ମହୁ ଓ ରସୁଣର ଉପକାରିତା ବିଷୟରେ ଜଣାନ୍ତୁ….

ସକାଳେ ଖାଲି ପେଟରେ ସର୍ବଦା ଏହାର ସେବନ କରନ୍ତୁ…

ମହୁ ଓ ରସୁଣ ଉଭୟ ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ। ଏହାକୁ ସେବନ ଦ୍ୱାରା ସ୍ୱାସ୍ଥ୍ୟ ଜନିତ ଅନେକ ସମସ୍ୟା ଦୂର ହେବା ସହ ଚମତ୍କାରୀ ଲାଭ ମିଳିଥାଏ। ମହୁ ଓ ରସୁଣକୁ ଏକାଠି ଖାଇବା ଦ୍ୱାରା ଖୁବ ଲାଭ ମିଳିଥାଏ।

ପ୍ରଥମେ ରସୁଣର ଚୋପା ଛଡାଇ ଏହାକୁ ହାଲକା ଭାବେ ଛେଚି ଦିଅନ୍ତୁ। ଏହାପରେ ଏଥିରେ ମହୁ ମିଶାନ୍ତୁ। ଭଲ ଭାବେ ମହୁ ମିଶିଗଲେ ଏହାକୁ ସେବନ କରନ୍ତୁ।

ସକାଳେ ଖାଲି ପେଟରେ ସର୍ବଦା ଏହାର ସେବନ କରନ୍ତୁ। ଏପରି ଭାବେ ମହୁ ଓ ରସୁଣର ସେବନ କରିବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ। ବିଭିନ୍ନ ପ୍ରକାର ସଂକ୍ରମଣରୁ ଶରୀରକୁ ରକ୍ଷା କରିଥାଏ।