ଆଜି ମେ’ ମାସ ୬ ତାରିଖ ମଙ୍ଗଳବାର । ସତର୍କ ରୁହନ୍ତୁ କର୍କଟ, ମକର ରାଶି

ହିନ୍ଦୁ କ୍ୟାଲେଣ୍ଡର ମୁତାବକ ବୈଶାଖ ମାସ ଷୋଡ଼ଶ ଦିନ । ମେଷ ମାସ ୨୩ ଦିନରେ ପଦାର୍ପଣ କରିଛି । ଆଜି ଶୁକ୍ଳପକ୍ଷ ନବମୀ ତିଥି । ଚନ୍ଦ୍ର ଅବସ୍ଥାନ କରିଛନ୍ତି ମଘା ନକ୍ଷତ୍ର ସିଂହ ରାଶିରେ । ଆଜି କର୍କଟ, ମକର ରାଶିର ଘାତଚନ୍ଦ୍ର । ମକର ରାଶିର ଘାତବାର ।

ଆଜି ଦଶମୀ ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ।

ଯୋଗିନୀ ପୂର୍ବଦିଗରେ ଅବସ୍ଥାନ କରିଛନ୍ତି । ଦିନ ୮ଟା ୪୦ ମିନିଟ୍‌ ପରେ ଉତର ଦିଗରେ ଅବସ୍ଥାନ କରିବେ । ଯୋଗିନୀଙ୍କୁ ବାମକଡ଼ରେ ରଖି ଯାତ୍ରା କରିପାରନ୍ତି ।

ଆଜି ଦିନଟି ୧୨ଟି ରାଶିର ଲୋକଙ୍କ ପାଇଁ ଆଣିଥିବା ଶୁଭ ସମାଚାର ସଂପର୍କରେ ଜଣାଇବା ପୂର୍ବରୁ ଛୋଟ ଅନୁରୋଧ କରୁଛି । ନୂଆ କରି ଆମ ଚାନେଲ ଦେଖୁଥିଲେ, ବେଲ ଆଇକନ୍‌ ଟିପି ଆମ ଚାନେଲକୁ ସବ୍‌ ସ୍କ୍ରାଇଭ କରନ୍ତୁ । ଆପଣଙ୍କର ବ୍ୟକ୍ତିଗତ ସମସ୍ୟା ଥିଲେ, ଆମକୁ ହ୍ୱାଟ୍‌ସ୍‌ ଆପ୍‌ ଜରିଆରେ ଜଣାଇ ପାରିବେ ।

ଆସନ୍ତୁ ମେଷ ରାଶି ସଂପର୍କରେ ଜାଣନ୍ତୁ,

ଆଜି ମେଷରାଶି ଜାତକଙ୍କ ମନ ଉପରେ ସକରାତ୍ମକ ଶକ୍ତି ପ୍ରଭାବ ପକାଇବ । ମନରେ କୌଣସି ପ୍ରକାର ନକରାତ୍ମକ ଚିନ୍ତା ଆଣନ୍ତୁ ନାହିଁ । ଆଗାମୀ ଦିନରେ ଯାହା ହେବାକୁ ଯାଉଛି, ତାହା ନିଶ୍ଚିତ ରୂପେ ଆପଣଙ୍କ ପାଇଁ ଲାଭଦାୟକ ରହିବ । ତୁଫାନ ଆସିବ, ତା’ ବାଟରେ ଚାଲିଯିବ । ଶୁଭ କାମଗୁଡ଼ିକ ସନ୍ଧ୍ୟା ୬ଟାରୁ ରାତି ୮ଟା ଭିତରେ ସାରିବାକୁ ଚେଷ୍ଟା କରନ୍ତୁ । ଆଜି ପାଇଁ ଆପଣଙ୍କ ଭାଗ୍ୟଶାଳୀ ରଙ୍ଗ ସବୁଜ ।

ଆସନ୍ତୁ ବୃଷରାଶି ସଂପର୍କରେ ଜାଣନ୍ତୁ,

ପ୍ରିୟ ବୃଷରାଶି, ସିଂହ ରାଶିରେ ଚନ୍ଦ୍ରମା ରହି ଆପଣଙ୍କ ମନକୁ ଚିନ୍ତାଗ୍ରସ୍ତ କରିପାରେ । ଆପଣଙ୍କ ମନରେ ଏକାଗ୍ରତାର ଅଭାବ ଦେଖା ଦେଇପାରେ । ତେଣୁ କୌଣସି ଗୁରୁତ୍ୱପୂର୍ଣ୍ଣ କାମଟି ହାତରୁ ଖସିଯିବା ପୂର୍ବରୁ ଘନିଷ୍ଠ ଲୋକଙ୍କ ସହାୟତାରେ କାମଟିକୁ ସଫଳତାର ସହିତ ହାତେଇ ନିଅନ୍ତୁ । ଆପଣ କଠିନ ପରିଶ୍ରମ କରୁଛନ୍ତି ମାତ୍ର ତା’ର ପୂର୍ଣ୍ଣ ଫାଇଦା ଆପଣ ପାଉନାହାନ୍ତି । ପୂର୍ଣ୍ଣ ଫାଇଦା ପାଇବା ପାଇଁ ଆଜି ହଳଦିଆ ରଙ୍ଗର ପୋଷାକ ପରିଧାନ କରିପାରନ୍ତି । ଅପରାହ୍ଣ ୪ଟା ପୂର୍ବରୁ ଜରୁରୀ କାମଗୁଡ଼ିକ ସାରି ଦିଅନ୍ତୁ ।

ଆସନ୍ତୁ ମିଥୁନ ରାଶି ସଂପର୍କରେ ଜାଣନ୍ତୁ,

ପ୍ରିୟ ମିଥୁନ ରାଶି, ଆପଣଙ୍କ ମିତ୍ର ଓ ପରିବାର ମଧ୍ୟରେ ସନ୍ଦେହର ବାତାବରଣ ଦେଖା ଦେବା ଫଳରେ ଆପଣଙ୍କ ମନରେ କ୍ରୋଧ ଜାତ ହୋଇପାରେ । ପରିସ୍ଥିତିକୁ ଚତୁରତାର ସହିତ ମୁକାବିଲା କରନ୍ତୁ । ଉଭୟ ପକ୍ଷକୁ ତରାଜୁର ଦୁଇପାଖରେ ରଖି ବିଚାର କରନ୍ତୁ, ପରିବାର ଲୋକ ପ୍ରତି ଅଧିକ ଉଦାରତା ଦେଖାଇବା ଦରକାର ନାହିଁ କି ବନ୍ଧୁଙ୍କ ପ୍ରତି ଆଦୌ ସହାନୁଭୂତି ଦେଖାଇବା ଦରକାର ନାହିଁ । ଆଜି ପାଇଁ ଆପଣ ହଳଦିଆ ପୋଷାକ ପରିଧାନ କରିପାରନ୍ତି । ସକାଳ ୧୦ଟା ରୁ ୧୧ ଟା ଭିତରେ ଜରୁରୀ କାମଗୁଡ଼ିକ ସାରି ଦିଅନ୍ତୁ ।

ଆସନ୍ତୁ, କର୍କଟ ରାଶି ସଂପର୍କରେ ଜାଣନ୍ତୁ ।

ପ୍ରିୟ କର୍କଟ ରାଶି, ଆଜି ଉଭୟ ଘର ଓ ଅଫିସରେ ଆପଣ କୌଣସି ପରୀକ୍ଷାର ସମ୍ମୁଖୀନ ହୋଇପାରନ୍ତି । ଶାନ୍ତ ମନରେ ସବୁ କାମଗୁଡ଼ିକ ନିର୍ଦ୍ଧାରିତ ସମୟ ଭିତରେ ସାରି ଦିଅନ୍ତୁ । ଆପଣଙ୍କ ମହତ୍ୱାକାଂକ୍ଷା ମଜଭୁତ ରହିବ, କଠିନ ପରିସ୍ଥିତିକୁ ସାହସର ସହିତ ସାମ୍ନା କରି ବିଜୟ ହାସଲ କରିବେ । ଇଛାଶକ୍ତିକୁ ଦୃଢ଼ ରଖନ୍ତୁ । ଆଜି ପାଇଁ ସବୁଜ ପୋଷାକ ପରିଧାନ କରନ୍ତୁ । ମଧ୍ୟାହ୍ନ ୧୨ଟା ରୁ ସାଢେ଼ ଗୋଟାଏ ଭିତରେ ଜରୁରୀ କାମଗୁଡ଼ିକ ସାରି ଦିଅନ୍ତୁ ।

ଆସନ୍ତୁ, ସିଂହ ରାଶି ସଂପର୍କରେ ଜାଣନ୍ତୁ,

ଆଜି ଆପଣ କ୍ୟାରିୟର ଉପରେ ଅଧିକ ଧ୍ୟାନ ଦିଅନ୍ତୁ । ଆପଣ ବିବ୍ରତ ବୋଧ କରିପାରନ୍ତି । ଅବିଚଳିତ ରୁହନ୍ତୁ । ସମୟ ଆପଣଙ୍କ ପ୍ରତି ଅନୁକୂଳ ରହିବ । ବିଦ୍ୟାର୍ଥୀମାନେ ଖେଳକୁଦ ଅବା ଚଳଚ୍ଚିତ୍ର ପ୍ରତି ଆଗ୍ରହ ପ୍ରକାଶ କରିପାରନ୍ତି । ତେବେ ସେମାନେ ପାଠ ପ୍ରତି ଅଧିକ ଧ୍ୟାନ ଦେଲେ, ପୁରସ୍କାର ଲାଭ କରିପାରନ୍ତି । ଆଜି ପାଇଁ ଆପଣ ମେରୁନ ରଙ୍ଗର ପୋଷାକ ପରିଧାନ କରିପାରନ୍ତି । ସନ୍ଧ୍ୟା ୬ଟାରୁ ରାତି ୮ଟା ଭିତରେ ଜରୁରୀ କାମଗୁଡ଼ିକ ସାରି ଦିଅନ୍ତୁ ।

ଆସନ୍ତୁ କନ୍ୟା ରାଶି ସଂପର୍କରେ ଜାଣନ୍ତୁ,

ପ୍ରିୟ କନ୍ୟା ରାଶି, ଚନ୍ଦ୍ରମା ସିଂହରାଶିରେ ଅଛନ୍ତି । ଆପଣ ସାମାଜିକ ପରିବେଶରେ କାମ କରି ଉଚ୍ଚ ପ୍ରଶଂସିତ ହୋଇପାରନ୍ତି । ସାମାଜିକ ପରିବେଶ କହିଲେ ଆପଣଙ୍କ ସାଙ୍ଗସାଥୀ, ବନ୍ଧୁ ବାନ୍ଧବ, ରକ୍ତଗତ ସଂପର୍କୀୟ, ପଡେ଼ାଶୀ ଆଦି ସମସ୍ତଙ୍କ ସହିତ ଭଲ ସଂପର୍କ ରଖନ୍ତୁ । ସେହିମାନଙ୍କ ଭିତରୁ କିଛି ଲୋକ ଆପଣଙ୍କ ଅନିଷ୍ଟ କାମନା କରିପାରନ୍ତି । ତେବେ ଆପଣ ସେମାନଙ୍କ ପ୍ରତି ଏଭଳି ବ୍ୟବହାର ପ୍ରଦର୍ଶନ କରନ୍ତୁ, ଯେଭଳି ଆପଣ ସେମାନଙ୍କ ମନୋଭାବ ସଂପର୍କରେ କିଛି ଜାଣିପାରି ନାହାନ୍ତି । ବାହାର ଲୋକଙ୍କ ନିକଟରୁ ଦୂରତା ରକ୍ଷା କରନ୍ତୁ । ଆପଣଙ୍କୁ ବିପଦରେ ପକାଇବା ଭଳି ଲୋକମାନଙ୍କୁ ଘର ଭିତରେ ପ୍ରବେଶ କରିବାକୁ ଆଦୌ ସୁଯୋଗ ଦିଅନ୍ତୁନି । ଆଜି ପାଇଁ ଆପଣ ଗ୍ରେ ରଙ୍ଗର ପୋଷାକ ପରିଧାନ କରିପାରନ୍ତି । ଅପରାହ୍ଣ ୪ଟା ୧୫ ମିନିଟ୍‌ରୁ ୫ଟା ଭିତରେ ଆପଣ କିଛି ଶୁଭ ସମାଚାର ପାଇପାରନ୍ତି ।

ଆସନ୍ତୁ ତୁଳା ରାଶି ସଂପର୍କରେ ଜାଣନ୍ତୁ,

ପ୍ରିୟ ତୁଳା ରାଶି, ଗତ କିଛିଦିନ ଧରି ଆପଣ ମାନସିକ ସ୍ତରରେ ଦୁର୍ବଳତା ଅନୁଭବ କରି ଆସୁଛନ୍ତି । ଆଜି ଆପଣ ସାମାନ୍ୟ ହାଲୁକା ଅନୁଭବ କରିବେ । ମନକୁ ଶାନ୍ତ ରଖନ୍ତୁ, କୌଣସି ପ୍ରକାର ବିବାଦରେ ପଶନ୍ତୁ ନାହିଁ । ପରିବାର ଅବା ସାଙ୍ଗସାଥୀଙ୍କ ସହିତ କଳିଝଗଡ଼ା କରନ୍ତୁ ନାହିଁ । ରକ୍ତଚାପରୁ ମୁକ୍ତ ରହିବେ । ନିରବ ରୁହନ୍ତୁ, ଆପଣଙ୍କ ସାମାଜିକ ପ୍ରତିଷ୍ଠା ପୂର୍ବବତ୍‌ ରହିବ । ଦିନ ୩ଟାରୁ ଚାରିଟା ଭିତରେ ଜରୁରୀ କାମଗୁଡ଼ିକ ସାରି ଦିଅନ୍ତୁ ।

ଆସନ୍ତୁ ବିଛା ରାଶି ସଂପର୍କରେ ଜାଣନ୍ତୁ,

ପ୍ରିୟ ବିଛାରାଶିର ଜାତକ, ଆଜି ଆପଣ ଭ୍ରମରେ ପଡ଼ିପାରନ୍ତି । ଅନ୍ୟ ଲୋକଙ୍କ କଥାରେ ପ୍ରଭାବିତ ହୁଅନ୍ତୁନି । ମନେରଖନ୍ତୁ ଆପଣ ଜଣେ ସ୍ୱାଧୀନଚେତା ବ୍ୟକ୍ତି । କିନ୍ତୁ କେତେକ କ୍ଷେତ୍ରରେ ଆପଣ ଅନ୍ୟମାନଙ୍କ ନିଷ୍ପତିକୁ ଗ୍ରହଣ କରନ୍ତି । ଏଇଠି ଆମ ପରାମର୍ଶ ହେଉଛି ଆପଣ ସେହିମାନଙ୍କ ଉପରେ ଗଭୀର ବିଶ୍ୱାସ ରଖନ୍ତୁ ଯୋଉମାନେ ପ୍ରକୃତରେ ଆପଣଙ୍କ ହିତାକାଂକ୍ଷୀ । ଆଜି ଅପରାହ୍ଣ ସାଢେ଼ ଚାରିଟାରୁ ସନ୍ଧ୍ୟା ୬ଟା ଭିତରେ ଜରୁରୀ କାମଗୁଡ଼ିକ ଶେଷ କରିପାରନ୍ତି ।

ଆସନ୍ତୁ ଧନୁରାଶି ସଂପର୍କରେ ଜାଣନ୍ତୁ,

ପ୍ରିୟ ଧନୁରାଶି, ଅତୀତରେ କରିଥିବା କଠିନ ପରିଶ୍ରମର ଶୁଭ ପରିଣାମ ଆଜି ପାଇପାରନ୍ତି । ସାମାଜିକ ସ୍ତରରେ ସମ୍ମାନ, ଧନ, ପଦୋନ୍ନତି ପାଇପାରନ୍ତି । ପୂର୍ବ ଯୋଜନା ମୁତାବକ କାମ ଆରମ୍ଭ କରିବା ପାଇଁ ଆଜି ଭଲ ସୁଯୋଗ ପାଇଛନ୍ତି, ତାକୁ ହାତଛଡ଼ା କରନ୍ତୁନି । ଜୀବନର ପ୍ରକୃତ ସୁଖ ଓ ସନ୍ତୁଷ୍ଟ ଅନୁଭବ କରିପାରନ୍ତି । ଜୀବନର ଗତିପଥକୁ ସାମାନ୍ୟ ପରିବର୍ତନ କରନ୍ତୁ । ମନେରଖନ୍ତୁ ଆପଣଙ୍କ ଅହଂକାରକୁ ଚାପି ରଖନ୍ତୁ । ଅପରାହ୍ଣ ୪ଟା ୧୫ ମିନିଟ୍‌ରୁ ୫ଟା ୪୫ ମିନିଟ୍‌ ପର୍ଯ୍ୟନ୍ତ ସମୟ ଆପଣଙ୍କ ପ୍ରତି ଅନୁକୂଳ ରହିଛି । ଆଜି ପାଇଁ ଆପଣ ଲାଲ ରୁମାଲଟିଏ ପାଖରେ ରଖିପାରନ୍ତି ।

ଆସନ୍ତୁ ମକର ରାଶି ସଂପର୍କରେ ଜାଣନ୍ତୁ,

ପ୍ରିୟ ମକର ରାଶି, ଆଜି ଆପଣ ମାନସିକ ସ୍ତରରେ ବିଚଳିତ ରହିପାରନ୍ତି । ମାତ୍ର ତାହା ଆପଣଙ୍କ କର୍ମକ୍ଷେତ୍ର ଉପରେ କୌଣସି ପ୍ରଭାବ ପକାଇବ ନାହିଁ । ଆପଣ ରଚନାତ୍ମକ କୌଶଳକୁ ବ୍ୟବହାର କରି ବିଜୟୀ ହେବାରେ ପାରଙ୍ଗମ ଅଟନ୍ତି । ବ୍ୟବସାୟରେ ହେଉ କି ଅଫିସରେ, ଆପଣ ଦକ୍ଷତାର ସହିତ କାମ କରି ସହକର୍ମୀ ଓ ବରିଷ୍ଠ ଅଧିକାରୀଙ୍କ ନିକଟରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରନ୍ତି । ସକରାତ୍ମକ ଶକ୍ତିକୁ ଆକର୍ଷିତ କରିବା ପାଇଁ ହାଲୁକା ରଙ୍ଗର ପୋଷାକ ପରିଧାନ କରିପାରନ୍ତି । ଦିନ ୩ଟା ରୁ ୪ଟା ଭିତରେ ଜରୁରୀ କାମଗୁଡ଼ିକ ଶେଷ କରନ୍ତୁ ।

ଆସନ୍ତୁ କୁମ୍ଭ ରାଶି ସଂପର୍କରେ ଜାଣନ୍ତୁ ।

ପ୍ରିୟ କୁମ୍ଭ ରାଶି, ଆଜି ଆପଣ ମାନସିକ ଓ ଶାରିରୀକ ଭାବେ କର୍ମଠ ରହିପାରନ୍ତି । ଆପଣଙ୍କ ନେତୃତ୍ୱରେ ଆରମ୍ଭ କରାଯାଇଥିବା କାମଗୁଡ଼ିକ ସଫଳତାର ସହିତ ଶେଷ ହେବ । ଫଳରେ ଉଭୟ ପରିବାର ଓ ସାମାଜିକ କ୍ଷେତ୍ରରେ ଆପଣ ଉଚ୍ଚ ପ୍ରଶଂସିତ ହୋଇପାରନ୍ତି । ଯଦି ଆପଣ କଳ କାରଖାନାର ମାଲିକ ହୋଇଥାନ୍ତି, ତେବେ ଆପଣ ଅଧିକ ସାମଗ୍ରୀ ଉତ୍ପାଦନ ତୁଳନାରେ ଉତ୍ପାଦିତ ସାମଗ୍ରୀର ଗୁଣାତ୍ମକ ମାନକୁ ପ୍ରାଥମିକତା ଦେଇ ପାରନ୍ତି । ଦୀର୍ଘସ୍ଥାୟୀ କାମଗୁଡ଼ିକ ଆରମ୍ଭ କରିପାରନ୍ତି । ଆଜି ଆପଣଙ୍କ ପାଇଁ ଗାଢ଼ ସବୁଜ ରଙ୍ଗର ପୋଷାକ ପିନ୍ଧିବା ଉଚିତ ହେବ । ମଧ୍ୟାହ୍ନ ୧୨ଟାରୁ ଦିନ ଗୋଟାଏ ଭିତରେ ଜରୁରୀ କାମଗୁଡ଼ିକ ସାରିବାକୁ ଚେଷ୍ଟା କରନ୍ତୁ ।

ଆସନ୍ତୁ, ମୀନ ରାଶି ସଂପର୍କରେ ଜାଣନ୍ତୁ,

ପ୍ର୍ରିୟ ମୀନରାଶି, ଚନ୍ଦ୍ରମା ସିଂହ ରାଶିରେ ଅବସ୍ଥାନ କରିଥିବାରୁ ଆଜି ଆପଣ କୌଣସି ଅସୁବିଧାରେ ପଡ଼ିପାରନ୍ତି । ସତକଥା କହିଲେ ଚନ୍ଦ୍ରମା ଆପଣଙ୍କ ଧୈର୍ଯ୍ୟ ଓ ଶାନ୍ତ ସ୍ୱଭାବକୁ ପରୀକ୍ଷା କରୁଛନ୍ତି । ତେଣୁ ଆପଣ ଶାନ୍ତ ରହି ପରିସ୍ଥିତିର ମୁକାବିଲା କରନ୍ତୁ । ମନରେ ନକରାତ୍ମକ ଚିନ୍ତାଧାରା ଆଣନ୍ତୁ ନାହିଁ । ନିର୍ଦ୍ଧାରିତ ସମୟରେ ସବୁ ସମସ୍ୟା ଦୂର ହୋଇଯିବ । ସକାଳ ୧୦ଟାରୁ ୧୧ଟା ଆପଣଙ୍କ ପାଇଁ ଭାଗ୍ୟଶାଳୀ ସମୟ । ଆଜି ପାଇଁ ଆପଣ ଧଳା ରଙ୍ଗର ପୋଷାକ ପିନ୍ଧି ପାରନ୍ତି ।

ଆଜି ପାଇଁ ଏତିକି କହି ବିଦାୟ ନେଉଛି । ପୁଣି ଦେଖା ହେବ ଆସନ୍ତାକାଲି । ଜୁହାର ।