ତରଭୁଜର ଲାଭଦାୟକ ଗୁଣ ଜାଣନ୍ତୁ…

ତରଭୁଜ ପାଟିକୁ ଯେତିକି ସୁଆଦିଆ ଲାଗେ ଶରୀର ପାଇଁ ବି ହିତକର । ଏଥିରେ ୯୨ ଭାଗ ଜଳ ରହିଥିବା ବେଳେ ସୁଗାର ମାତ୍ରା ୬ ପ୍ରତିଶତ ରହିଥାଏ । ଏହି ତରଭୁଜରେ ଆଣ୍ଟିଅକସିଡେଣ୍ଟ, ଭିଟାମିନ-B,C, ଅମିନୋ ଏସିଡ, ପୋଟାସିୟମ ଏବଂ ଫାଇବରର ମାତ୍ରା ଭରପୂର ରହିଥାଏ ।

ତରଭୁଜ ଶରୀରକୁ ଥଣ୍ଡା ରଖିବା ସହ ମଧୁମେହ ନିୟନ୍ତ୍ରଣ ରଖିବାରେ ସାହାଯ୍ୟ କରିଥାଏ। ତରଭୁଜ ଖାଇବା ଦ୍ୱାରା ଶରୀରର ଜଳିୟ ଅଂଶ ନିୟନ୍ତ୍ରଣ ରଖିଥାଏ । ଖରାରେ ଇମ୍ୟୁନିଟି ପାଓ୍ୱାର ମଧ୍ୟ ବଢ଼ାଇଥାଏ । ତରଭୁଜରେ ଆଣ୍ଟି ଅକ୍ସିଡେଣ୍ଟ ଏବଂ ଭିଟାମିନ- C ରହିଥାଏ ଯାହା ତ୍ୱଚା ପାଇଁ ଲାଭଦାୟକ । ଫଳରେ ଖରାର ଉତ୍ତାପରୁ ତ୍ୱଚାକୁ ରକ୍ଷା କରିଥାଏ ।