କିସମିସ ଖାଇବାର ଫାଇଦା ଜାଣନ୍ତୁ……

ଏହାକୁ ନିୟମିତ ଖାଇବା ଦ୍ୱାରା ଶରୀରରେ ରକ୍ତ ପରିମାଣ ବଢିଥାଏ……

ଶରୀରରେ ହେମୋଗ୍ଲୋବିନର ପରିମାଣ କମ୍ ହେଲେ, ବ୍ୟକ୍ତିକୁ ଅନେକ ରୋଗ ଘେରି ରହିଥାଏ। କିଡ୍‌ନୀ ସହିତ ଜଡିତ ଅଧିକାଂଶ ରୋଗ ରକ୍ତ ଅଭାବରୁ ହୋଇଥାଏ। ଯଦି ଆପଣଙ୍କ ଶରୀରରେ ମଧ୍ୟ ରକ୍ତ ଅଭାବ ଥାଏ, ତେବେ ରକ୍ତ ବଢାଇବା ପାଇଁ ଆପଣ କେବଳ ଔଷଧ ବ୍ୟବହାର କରିବା ଜରୁରୀ ନୁହେଁ । ଆପଣ କିଛି ଘରୋଇ ଉପଚାରକୁ ଆପଣେଇ ଶରୀରରେ ହେମୋଗ୍ଲୋବିନର ଅଭାବକୁ ମଧ୍ୟ ସଂପୂର୍ଣ୍ଣ କରିପାରିବେ। ଏପରି ଏକ ପ୍ରଭାବଶାଳୀ ଉପଚାର ହେଉଛି ଭଜା ହୋଇଥିବା କିସମିସ୍।

ଭିଜା ହୋଇଥିବା କିସମିସରେ ଆଇରନ୍, ପୋଟାସିୟମ, କ୍ୟାଲସିୟମ, ମ୍ୟାଗ୍ନେସିୟମ ଏବଂ ଫାଇବର ଭରପୂର ମାତ୍ରାରେ ଥାଏ। ଏହାକୁ ନିୟମିତ ଖାଇବା ଦ୍ୱାରା ଶରୀରରେ ରକ୍ତ ପରିମାଣ ବଢିଥାଏ ଏବଂ ରକ୍ତହୀନତା ଦୂର ହୋଇଥାଏ। ଏଥିପାଇଁ ଆପଣ ପ୍ରତିଦିନ ରାତିରେ ୫୦ ଗ୍ରାମ କିସମିସକୁ ଭିଜାଇ ଦିଅନ୍ତୁ। ସକାଳେ ଉଠିବା ପରେ ପ୍ରଥମେ କିସମିସ୍ ପାଣି ପିଅନ୍ତୁ ଏବଂ ପରେ କିସମିସ୍ ଖାଆନ୍ତୁ।