ତ୍ୱଚା ଉଜ୍ଜ୍ୱଳ ରଖିବା ପାଇଁ ଆପଣାନ୍ତୁ ଏହି ଟିପ୍ସ

ଆପଣଙ୍କ ମୁହଁ କୋମଳ ହେବା ସହ ଶୁଷ୍କତା ଦୂର ହୋଇଯିବ….

ଘିଅ ଖାଇବା ଦ୍ୱାରା ଶରୀରର ଅନେକ ଲାଭ ହୋଇଥାଏ। କିନ୍ତୁ ଦେଶୀ ଘିଅର ବ୍ୟବହାର ଆମେ ଅନେକ ମାତ୍ରାରେ କରିଥାଉ। ଦେଶୀ ଘିଅକୁ ଆମେ ଖାଦ୍ୟ ରୂପେ ବ୍ୟବହାର କରିଥାଉ। ଦେଶୀ ଘିଅ ଦ୍ୱାରା ଆମେ କେଶ ଓ ମୁହଁକୁ ମଧ୍ୟ ନୂଆ ରୂପ ଦେଇପାରିବା। ଏହାର ବ୍ୟବହାର ଆମ କେଶ ଓ ମୁହଁ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ।

ଯଦି ଆପଣଙ୍କ ମୁହଁ ଶୁଷ୍କ ହେଉଥାଏ, ଦେଶୀ ଘିଅ ବ୍ୟବହାର କରନ୍ତୁ। ଦେଶୀ ଘିଅକୁ ଅଳ୍ପ ଉଷୁମ କରି ଗାଧୋଇବା ବେଳେ ମୁହଁରେ ଭଲ ଭାବରେ ମାଲିସ କରନ୍ତୁ। ଏହାଦ୍ୱାରା ଆପଣଙ୍କ ମୁହଁ କୋମଳ ହେବା ସହ ଶୁଷ୍କତା ଦୂର ହୋଇଯିବ।

ମୁହଁରେ କଳା ଦାଗ ହେଉଥିଲେ ଦାଗ ଛଡାଇବା ପାଇଁ ଦେଶୀ ଘିଅର ବ୍ୟବହାର କରନ୍ତୁ। ପ୍ରତିଦିନ ରାତିରେ ଶୋଇବାକୁ ଯିବା ପୂର୍ବରୁ ମୁହଁର ଯେଉଁ ଜାଗାରେ କଳା ଦାଗ ହୋଇଥିବ ସେଠାରେ ଦେଶୀ ଘିଅ ଲଗାଇ ଶୋଇ ଯାଆନ୍ତୁ। ସକାଳୁ ଉଠି ମୁହଁ ଧୋଇ ଦିଅନ୍ତୁ। ଅଳ୍ପ ଦିନ ପରେ ମୁହଁରେ କଳା ଦାଗ ଛାଡିଯିବ।