Today Horoscope : ଜାଣନ୍ତୁ ଆଜିର ୧୨ଟି ଯାକ ରାଶିର ରାଶିଫଳ

ଆଜି ତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ର । ବିଛା, ଧନୁ ଓ ମୀନ ରାଶିର ଘାତବାର ।

ହିନ୍ଦୁ କ୍ୟାଲେଣ୍ଡର ମୁତାବକ ବୈଶାଖ ମାସ ୨୬ ଦିନ । ବୃଷ ଦ୍ୱିତୀୟ ଦିନ । କୃଷ୍ଣପକ୍ଷ ଚତୁର୍ଥୀ ତିଥି । ଚନ୍ଦ୍ର ଅବସ୍ଥାନ କରିଛନ୍ତି ମୂଳା ନକ୍ଷତ୍ର ଧନୁ ରାଶିରେ । ଆଜି ଚତୁର୍ଥୀ ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ।

Today Horoscope : ମେଷ ରାଶି ଜାତକ : ଆଜି ଆପଣଙ୍କ ନିକଟରେ କର୍ତବ୍ୟ ପରାୟଣତାର ଅଭାବ ପରିଲକ୍ଷିତ ହେବ । ଅଯଥା କାମରେ ସମୟ ନଷ୍ଟ କରି ଧନହାନୀ ଓ ପ୍ରାଣପୀଡ଼ା ଭୋଗିପାରନ୍ତି । ଅନ୍ୟମାନଙ୍କ କଥାରେ ମୁଣ୍ଡ ନ ପୁରାଇବା ଆପଣଙ୍କ ପାଇଁ ଉଚିତ ହେବ । ଆଜି ପାଇଁ ଆପଣଙ୍କର ଭାଗ୍ୟଶାଳୀ ରଙ୍ଗ ନୀଳ ଓ ଭାଗ୍ୟବାନ୍‌ ନମ୍ବର ୩ ।

ବୃଷ ରାଶି ଜାତକ : ଆଜି ଅଫିସରେ ଆପଣ ଅନ୍ୟମାନଙ୍କ କଥାରେ ମୁଣ୍ଡ ପୁରାନ୍ତୁ ନାହିଁ । ନିଜ କାମ ପ୍ରତି ସଚେତନ ରୁହନ୍ତୁ । ଅନ୍ୟଥା ଉପରିସ୍ଥ ଅଧିକାରୀଙ୍କ ନିକଟରୁ ଅପମାନ ପାଇପାରନ୍ତି । ଛାତ୍ରଛାତ୍ରୀମାନେ ପଢ଼ା ପ୍ରତି ଅବହେଳା କରିପାରନ୍ତି । ଆଜି ପାଇଁ ଆପଣଙ୍କ ଭାଗ୍ୟଶାଳୀ ରଙ୍ଗ ଗୋଲାପୀ ଓ ଭାଗ୍ୟବାନ ନମ୍ବର ୯ ।

ମିଥୁନ ରାଶି ଜାତକ : ଆଜି ଆପଣ ଅଫିସରେ ଅନ୍ୟମାନଙ୍କ କଥାକୁ ଏଡାଇ ଯାଆନ୍ତୁ । ସହକର୍ମୀମାନେ ଆପଣଙ୍କୁ ଅଡୁଆରେ ପକାଇ ପାରନ୍ତି । ସହକର୍ମୀଙ୍କ ନିକଟରୁ ଦୂରତା ରକ୍ଷା କରି ଉପରିସ୍ଥ ଅଧିକାରୀଙ୍କ ପରାମର୍ଶ ମୁତାବକ କାମ କରନ୍ତୁ । ଆଜି ପାଇଁ ଆପଣଙ୍କ ଭାଗ୍ୟଶାଳୀ ରଙ୍ଗ ଲାଲ । ଭାଗ୍ୟବାନ ନମ୍ବର ୫ ।

କର୍କଟ ରାଶି ଜାତକ : ସରକାରୀ ସ୍ତରରେ ଅଟକି ରହିଥିବା କାମ ଆଜି ଚୂଡ଼ାନ୍ତ ରୂପ ନେଇପାରେ । ସରକାରୀ କର୍ମଚାରୀଙ୍କ ପାଇଁ ଆଜି ଦିନଟି ଭଲ ଅଛି । ପାରିବାରିକ ପରିବେଶ ହସଖୁସି ଭରା ରହିବ । ଆଜି ପାଇଁ ଆପଣଙ୍କ ଶୁଭ ରଙ୍ଗ ନାରଙ୍ଗୀ, ଭାଗ୍ୟବାନ ନମ୍ବର ୬ ।

ସିଂହ ରାଶି ଜାତକ : କର୍ମକ୍ଷେତ୍ରରେ ଆପଣଙ୍କୁ କଠିନ ଚାଲେଞ୍ଜର ସାମ୍ନା କରିବାକୁ ପଡ଼ିପାରେ । ନିଜ କର୍ତବ୍ୟ ପ୍ରତି ସଚେତନ ରୁହନ୍ତୁ । ଉପସ୍ଥିତ ବୁଦ୍ଧି ବଳରେ ପରିସ୍ଥିତିକୁ ମୁକାବିଲା କରନ୍ତୁ, ସଫଳତା ପାଇବେ । ଆଜି ପାଇଁ ଆପଣଙ୍କ ଶୁଭ ରଙ୍ଗ ଆକାଶ ନୀଳ ଓ ଭାଗ୍ୟବାନ ନମ୍ବର ୧ ।

କନ୍ୟା ରାଶି ଜାତକ : ଆଜି ଆପଣଙ୍କ ଉପରେ ଅଧିକ କାମ ଚାପ ପଡ଼ିବାର ଆଶଙ୍କା ରହିଛି । ମାତ୍ର ସେଗୁଡ଼ିକୁ ଠିକ ସମୟରେ ସଂପୂର୍ଣ୍ଣ କରି ଆପଣ ଉଚ୍ଚ ଅଧିକାରୀଙ୍କ ପ୍ରିୟ ପାତ୍ର ହେବେ । ତରବରିଆ ଭାବେ କୌଣସି ନିଷ୍ପତି ନିଅନ୍ତୁ ନାହିଁ । ବୁଝି ବିଚାରି ନିଷ୍ପତି ନିଅନ୍ତୁ । ଆଜି ପାଇଁ ଆପଣଙ୍କ ଭାଗ୍ୟଶାଳୀ ରଙ୍ଗ ନୀଳ । ଭାଗ୍ୟବାନ ନମ୍ବର୫ ।

ତୁଳା ରାଶି ଜାତକ : ଆଜି ଆପଣ ଏକାଗ୍ରତାର ସହ କାମ କରନ୍ତୁ, ନିର୍ଦ୍ଧାରିତ ସମୟ ପୂର୍ବରୁ କାମଗୁଡ଼ିକ ସାରିପାରିବେ । ଆପଣଙ୍କ ଜୀବନ ପଥରେ ଆସୁଥିବା ବାଧାଗୁଡ଼ିକ ଆପେ ଆପେ ଦୂର ହୋଇଯିବ । ଆପଣଙ୍କ ଦକ୍ଷତା ହିଁ ଆପଣଙ୍କ ସଫଳତାର ଚାବିକାଠି । ଆଜି ପାଇଁ ଆପଣଙ୍କ ଶୁଭ ରଙ୍ଗ ହେଉଛି ଧଳା, ଭାଗ୍ୟବାନ ନମ୍ବର ୬ ।

ବିଛା ରାଶି ଜାତକ : ଆଜି ଅଫିସ କାମଗୁଡ଼ିକ ଆପଣଙ୍କୁ ବୋଝ ତୁଲ୍ୟ ମନେ ହେବ । କାମଗୁଡ଼ିକ ଠିକ ସମୟରେ ଶେଷ କରି ନ ପାରି ବ୍ୟତିବ୍ୟସ୍ତ ହୋଇପାରନ୍ତି । ଧ୍ୟାନମଗ୍ନ ଋଷି ଭଳି କାମ କରନ୍ତୁ, ସବୁ ଠିକ ହୋଇଯିବ । ଆଜି ପାଇଁ ଆପଣଙ୍କ ଶୁଭ ରଙ୍ଗ ଲାଲ, ଭାଗ୍ୟବାନ ନମ୍ବର ୯ ।

ଧନୁ ରାଶି ଜାତକ : ଆଜି ଅଫିସରେ ମନଧ୍ୟାନ ଦେଇ କାମ କରନ୍ତୁ । ପଦୋନ୍ନତି ଅବା ଦରମା ବୃଦ୍ଧି ପାଇଁ ସହାୟକ ହୋଇପାରେ । ଦକ୍ଷତା ଓ ଯୋଗ୍ୟତା ଅନୁସାରେ ଦାୟିତ୍ୱ ବହନ କରନ୍ତୁ ଓ ନିର୍ଦ୍ଧାରିତ ସମୟରେ ସାରନ୍ତୁ । ଆଶାତୀତ ଫଳ ପାଇବେ । ଆଜି ପାଇଁ ଆପଣଙ୍କ ଶୁଭ ରଙ୍ଗ ହଳଦିଆ ଓ ଭାଗ୍ୟବାନ ନମ୍ବର ୩ ।

ମକର ରାଶି ଜାତକ : ଆପଣ କ୍ୟାରିୟର କ୍ଷେତ୍ରରେ ଆଗକୁ ଯିବା ପାଇଁ ଲଗାତର ପରିଶ୍ରମ କରି ଆସୁଛନ୍ତି । ମନେରଖନ୍ତୁ, କ୍ୟାରିୟର ଗଢ଼ିବା ଆଶାରେ ଅଫିସର ସବୁ କାମକୁ ମାଡ଼ି ବସନ୍ତୁ ନାହିଁ । ଅଧିକ କାମ ଚାପ ଆପଣଙ୍କୁ ମାନସିକ ସ୍ତରରେ ଦୁର୍ବଳ ଓ ଶରୀରକୁ ଅସୁସ୍ଥ କରିପାରେ । କାମଗୁଡ଼ିକ ସାରିବା ପାଇଁ ଆପଣ ଉଚ୍ଚ ଅଧିକାରୀଙ୍କ ନିକଟରୁ ଅତିରିକ୍ତ ସମୟ ଲୋଡ଼ିପାରନ୍ତି । ଆଜି ପାଇଁ ଆପଣଙ୍କ ଶୁଭ ରଙ୍ଗ ନୀଳ । ଭାଗ୍ୟବାନ ନମ୍ବର ୮ ।

କୁମ୍ଭ ରାଶି ଜାତକ : ଆଜି ଆପଣ ମାନସିକ ସ୍ତରରେ ଅନୁଭବ କରିପାରନ୍ତି ଯେ ଆପଣଙ୍କ ବ୍ୟବସାୟ କଳେବର ଦିନକୁ ଦିନ ବୃଦ୍ଧି ପାଉଛି । ତେବେ ସତକଥା ହେଉଛି, ବ୍ୟବସାୟ ଆଗକୁ ବଢ଼ିବା ପଛରେ ଆପଣଙ୍କର ଅବିଶ୍ରାନ୍ତ ପରିଶ୍ରମ ଓ ସହକର୍ମୀଙ୍କ ପ୍ରୋତ୍ସାହନ ଦାୟୀ । ନିରବତାର ସହ କାମ କରନ୍ତୁ ଭାଗ୍ୟ ଉପରେ ସବୁ ଛାଡ଼ି ଦିଅନ୍ତୁ । ଆଜି ପାଇଁ ଆପଣଙ୍କ ଶୁଭ ରଙ୍ଗ କଳା । ଭାଗ୍ୟବାନ ନମ୍ବର ୮ ।

ମୀନ ରାଶି ଜାତକ : କଠିନ ପରିଶ୍ରମ କରି ଉଚ୍ଚ ଅଧିକାରୀଙ୍କ ପ୍ରିୟଭାଜନ ହୋଇପାରନ୍ତି । ମନେରଖନ୍ତୁ ଆପଣଙ୍କ ପରିଶ୍ରମ ଆପଣଙ୍କୁ ସଫଳତାର ଶୀର୍ଷରେ ପହଂଚାଇ ପାରିବ । ସୁନେଲି ଭବିଷ୍ୟତ ପାଇଁ ଏବେଠାରୁ ସମୟ ସହିତ ପାଦ ମିଳାଇ ଚାଲନ୍ତୁ । ଆଜି ପାଇଁ ଆପଣଙ୍କର ଶୁଭ ରଙ୍ଗ ହଳଦିଆ । ଭାଗ୍ୟବାନ ନମ୍ବର ୩ ।