ଆଜିର ରାଶିଫଳ : ମେ ୨୧ ତାରିଖ ୨୦୨୩ (ରବିବାର)

Horoscope Sunday-21-05-2023

ମେଷ : ଶରୀର ସୁସ୍ଥ ଓ ମନ ପ୍ରସନ୍ନ ରହିବ। କାର୍ଯ୍ୟକ୍ଷେତ୍ରରେ ଆହ୍ବାନର ସାମନା କରିବାରେ ସକ୍ଷମ ହେବେ। ଅଫିସରେ କିଛି ଲୋକ ଆପଣଙ୍କ ପ୍ରତି ଆକର୍ଷିତ ହେବେ।

ବୃଷ: ଭାଗ୍ୟର ପୂରା ସହଯୋଗ ପାଇବେ। ଅଫିସରେ ଆପଣଙ୍କ କାମକୁ କର୍ତ୍ତୃପକ୍ଷ ପ୍ରଶଂସା କରିବେ। ପାର୍ଟ ଟାଇମ୍ କାମ କରିବାକୁ ଭାବୁଥିବା ଛାତ୍ରଙ୍କୁ ଭଲ ସୁଯୋଗ ମିଳିବ।

ମିଥୁନ: ଆପଣଙ୍କର ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ଜରୁରୀ କାମରେ ଭାଇ ଭଉଣୀଙ୍କର ସହଯୋଗ ପାଇବେ। ପ୍ରସାଧନ ଦୋକାନୀଙ୍କର ବିକ୍ରି ବଢ଼ିବ। ଭଲ ଚାକିରିର ସୁଯୋଗ ଆସିବ।

କର୍କଟ: ଆଜି ଆପଣ ସୁସ୍ଥ ସବଳ ଅନୁଭବ କରିବେ। କୌଣସି ଦିଗରୁ ଆଶାତୀତ ଧନଲାଭ ହେବ। ସମ୍ବନ୍ଧରେ ନୂଆ ଚେତନା ସଂଚାର ହେବ।

ସିଂହ: ଯେ କୌଣସି କାମରେ ହାତ ଦେବେ ସେଥିରେ ସଫଳତା ପାଇବେ। ଉତ୍ତମ ଭୋଜନ ପ୍ରାପ୍ତି ହେବ। ମହିଳାମାନଙ୍କ କାର୍ଯ୍ୟ ସବୁଠାରେ ଆଦରଣୀୟ ହେବ। କୁଆକୁ ଖାଇବାକୁ ଦିଅନ୍ତୁ।

କନ୍ୟା: ନିଜକୁ ବଦଳାଇବା ପାଇଁ ଦିନଟି ଭଲ। ଆୟ ବୃଦ୍ଧିର ଯୋଜନା କରିବେ। ଜରୁରୀ କାମରେ ବଡ଼ ଭଉଣୀଙ୍କର ସାହାଯ୍ୟ ପାଇବେ। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ।

ତୁଳା: ଅଫିସରେ ଆଖପାଖ ଲୋକଙ୍କ ନିକଟରେ ସାବଧାନ ରୁହନ୍ତୁ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବେ। ରାଜନୀତିରେ ଆର୍ଥିକ ଲାଭ ହେବ। ଲେଖକଙ୍କ ବିଚାରକୁ ସମ୍ମାନ ମିଳିବ।

ବିଛା: ଆପଣ ନୂଆ କାମରେ ନିଜର ଧ୍ୟାନ ଲଗାଇବେ। ନୂଆ ଚୁକ୍ତି କରିବା ପୂର୍ବରୁ ଭାବିଚିନ୍ତି ଆଗକୁ ବଢ଼ନ୍ତୁ। ଅଧ୍ୟାପକଙ୍କ ଲାଗି ସଫଳତାର ଦିନଟିଏ। ପାରିବାରିକ ଜୀବନ ସୁଖକର ହେବ।

ଧନୁ: ଆପଣଙ୍କ ପାଇଁ ଦିନଟି ମହତ୍ତ୍ବପୂର୍ଣ୍ଣ। ସାହାଯ୍ୟକାରୀ ଲୋକଙ୍କ ସହ ଆପଣଙ୍କର ସାକ୍ଷାତ ହେବ। ଯୁବକଙ୍କ ଲାଗି ସଫଳତାର ନୂଆ ଦ୍ବାର ଖୋଲିପାରେ।

ମକର: ଆପଣ ଜୀବନସାଥୀଙ୍କ ଠାରୁ ପୂରା ସହଯୋଗ ପାଇବେ। ଭାବିଥିବା କାମ ସଂପୂର୍ଣ୍ଣ ହେବ। ବେପାରରେ ଲାଭର ସୁଯୋଗ ପାଇବେ। ଛାତ୍ରଙ୍କର ବନ୍ଧୁ ସହ ମିଳାମିଶା ବଢ଼ିବ।

କୁମ୍ଭ: ଦିନଟି ଆପଣଙ୍କ ଲାଗି ଖୁସିରେ ପୂର୍ଣ୍ଣ ରହିବ। ଅଫିସର ପରିବେଶ କାମକୁ ଗତିଶୀଳ କରିବ। ବେପାରରେ ଆପଣଙ୍କର ସଫଳତା ସୁନିଶ୍ଚିତ ହେବ। ବାଣିଜ୍ୟ ଛାତ୍ରଙ୍କ ଲାଗି ଦିନଟି ଭଲ।

ମୀନ: ଦୁଃସାହସିକ ପଦକ୍ଷେପ ନେଇ ସେଥିରେ କୃତକାର୍ଯ୍ୟ ହେବେ। ଗୁପ୍ତ ଶତ୍ରୁମାନେ ପରାଜିତ ହୋଇ ବନ୍ଧୁତାର ହାତ ବଢାଇବେ।