କେମିତି କଟିବ ଆଜିର ଦିନ: ଏପ୍ରିଲ ୨୩ ତାରିଖ

ଆଜି ବୁଧବାର । ବୈଶାଖ ମାସର ତୃତୀୟ ଦିନ । ମେଷ କୃଷ୍ଣପକ୍ଷ ଦଶମୀ ତିଥି । ଚନ୍ଦ୍ର ଅବସ୍ଥାନ କରିଛନ୍ତି ଧନିଷ୍ଠା ନକ୍ଷତ୍ର କୁମ୍ଭ ରାଶିରେ ।

ଦଶମୀ ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଯୋଗିନୀ ଉତରରେ ଅବସ୍ଥାନ କରିଛନ୍ତି । ଦିନ ୫ଟା ୪ ମିନିଟ୍‌ ସମୟରେ ଯୋଗିନୀ ଅଗ୍ନିକୋଣକୁ ଗତିରେ ଅବସ୍ଥାନ କରିବେ । ତେଣୁ ଯୋଗିନୀଙ୍କୁ ବାମପାଶ୍ୱର୍ରେ ରଖି ଯାତ୍ରାରମ୍ଭ କରନ୍ତୁ, ଯେଉଁ ଉଦ୍ଦେଶ୍ୟ ରଖି ଯାତ୍ରା କରୁଥିବେ, ତହିଁରୁ ଲାଭ ପାଇବେ ।

ଆଜି ମିଥୁନ ଓ ମୀନ ରାଶିର ଘାତଚନ୍ଦ୍ର । କର୍କଟ ରାଶିର ଘାତବାର । ଅତଏବ ମିଥୁନ, ମୀନ ଓ କର୍କଟ ରାଶିର ଜାତକ ଘରୁ ପଦାକୁ ଗୋଡ଼ କାଢ଼ିବା ପୂର୍ବରୁ ମୁଖ୍ୟ ଦ୍ୱାର ବାମ ପାଖ ଚୌକାଠରେ ମସ୍ତକ ଲଗାଇ ତୁଣ୍ଡରେ ‘ସର୍ବମଙ୍ଗଳେ ମାଙ୍ଗଲ୍ୟେ ଶିବେ ସର୍ବାର୍ଥ ସାଧିକେ, ଶରଣଂ ତ୍ର୍ୟମ୍ବକେ ଗୌରୀ ନାରାୟଣୀ ନମୋସ୍ତୁତେ’ ଉଚ୍ଚାରଣ କରି ବାହାରି ଯାଆନ୍ତୁ । ଆପଣଙ୍କର ସବୁ ବାଧାବିଘ୍ନ ଦୂର ହୋଇଯିବ ।

ଆଜିର ଦିନଟିକୁ ଆପଣ କିପରି କାଟିବେ । ସେ ସଂପର୍କରେ କହିବା ପୂର୍ବରୁ ଛୋଟିଆ ଅନୁରୋଧ କରିବି । ଯୋଉ ଭାଇଭଉଣୀମାନେ ଆମ ଚ୍ୟାନେଲକୁ ପ୍ରଥମ ଥର ଦେଖୁଛନ୍ତି, ସେମାନେ ଆମର ଚ୍ୟାନେଲର ନିୟମିତ ଦର୍ଶକ ହେବାକୁ ଚାହୁଁଥିଲେ, ବେଲ ଆଇକନ୍‌ ଟିପି ଆମକୁ ସବ୍‌ ସ୍କ୍ରାଇଭ କରନ୍ତୁ, ଆପଣଙ୍କ ବ୍ୟକ୍ତିଗତ ସମସ୍ୟାର ସରଳ ସମାଧାନ ପାଇଁ ଆମ କଂମେଟ ବକ୍ସରେ ଆପଣଙ୍କ ନାମ ଓ ମୋବାଇଲ ନମ୍ବର ସେୟାର କରି ଦିଅନ୍ତୁ । ଆମ ଜ୍ୟୋତିଷ ମହୋଦୟ ଆପଣଙ୍କୁ କଲ୍‌ କରି ଆବଶ୍ୟକ ପରାମର୍ଶ ଦେଇପାରିବେ ।

ଏବେ ଆସନ୍ତୁ, ମେଷ ରାଶିର ସଂପର୍କରେ ଜାଣନ୍ତୁ: ମେଷରାଶି ଜାତକଙ୍କ ପାଇଁ ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ । ଘନିଷ୍ଠ ଲୋକଙ୍କ ସହାୟତାରେ କୌଣସି ସମସ୍ୟାର ସମାଧାନ କରିପାରନ୍ତି । କୌଣସି ଗୁରୁତ୍ୱପୂର୍ଣ୍ଣ କାମ ଆରମ୍ଭ କରିପାରନ୍ତି । ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ । ଅଯଥା ରାଗନ୍ତୁନି । ବ୍ୟବସାୟ  ସ୍ୱାଭାବିକ ରୀତିରେ ଚାଲିବ । ନୂତନ ଯୋଜନା କାର୍ଯ୍ୟକାରୀ କରିପାରନ୍ତି । ଚାକିରି କରୁଥିବା ଲୋକଙ୍କୁ ଦୂରସ୍ଥାନକୁ ଯିବାକୁ ପଡ଼ିପାରେ । ବୈବାହିକ ଜୀବନ ସୁଖପ୍ରଦ ରହିବ । ପରିବାର ସହିତ ମିଶି କୌଣସି ଧାର୍ମିକ ପୀଠକୁ ଯାଇପାରନ୍ତି । ସ୍ୱାସ୍ଥ୍ୟ ଏକପ୍ରକାର ଭଲ ରହିବ । ମୁଣ୍ଡବଥା ହୋଇପାରେ । ଆଜି ପାଇଁ ଭାଗ୍ୟଶାଳୀ ରଙ୍ଗ ବାଦାମୀ । ଭାଗ୍ୟଶାଳୀ ନମ୍ବର ୬ ।

ବୃଷ ରାଶି ସଂପର୍କରେ ଜାଣନ୍ତୁ: ଆଜି ଆପଣଙ୍କ ଘରକୁ ଅତିଥି ଆଗମନ କରିପାରନ୍ତି । ପରିଶ୍ରମ ବଳରେ ପାରିବାରିକ ଓ ସାମାଜିକ ସ୍ତରରେ ପତିଆରା ବଜାୟ ରଖିବେ । ପୁଞ୍ଜି ଖଟାଇବା ପୂର୍ବରୁ ଭଲ ଭାବରେ  ତର୍ଜମା କରନ୍ତୁ ନଚେତ୍‌ କ୍ଷତିରେ ପଡ଼ିପାରନ୍ତି । କୌଣସି ନକରାତ୍ମକ କଥା ଆପଣଙ୍କ ମନକୁ ବିଚଳିତ କରିପାରେ । ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ ଏକାଧିକ ସୁଯୋଗ  ଜୁଟିବ । ଅଭିଜ୍ଞ ଲୋକଙ୍କ ପରାମର୍ଶ ଗ୍ରହଣ କରି କର୍ମକ୍ଷେତ୍ରରେ ବଡ଼ ନିଷ୍ପତି ନେଇପାରନ୍ତି । ଚାକିରି କରୁଥିବା ଲୋକଙ୍କୁ ଅନ୍ୟତ୍ର ବଦଳି ସୁଯୋଗ ମିଳିବ, ତେବେ ଭାବିଚିନ୍ତି ନିଷ୍ପତି ନେବା ଉଚିତ ହେବ ।ପରିବାରରେ ତାଳମେଳ ରକ୍ଷା କରନ୍ତୁ । ପରକୀୟା ପ୍ରୀତି ପ୍ରତି ମନ ବଳାନ୍ତୁନି । ବଦନାମ ମୁଣ୍ଡାଇବେ । ସ୍ୱାସ୍ଥ୍ୟ ସବୁ ଦିଗରୁ ଠିକ୍‌ଠାକ୍‌ ରହିବ । ରୋଗ ପ୍ରତିରୋଧକ ବୃଦ୍ଧି  ସଂପର୍କୀତ ଖାଦ୍ୟପେୟ ଗ୍ରହଣ କରନ୍ତୁ । ଆଜି ପାଇଁ ଆପଣଙ୍କ ଭାଗ୍ୟଶାଳୀ ରଙ୍ଗ ଧଳା ଓ ଭାଗ୍ୟଶାଳୀ ନମ୍ବର ୭ ।

ମିଥୁନ ରାଶି ସଂପର୍କରେ ଜାଣନ୍ତୁ: ସକରାତ୍ମକ ଚିନ୍ତାଧାରା ଆପଣଙ୍କୁ ଶାରିରୀକ ଓ ମାନସିକ ସ୍ତରକୁ ସୁଦୃଢ଼ କରିବ । ଦୈନନ୍ଦିନ କାର୍ଯ୍ୟ ସମ୍ପାଦନ ସହିତ ଜୀବନର ଲକ୍ଷ୍ୟକୁ ଏଡ଼ାଇ ଯାଆନ୍ତୁନି । ବିଦେଶ ଯାତ୍ରା କରିପାରନ୍ତି । ପରିବାର ଓ ସାମାଜିକ କ୍ଷେତ୍ରକୁ ସମାନ ସମୟ ଦିଅନ୍ତୁ । ପରିବାରରେ ମନୋମାଳିନ୍ୟ ସ୍ଥିତି ମୁଣ୍ଡ ଟେକିପାରେ । ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି ସବୁକିଛି ଠିକ୍‌ କରିଦେବେ । ଉଧାର ଟଙ୍କା ଫେରି ପାଇବା ଅସମ୍ଭବ ପ୍ରାୟ ମନେହେବ । ଅଫିସ ଓ ବ୍ୟବସାୟ ପ୍ରତିଷ୍ଠାନର ପରିସ୍ଥିତି ଅନୁକୂଳ ରହିବ । ଚାକିରି କରୁଥିବା ମହିଳାଙ୍କ ମୁଣ୍ଡକୁ ଅଧିକ ଦାୟିତ୍ୱ ମୁଣ୍ଡାଇବାକୁ ପଡ଼ିବାର ଆଶଙ୍କା ରହିଛି । ଆଜି ପାଇଁ ଆପଣଙ୍କ ଭାଗ୍ୟଶାଳୀ ରଙ୍ଗ ଜାମୁକୋଳି । ଭାଗ୍ୟଶାଳୀ ନମ୍ବର ୯ ।

କର୍କଟ ରାଶି ସଂପର୍କରେ ଜାଣନ୍ତୁ: କର୍କଟ ରାଶିର ଜାତକ ପାଇଁ ଗ୍ରହ ସ୍ଥିତି ଅନୁକୂଳ ରହିବ । କଠିନ ପରିଶ୍ରମ କରି ସାମାଜିକ ପ୍ରତିଷ୍ଠା ଅର୍ଜ୍ଜନ କରିଛନ୍ତି । ଆଚରଣ ଓ ଉଚ୍ଚାରଣ ଉପରେ ନିୟନ୍ତ୍ରଣ ରକ୍ଷା କରି ଆର୍ଥିକ ଓ ବ୍ୟବସାୟରେ ଆଶାତୀତ ଫାଇଦା ହାସଲ କରିପାରିବେ । ବ୍ୟବସାୟ ତୀବ୍ର ଗତିରେ ଆଗେଇବ ତେବେ ଦ୍ରବ୍ୟର ଗୁଣାତ୍ମକ ମାନକୁ ପ୍ରାଥମିକତା ଦିଅନ୍ତୁ । ଆପଣଙ୍କ ବୁଦ୍ଧିକୁ ସଠିକ ବାଟରେ ପ୍ରୟୋଗ କରନ୍ତୁ । ଟଙ୍କା କରଜ କରିବା ଭଳି ସ୍ଥିତି ଉପୁଜିଲେ ମଧ୍ୟ ତାହା ଲାଭଦାୟକ ରହିବ । କର୍ମକ୍ଷେତ୍ରଟି ସୌହାର୍ଦ୍ଦ୍ୟପୂର୍ଣ୍ଣ ରହିବ । ପ୍ରେମିକା ଅବା ପତ୍ନୀଙ୍କୁ ଛୋଟିଆ ଉପହାରଟିଏ ଦେବାକୁ ଭୁଲନ୍ତୁନି । ଡାଇବେଟିସ୍‌ ଅବା ରକ୍ତଚାପରେ ପୀଡ଼ିତ ଲୋକମାନେ ସତର୍କତା ଅବଲମ୍ବନ କରନ୍ତୁ । ଆଜି ପାଇଁ ଆପଣଙ୍କ ଭାଗ୍ୟଶାଳୀ ରଙ୍ଗ ଗେରୁଆ । ଭାଗ୍ୟଶାଳୀ ଅଙ୍କ ୩।

ସିଂହ ରାଶି ସଂପର୍କରେ ଜାଣନ୍ତୁ: ସିଂହରାଶି ଜାତକ ପସନ୍ଦ ମୁତାବକ କାମ କରନ୍ତୁ । ଆପଣଙ୍କ ପାଇଁ ଲାଭଦାୟକ ରହିବ । ଅଯଥା ସମୟ ନଷ୍ଟ କରନ୍ତୁନି । ଅଯଥା ବାଟରେ ଟଙ୍କା ଉଡ଼ାଇ ଦିଅନ୍ତୁନି । ଠିକ ବାଟରେ ଟଙ୍କା ଖଟାଇ ଆର୍ଥିକ ସ୍ଥିତି ସୁଦୃଢ଼ କରନ୍ତୁ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ପାଇବେ । ବ୍ୟବସାୟ ବଢ଼ାଇବାକୁ ଚାହୁଁଥିଲେ, ଆଖିବୁଜି ମାଡ଼ି ଚାଲନ୍ତୁ । ବୈବାହିକ ଜୀବନ ସୁଖପ୍ରଦ ରହିବ । ପୁରୁଣା ମିତ୍ରଙ୍କ ସହିତ ଆକସ୍ମିକ ଭେଟ ହୋଇପାରେ । ନିୟମିତ ଯୋଗ କରନ୍ତୁ । ମନକୁ ଶାନ୍ତ ରଖନ୍ତୁ । ଆଜି ପାଇଁ ଆପଣଙ୍କ ଭାଗ୍ୟଶାଳୀ ରଙ୍ଗ ହେଉଛି କମଳା । ଭାଗ୍ୟଶାଳୀ ଅଙ୍କ ୫ ।

କନ୍ୟା ରାଶି ସଂପର୍କରେ ଜାଣନ୍ତୁ: କନ୍ୟାରାଶିର ଜାତକ ମଉଜ ମଜଲିସ ଭିତରେ ଦିନଟିକୁ ବିତାଇବେ । ପିଲାଦିନର ସାଙ୍ଗସାଥୀଙ୍କ ଗହଣରେ ରହି ଛୋଟ ପିଲା ହୋଇଯିବେ । ଗୁରୁଜନଙ୍କ ପରାମର୍ଶ ଗ୍ରହଣ କରି ଜମିବାଡ଼ି କିଣାବିକା କରିପାରନ୍ତି । ନିଜ ପରିଶ୍ରମ ଉପରେ ଗଭୀର ବିଶ୍ୱାସ ରଖନ୍ତୁ । ଆଶାଜନକ ଫଳ ପାଇବେ । ନୂତନ କର୍ମନିଯୁକ୍ତି ପାଇପାରନ୍ତି । ସାମାଜିକ ପ୍ରତିଷ୍ଠା ଲାଭ କରିପାରନ୍ତି । ପାର୍ଟନରସିପ୍‌ ଲାଭଦାୟକ ରହିବ । ସରକାରୀ କର୍ମଚାରୀଙ୍କ ମୁଣ୍ଡରେ ଅତିରିକ୍ତ କାମ ଚାପ ପଡ଼ିପାରେ । ପରିବାର ଲୋକଙ୍କ ସହିତ ଯୁକ୍ତିତର୍କ କରନ୍ତୁନି । ବିବାହଯୋଗ୍ୟ ଯୁବକ ଯୁବତୀଙ୍କ ପାଇଁ ନୂତନ ପ୍ରସ୍ତାବ ଆସିପାରେ । କନ୍ୟା ରାଶିର ମହିଳାମାନେ ଆଜି ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ । ଆଜି ପାଇଁ ଆପଣଙ୍କ ଭାଗ୍ୟଶାଳୀ ରଙ୍ଗ ଗେରୁଆ । ଭାଗ୍ୟଶାଳୀ ଅଙ୍କ ୮ ।

ତୁଳା ରାଶି ସଂପର୍କରେ ଜାଣନ୍ତୁ: ତୁଳାରାଶିର ଜାତକଙ୍କ ପାଇଁ ଆଜି ଗ୍ରହମାନଙ୍କ ସ୍ଥିତି ଅନୁକୂଳ ଥିବାରୁ ତା’ର ଫାଇଦାକୁ ହାତଛଡ଼ା କରନ୍ତୁନି । ବୁଝି ବିଚାରି ଘର ଓ ବ୍ୟବସାୟ ଉପରେ ନିଷ୍ପତି ନିଅନ୍ତୁ । ପୂର୍ବ ଯୋଜନା ଅନୁସାରେ ଟଙ୍କା ଖର୍ଚ୍ଚ କରନ୍ତୁ ନଚେତ୍‌ ଆର୍ଥିକ ସମସ୍ୟାରେ ପଡ଼ିପାରନ୍ତି । ମନର ଭାବନାକୁ ପଛକୁ ପକାନ୍ତୁ, ମସ୍ତିଷ୍କକୁ ପ୍ରାଥମିକତା ଦିଅନ୍ତୁ । ସଠିକ ସମୟକୁ ଅପେକ୍ଷା କରନ୍ତୁ । ଅଫିସରେ ପ୍ରତ୍ୟେକ କାମକୁ ସମାନ ଗୁରୁତ୍ୱ ଦିଅନ୍ତୁ । ବୈବାହିକ ଜୀବନରେ ସାମାନ୍ୟ ଝଡ଼ ଆସିପାରେ । ଆପୋଷ ଆଲୋଚନା ଜରିଆରେ ପାରିବାରିକ ସମସ୍ୟାର ସମାଧାନ କରନ୍ତୁ । ମାନସିକ ଦୁଶ୍ଚିନ୍ତା ଓ ଶାରିରୀକ ଦୁର୍ବଳତାକୁ ଏଡ଼ାଇବା ପାଇଁ ନିୟମିତ ବ୍ୟାୟାମ ଓ ଯୋଗ କରନ୍ତୁ । ମା’ଙ୍କ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ୍‌ ହୁଅନ୍ତୁ । ଆଜି ପାଇଁ ଆପଣଙ୍କ ଭାଗ୍ୟଶାଳୀ ରଙ୍ଗ ସବୁଜ । ଭାଗ୍ୟଶାଳୀ ଅଙ୍କ ୭ ।

ବିଛା ରାଶି ସଂପର୍କରେ ଜାଣନ୍ତୁ: ବିଛାରାଶିର ଜାତକ ଆଜି ଏକାଧିକ ଦାୟିତ୍ୱକୁ ସୁଚାରୂ ରୂପେ ତୁଲାଇ ନେବେ । ପିଲାଙ୍କ ନିକଟରୁ କିଛି ଶୁଭ ଖବର ପାଇପାରନ୍ତି । ଅଟକି ଯାଇଥିବା ପୁରୁଣା କାମ ଆଗକୁ ଗଡ଼ିବ । ଅତୀତର ଅପମାନକୁ ପଛକୁ ପକାଇ ନୂତନ ଉତ୍ସାହରେ ଆଗକୁ ମାଡ଼ି ଚାଲନ୍ତୁ । ବିଦ୍ୟାର୍ଥୀମାନେ ପାଠପଢ଼ା ଉପରେ ଅଧିକ ଧ୍ୟାନ ଦିଅନ୍ତୁ । ପାରିବାରିକ ସଂପର୍କ ଅତୁଟ ରଖନ୍ତୁ । ଅଟକି ରହିଥିବା ସରକାରୀ କାମ ଆରାମରେ ସଂପନ୍ନ ହେବ । ଚାକିରି କରୁଥିବା ଲୋକଙ୍କୁ ଓଭର୍‌ ଟାଇମ୍‌ କରିବାକୁ ପଡ଼ିପାରେ । ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ସଠିକ ବୁଝାମଣା ରହିବ । ପ୍ରେମ କ୍ଷେତ୍ରରେ ଗୋଳମାଳିଆ ସ୍ଥିତି ମୁଣ୍ଡ ଟେକିପାରେ । ହାଲିଆ ଅନୁଭବ କରିପାରନ୍ତି । ଠିକ୍‌ ସମୟରେ ଖାଦ୍ୟ ଗ୍ରହଣ କରନ୍ତୁ । ଆଜି ପାଇଁ ଆପଣଙ୍କ ଭାଗ୍ୟଶାଳୀ ରଙ୍ଗ ଲାଲ । ଭାଗ୍ୟଶାଳୀ ଅଙ୍କ ୯ ।

ଧନୁରାଶି ସଂପର୍କରେ ଜାଣନ୍ତୁ: ଧନୁରାଶିର ଜାତକ ବନ୍ଧୁବାନ୍ଧବଙ୍କ ସହିତ ସଂପର୍କକୁ ମଜଭୂତ କରିବା ଉପରେ ଅଧିକ ଦୃଷ୍ଟି ଦିଅନ୍ତୁ । ଛାତ୍ରଛାତ୍ରୀମାନେ ପାଠପଢ଼ା ଉପରେ ଅଧିକ ସମୟ ଦିଅନ୍ତୁ । ଯୋଜନା ମୁତାବକ ଖର୍ଚ୍ଚ କଲେ ଆର୍ଥିକ ସ୍ଥିତି ଚିନ୍ତାଜନକ ରହିବନି । ସାଙ୍ଗସାଥୀ ଅବା ପଡେ଼ାଶୀଙ୍କ ସହିତ ସାମାନ୍ୟ ବଚସା ହୋଇପାରେ । ପିଲାଙ୍କ ଗତିବିଧି ଉପରେ ସତର୍କ ଦୃଷ୍ଟି ରଖନ୍ତୁ । ଜମିବାଡ଼ି ଅବା ଯାନବାହନ ସଂପର୍କୀତ କୌଣସି ସମସ୍ୟା ଆପଣଙ୍କୁ ଚିନ୍ତାଗ୍ରସ୍ତ କରିପାରେ । କାହାକୁ ଟଙ୍କା ଉଧାର ଦିଅନ୍ତୁନି । ଚାକିରି କରୁଥିବା ଲୋକମାନେ ଅତିରିକ୍ତ ଦାୟିତ୍ୱ ମୁଣ୍ଡାଇ ପାରନ୍ତି । ପରିବାର ଲୋକଙ୍କ ସହିତ ମଉଜ ମସ୍ତି କରିପାରନ୍ତି । ସ୍ୱାସ୍ଥ୍ୟ ସମସ୍ୟାକୁ ଏଡ଼ାଇବା ପାଇଁ ନିୟମିତ ଯୋଗ ଓ ବ୍ୟାୟାମ କରନ୍ତୁ । ଆଜି ପାଇଁ ଆପଣଙ୍କ ଭାଗ୍ୟଶାଳୀ ରଙ୍ଗ ଧଳା । ଭାଗ୍ୟଶାଳୀ ଅଙ୍କ ୫ ।

ମକର ରାଶି ସଂପର୍କରେ ଜାଣନ୍ତୁ: ମକର ରାଶିର ଜାତକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ କାମ ଆରମ୍ଭ କରିବା ପାଇଁ ଆଜି ଅନୁକୂଳ ସମୟ ।  ସାଙ୍ଗସାଥୀଙ୍କ ଜରିଆରେ କୌଣସି ସରକାରୀ କାମଟିକୁ ସୁରୁଖୁରୁରେ ଶେଷ କରିପାରନ୍ତି । ଯୁବକ ଯୁବତୀମାନେ ସଫଳତାର ସହିତ କ୍ୟାରିୟର ଗଢ଼ିପାରିବେ । ଟଙ୍କା ଉଧାର ଦେଉଥିଲେ ଫେରସ୍ତ ପାଇବା ଭୁଲି ଯାଆନ୍ତୁ । ଅତୀତର ତିକ୍ତ ସଂପର୍କକୁ ଭୁଲି ସାନି ସଂପର୍କ ସ୍ଥାପନ କରନ୍ତୁ । ବ୍ୟବସାୟକୁ ଅଧିକ ସମୟ ଦିଅନ୍ତୁ ଓ ଟଙ୍କା ଖଟାନ୍ତୁ । ନୂଆ କାମ ଅବା ବ୍ୟବସାୟ ଆରମ୍ଭ କରିବା ଲାଭଦାୟକ ରହିବ । ଆପଣଙ୍କ କାର୍ଯ୍ୟଶୈଳୀ ସଂପର୍କରେ ଗୋପନୀୟତା ରକ୍ଷା କରନ୍ତୁ । ଜୀବନସାଥୀ ଓ ପରିବାର ଆପଣଙ୍କ ପାଦରେ ପାଦ ମିଳାଇ ଚାଲିବାକୁ ତୟାର । ଅଟକି ରହିଥିବା କାମଟିକୁ ଶେଷ କରିବେ । ପ୍ରେମିକା ପ୍ରେମିକଙ୍କ ମଧ୍ୟରେ ତୁ ତୁ ମେଁ ମେଁ ହୋଇପାରେ । ସକରାତ୍ମକ ଚିନ୍ତାଧାରାକୁ ବଜାୟ ରଖନ୍ତୁ । ମନ ଓ ଶରୀର ତାଜା ରହିବ । ଆଜି ପାଇଁ ଆପଣଙ୍କ ଭାଗ୍ୟଶାଳୀ ରଙ୍ଗ ହଳଦିଆ । ଭାଗ୍ୟଶାଳୀ ଅଙ୍କ ୧ ।

କୁମ୍ଭ ରାଶି ସଂପର୍କରେ ଜାଣନ୍ତୁ: କୁମ୍ଭରାଶିର ଜାତକଙ୍କ ବ୍ୟକ୍ତିଗତ ଜୀବନଟି ଆଜି ହସଖୁସି ଭରା ରହିବ । ନିଜ ନିଷ୍ପତିରେ ଅଟଳ ରହି ପାରିଲେ ଆପଣଙ୍କ ସାମାଜିକ ପତିଆରା ଅମଳିନ ରହିବ । କୌଣସି ସାଙ୍ଗ ଅବା ସଂପର୍କୀୟଙ୍କୁ ସାହାଯ୍ୟ କରି ମାନସିକ ଶାନ୍ତି ଲାଭ କରିପାରନ୍ତି । ନିକଟ ସଂପର୍କୀୟଙ୍କ ସହିତ ମନାନ୍ତର ଘଟିବାର ପ୍ରଭାବ ପରିବାର ଉପରେ ପଡ଼ିବ । ଗୁରୁଜନଙ୍କ ପରାମର୍ଶ ଗ୍ରହଣ କରି ସମସ୍ୟାର ସମାଧାନ କରିପାରିବେ । କଟୁକଥା କୁହନ୍ତୁ ନାହିଁ । ନୂଆ କାମ ଆରମ୍ଭ କରି ପାରନ୍ତି । ମାତ୍ର ମନ ମୁତାବକ ଫାଇଦା ପାଇବେନି । ଦୂର ଗରାଖଙ୍କ ନିକଟରୁ କ୍ଷତି ସହିବେ । ପାଖ ସ୍ଥାନକୁ ଯାତ୍ରା କରିପାରନ୍ତି । ପରିବାରରେ ଶାନ୍ତି ବଜାୟ ରଖନ୍ତୁ । ପରକୀୟା ପ୍ରୀତି ଆଡକୁ ମନ ବଳାଇଲେ ବଦନାମ ମୁଣ୍ଡାଇବେ । ପାଦ ଓ ଆଣ୍ଠୁରେ ଯନ୍ତ୍ରଣା ଅନୁଭବ କରିପାରନ୍ତି । ପେଟରେ ଗ୍ୟାସ୍‌ ଜନିତ ପୀଡ଼ା ପାଇପାରନ୍ତି । ଆଜି ପାଇଁ ଆପଣଙ୍କ ଭାଗ୍ୟଶାଳୀ ରଙ୍ଗ ସବୁଜ । ଭାଗ୍ୟଶାଳୀ ଅଙ୍କ ୧ ।

ମୀନ ରାଶି ସଂପର୍କରେ ଜାଣନ୍ତୁ: ମୀନରାଶିର ଲୋକମାନେ ସକାଳୁ ନିତ୍ୟକର୍ମ ସାରି ପ୍ରଭୁ ଲକ୍ଷ୍ମୀ ନାରାୟଣ ଅବା ପ୍ରଭୁ ସୀତାରାମଙ୍କ ଦର୍ଶନ କରିବା ଉଚିତ । ଆଜି ଗଭୀର ଆତ୍ମବିଶ୍ୱାସ ବଳରେ ନେତୃତ୍ୱ ଗ୍ରହଣ କରି ସଫଳତା ହାସଲ କରିବେ । ପରିବାରର ଅନ୍ୟ ସଭ୍ୟମାନେ ଆପଣଙ୍କ ପରାମର୍ଶକୁ ମାନିବେ । ଆଜି ଆପଣ କୌଣସି ସମସ୍ୟାରୁ ସହଜରେ ମୁକୁଳି ଯିବେ । ବ୍ୟବସାୟରେ ଆଶାତୀତ ଲାଭ ପାଇବେ । ଗୃହିଣୀମାନେ ଚତୁରତାର ସହିତ ପରିବାରକୁ ସମ୍ଭାଳି ନେବେ । ପାରିବାରିକ ମାହୋଲ ହସଖୁସି ଭରା ରହିବ । କର୍ମକ୍ଷେତ୍ରରେ ସହକର୍ମୀମାନେ ଆପଣଙ୍କ କାମକୁ ତାରିଫ କରିବେ । କ୍ୟାରିୟର ନୂଆ ମୋଡ ନେବାର ସମ୍ଭାବନା ରହିଛି । ପରିବାରରେ ଉତମ ତାଳମେଳ ରକ୍ଷା କରିବେ । ବୈବାହିକ ଜୀବନରେ ଅବିଶ୍ୱାସକୁ ପ୍ରଶ୍ରୟ ଦିଅନ୍ତୁନି । ପ୍ରେମ ମାମଲାରେ ମାପିଚୁପି ପାଦ ପକାନ୍ତୁ । ମାନସିକ ଚାପର ଶିକାର ହୋଇପାରନ୍ତି । ଆଜି ପାଇଁ ଆପଣଙ୍କ ଭାଗ୍ୟଶାଳୀ ରଙ୍ଗ ସବୁଜ । ଭାଗ୍ୟଶାଳୀ ନମ୍ବର ୬ ।