍ଟା ରଖନ୍ତୁ ଏବଂ ପରେ ଧୋଇ ଦିଅନ୍ତୁ। ଏହାକୁ ନିୟମିତ ବ୍ୟବହାର କରିବା ଦ୍ୱାରା ଚୁଟି ଧଳାରୁ କଳା ହୋଇଥାଏ ।