କଖାରୁ ମଞ୍ଜିର ଲାଭଦାୟକ ଗୁଣ ଜାଣନ୍ତୁ….

କଖାରୁ ମଞ୍ଜିରେ ମଧ୍ୟ ସ୍ୱାସ୍ଥ୍ୟ ଉପକାରୀ ଗୁଣ ରହିଛି। ବଡି ବିଲ୍ଡିଂରେ ରୁଚି ରଖୁଥିବା ଲୋକଙ୍କୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କଖାରୁ ମଞ୍ଜି ଖାଇବାକୁ ପରାମର୍ଶ ଦେଇଥା’ନ୍ତି।

କଖାରୁ ମଞ୍ଜିକୁ ପାଉଡର କରି କ୍ଷୀରରେ ଗୋଳାଇ ପିଇଲେ ଅଧିକା ଫାଇଦା ମିଳିଥାଏ। ଏଥିପାଇଁ ଦୁଇ ଚାମଚ କଖାରୁ ମଞ୍ଜି ପାଉଡରକୁ କ୍ଷୀରରେ ଗୋଳାଇ ମହୁ ମିଶାଇ ପିଅନ୍ତୁ। ଏହି ଡ୍ରିଂକ୍ସକୁ ରାତିରେ ଶୋଇବା ପୂର୍ବରୁ ଓ ସକାଳେ ବ୍ୟାୟାମ ପରେ ପିଅନ୍ତୁ। ତା’ପରେ ଦେଖିବେ କ’ଣ ଫରକ ପଡ଼ୁଛି।