ତ୍ୱଚା ଚମକାଇବ ଏହି ସରଳ ଉପାୟ

ଏହା ସହ ନିଜକୁ ସତେଜତା ଅନୁଭବ କରିବେ….

ସାଧାରଣତଃ କଫି ପିଇବାକୁ ସମସ୍ତେ ପସନ୍ଦ କରନ୍ତି । ସକାଳୁ ଉଠିବା ମାତ୍ରେ କଫି ବା ଚା ପିଇବା ଦ୍ବାରା ସତେଜ ଲାଗେ। ଏହାକୁ କେବଳ ପିଇବା ହିଁ ନୁହେଁ ବରଂ ଏହା ଆପଣ ତ୍ୱଚାରେ ଲଗାଇ ପାରିବେ ।

ଯାହା ଦ୍ବାରା ଆପଣଙ୍କୁ ମଧ୍ୟ ସତେଜ ଲାଗିବ । ହଁ, କଫି ଆମ ମୁହଁରେ ଚମକ ଆଣିଥାଏ । ଏହା ଅନେକ ଉପାୟରେ ଶରୀରରେ ଏବଂ ମୁହଁରେ କଫି ଲଗାଇବା ଦ୍ବାରା ଆପଣ ନିଜକୁ ସୁନ୍ଦର କରିପାରିବେ ।

କଫିରେ ଫେସ୍ ପ୍ୟାକ୍ ତିଆରି କରିବାକୁ, ସର୍ବପ୍ରଥମେ ତିନିରୁ ଚାରି ଚାମଚ କଫି ନିଅନ୍ତୁ । ସେଥିରେ ଏକ ଚାମଚ ନଡ଼ିଆ ତେଲ, ଗୋଲାପ ଜଳ ଏବଂ ମହୁ ମିଶାନ୍ତୁ ।

ଏସବୁକୁ ଏକାଠି ମିଶାଇ ମୁହଁକୁ ସଫା କରି ୨୫ ମିନିଟ୍ ପାଇଁ ରଖନ୍ତୁ । ଏହା ଶୁଖିବା ପରେ ଥଣ୍ଡା ପାଣିରେ ଧୁଅନ୍ତୁ । ଏହା ବାର ବାର ଲଗାଇବା ଦ୍ବାରା ଆପଣଙ୍କ ତ୍ବଚାର ଚମକାଇବ ସହ ପିମ୍ପଲ୍ ମଧ୍ୟ ଦୂର କରିଥାଏ ।

ଏହି ଫେସ୍ ପ୍ୟାକ୍ କେବଳ ଚେହେରାରେ ଚମକ ଆଣି ନଥାଏ ବରଂ ପିମ୍ପଲ୍ ସମସ୍ୟାକୁ ମଧ୍ୟ ଦୂର କରିଥାଏ । ଏହା ସହ ନିଜକୁ ସତେଜତା ଅନୁଭବ କରିବେ । ଏହି ପ୍ୟାକ୍ ସହିତ ଆପଣଙ୍କ ଚର୍ମରୁ ମୃତ ଚର୍ମକୁ ମଧ୍ୟ ସଫା କରିଥାଏ ।