ଲେମ୍ବୁର ଉପକାରିତା ବିଷୟରେ ଜାଣନ୍ତୁ…

ଲେମ୍ବୁରେ ଥିବା ଭିଟାମିନ ସିର ମାତ୍ରା ଆଣ୍ଟି-ଅକ୍ସିଡାଣ୍ଟର କାର୍ଯ୍ୟ କରିବା ସହ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ…

ଅନ୍ୟ ଖଟାଫଳ ତୁଳନାରେ ଲେମ୍ବୁରେ ଭିଟାମିନ୍‍ ସି ଅଧିକ ପରିମାଣରେ ରହିଛି। ଏହା ଆଣ୍ଟି-ଅକ୍ସିଡାଣ୍ଟ ରୂପରେ ଶରୀର ପାଇଁ ଖୁବ ଲାଭଦାୟକ ହୋଇଥାଏ। ଲେମ୍ବୁ ସେବନ କରିବା ଦ୍ୱାରା ତ୍ୱଚା ପାଇଁ ଖୁବ ଉପକାରୀ ହୋଇଥାଏ। ଏଥିରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ ତ୍ୱଚାର ଚମକ ବୃଦ୍ଧି କରିଥାଏ। ଲେମ୍ବୁରେ ସାଇଟ୍ରିକ ଅମ୍ଳ ଥାଏ। ଲେମ୍ବୁର ସେବନ କରିବା ଦ୍ୱାରା ବୃକକ୍‍ ଜନିତ ସମସ୍ୟା ଦୂର ହୋଇଥାଏ।

ଲେମ୍ବୁରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ ଓଜନ ହ୍ରାସ ପାଇଁ ବେଶ ସହାୟକ ହୋଇଥାଏ। ମୋଟାପଣ ସମସ୍ୟାରୁ ରକ୍ଷା ପାଇବା ପାଇଁ ଲେମ୍ବୁର ସେବନ କରନ୍ତୁ। ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଲେମ୍ବୁ ଖୁବ ଉପକାରୀ। ଲେମ୍ବୁରେ ଥିବା ଭିଟାମିନ ସିର ମାତ୍ରା ଆଣ୍ଟି-ଅକ୍ସିଡାଣ୍ଟର କାର୍ଯ୍ୟ କରିବା ସହ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ।