ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଆପଣାନ୍ତୁ ଏହି ଟିପ୍ସ

ତ୍ୱଚାକୁ ଉଜ୍ଜ୍ୱଳ କରିବାରେ ତଥା ଏହାର ଚମକ ବଢ଼ାଇବାରେ ବେଶ୍ ସାହାଯ୍ୟ …

ଆମ ରୋଷେଇ ଘରଗୁଡ଼ିକରେ ରହୁଥିବା ବିଭିନ୍ନ ସାମଗ୍ରୀଗୁଡ଼ିକୁ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ବି ବ୍ୟବହାର କରାଯାଏ। ସେଥିମଧ୍ୟରୁ ଗୋଟିଏ ହେଉଛି ଅଟା। ଏହା ତ୍ୱଚାକୁ ଉଜ୍ଜ୍ୱଳ କରିବାରେ ତଥା ଏହାର ଚମକ ବଢ଼ାଇବାରେ ବେଶ୍ ସାହାଯ୍ୟ କରିଥାଏ। ତା’ହେଲେ ଆସନ୍ତୁ ଜଣିବା ଅଟାକୁ ବ୍ୟବହାର କରି କେମିତି ଫେସ୍‌ ପ୍ୟାକ୍ ତିଆରି କରିପାରିବେ।

ଯଦି ଆପଣଙ୍କ ତ୍ୱଚା ତେଲିଆ, ତା’ହେଲେ ଅଟା ସହିତ କ୍ଷୀର ମିଶାଇ ଫେସ୍ ପ୍ୟାକ୍ ପ୍ରସ୍ତୁତ କରନ୍ତୁ। ଦୁଇ ଚାମଚ (ଖାଇବା ପାଇଁ ବ୍ୟବହ୍ୟତ ଚାମଚ) ଅଟାରେ ଦୁଇ ଚାମଚ କ୍ଷୀର ମିଶାନ୍ତୁ। ଏହାକୁ ମୁହଁ ସହିତ ବେକରେ ମଧ୍ୟ ଲଗାନ୍ତୁ ଓ ୧୫ ମିନିଟ୍ ପର୍ଯ୍ୟନ୍ତ ଛାଡ଼ି ଦିଅନ୍ତୁ। ତା’ପରେ ଥଣ୍ଡା ପାଣିରେ ମୁହଁକୁ ଧୋଇ ଦିଅନ୍ତୁ। ଦେଖିବା ତ୍ୱଚାରୁ ତେଲିଆ ଅଂଶ ଦୂର ହୋଇଯିବ।