ଶରୀରର ଓଜନ ହ୍ରାସ ପାଇଁ ଆପଣାନ୍ତୁ ଏହି ଟିପ୍ସ

ଅନ୍ୟମାନଙ୍କ ପରିହାସର ପାତ୍ର ମଧ୍ୟ ହେଉଛନ୍ତି। ଆଉ ଏଥିପାଇଁ ଓଜନ କମାଇବାକୁ ଚାହୁଁଛନ୍ତି କି ? ବ୍ୟସ୍ତବହୁଳ ଜୀବନରେ ଜିମ୍‌ ଯିବା କିମ୍ବା ବ୍ୟାୟାମ କରିବା ପାଇଁ ଆମ ପାଖରେ ସମୟର ଘୋର ଅଭାବ ହୋଇଥାଏ।

ତେଣୁ ଆମେ ସକାଳେ ହେଉ ବା ସନ୍ଧ୍ୟାରେ ୱାକ୍‌ କରିଥାଉ। ଏହି ୱାକ୍‌ କଲା ପରେ ମଧ୍ୟ ଆମମାନଙ୍କ ଓଜନ ବା ମୋଟାପଣରେ ବେଶି କିଛି ଫରକ ପଡ଼ି ନ ଥାଏ। ତେବେ ଆପଣ ଭାବୁଥିବେ ମୁଁ ଏତେଦିନ ହେଲାଣି ଚାଲୁଛି, ଓଜନ କାହିଁକି କମୁନାହିଁ। ତେବେ, ଚାଲିବା ସମୟରେ ମଧ୍ୟ କିଛି ନିୟମ ଆପଣାନ୍ତୁ। ଏହା ଦ୍ୱାରା ଆପଣ ନିଶ୍ଚୟ ଫିଟ୍‌ ରହିପାରିବେ।

ସନ୍ଧ୍ୟାବେଳ ଅପେକ୍ଷା ଦିନରେ ବା ସକାଳେ ଅଧିକା ଚାଲିବା ଦ୍ୱାରା ଆମ ଦେହ ସୁସ୍ଥ ରହିଥାଏ। ଏହା ଆମ ଦେହରେ ଥିବା ଫ୍ୟାଟ୍‌ କମାଇଥାଏ। ତେବେ ଆପଣଙ୍କୁ ଯଦି ସପ୍ତାହରେ ସବୁଦିନ ଚାଲିବାକୁ ସମୟ ହେଊନାହିଁ, ତାହାଲେ ଏଥିପାଇଁ ଚିନ୍ତିତ ହୁଅନ୍ତୁ ନାହିଁ। ଯେବେ ବି ଚାଲୁଛନ୍ତି ଅଧିକା ବାଟ ଚାଲନ୍ତୁ। ଆଉ ସବୁଦିନ ଯଦି ଚାଲୁଛନ୍ତି ତାହାଲେ ଆପଣ ୧୫ରୁ ୨୦ ମିନିଟ୍‌ ଚାଲନ୍ତୁ। ଏହା ଆପଣଙ୍କୁ ଫିଟ୍‌ ରଖିବା ସହ ଓଜନ କମାଇବାରେ ମଧ୍ୟ ସାହାଯ୍ୟ କରିବ।