Today Odia Horoscope: ଆଜି ମେ’ ମାସ ୫ ତାରିଖ ସୋମବାର । ଅଦ୍ୟ ସୀତା ନବମୀ ।

ମା’ ସୀତା ଆଜ ଦିନରେ ଆବିର୍ଭାବ ହୋଇଥିଲେ।

Today Odia Horoscope: ଅଦ୍ୟ ଶ୍ରୀମନ୍ଦିରେ ନିଳାଦ୍ରୀ ମହୋଦୟାଷ୍ଟମୀ । ହିନ୍ଦୁ କ୍ୟାଲେଣ୍ଡର ମୁତାବକ ବୈଶାଖ ମାସ ୧୫ ଦିନ । ମେଷ ମାସ ୨୨ ଦିନରେ ପଦାର୍ପଣ କରିଛି । ଆଜି ଶୁକ୍ଳପକ୍ଷ ଅଷ୍ଟମୀ ତିଥି । ଚନ୍ଦ୍ର ଅବସ୍ଥାନ କରିଛନ୍ତି ଅଶ୍ଲେଷା ନକ୍ଷତ୍ର କର୍କଟ ରାଶିରେ । ଆଜି ନଡ଼ିଆ ଓ ଲାଉ ଖାଇବା ମନା । ଆଜି ନବମୀ ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଯୋଗିନୀ ଐଶାନ୍ୟ କୋଣରେ ଅବସ୍ଥାନ କରିଛନ୍ତି । ଦିନ ୭ଟା ୩୮ ମିନିଟ୍‌ ପରେ ପୂର୍ବ ଦିଗରେ ଅବସ୍ଥାନ କରିବେ । ଯାତ୍ରାରମ୍ଭ ସମୟରେ ଯୋଗିନୀଙ୍କୁ ବାମକଡ଼ରେ ରଖନ୍ତୁ।

ଆଜି କର୍କଟ ଓ ମକର ରାଶିର ଘାତଚନ୍ଦ୍ର । ମିଥୁନ ରାଶିର ଘାତବାର । ଦିନ ୬ଟା ୪୯ ମିନିଟ୍‌ରୁ ୮ଟା ୨୭ ମିନିଟ୍‌ ପର୍ଯ୍ୟନ୍ତ କାଳବେଳା । ରାତି ୧୦ଟା ୨୪ ମିନିଟ୍‌ରୁ ୧୧ଟା ୪୯ ମିନିଟ୍‌ କାଳରାତ୍ରୀ। ଆଜିର ଦିନଟି ଆପଣଙ୍କ ପାଇଁ କିପରି ରହିବ । ସେ ସଂପର୍କରେ କହିବା ପୂର୍ବରୁ ବେଲ ଆଇକନ୍‌ ଟିପି ଆମ ଚାନେଲକୁ ସବ୍‌ ସ୍କ୍ରାଇଭ କରିବାକୁ ଅନୁରୋଧ କରୁଛି । ଆପଣଙ୍କର ବ୍ୟକ୍ତିଗତ ସମସ୍ୟା ସମାଧାନ କରିବାକୁ ଚାହୁଁଥିଲେ କମେଂଟ ବକ୍ସକୁ ଯାଇ ଆପଣଙ୍କ ନାମ ଓ ମୋବାଇଲ ଲେଖି ପାରନ୍ତି।

ମେଷ ରାଶିର ଜାତକଙ୍କ ଆଜି କର୍କଟ ରାଶିରେ ଚନ୍ଦ୍ର ଅବସ୍ଥାନ କରିଛନ୍ତି । ଶତ୍ରୁ ଆପଣଙ୍କ ପରିବାରର କୌଣସି ସଭ୍ୟଙ୍କ କାନ୍ଧରେ ବନ୍ଧୁକ ରଖି ଆପଣଙ୍କୁ ଗୁଳି କରିପାରନ୍ତି । ବିପଦକୁ ଆଖି ଆଗରେ ଦେଖି କାତର ହୁଅନ୍ତୁନି । ବୁଦ୍ଧି ଖଟାଇ ମୁକାବିଲା କରନ୍ତୁ । ସନ୍ଧ୍ୟା ୬ଟାରୁ ୭ଟା ୧୫ ମିନିଟ୍‌ ଆପଣଙ୍କ ପାଇଁ ଶୁଭଦାୟକ ରହିବ । ଆଜି ପାଇଁ ଆପଣଙ୍କର ଶୁଭରଙ୍ଗ ଗୋଲାପୀ । ଭାଗ୍ୟଶାଳୀ ନମ୍ବର ୮ ।

ବୃଷ ରାଶି, ଚନ୍ଦ୍ରମା କର୍କଟ ରାଶିରେ ଗୋଚର କରିଛନ୍ତି । ଆପଣ ଭାବନାର ବଶବର୍ତୀ ହୋଇ ବ୍ୟବସାୟ ଅବା କର୍ମକ୍ଷେତ୍ରରେ ଯୋଉ ନିଷ୍ପତି ନେଉଛନ୍ତି, ତାହା ଯେପରି ସମସ୍ତଙ୍କ ପାଇଁ ଲାଭପ୍ରଦ ରହିବ, ସେଥିପ୍ରତି ଯତ୍ନବାନ ରହିବେ । ଆପଣ ଆଜି ଆପଣଙ୍କର କୌଣସି ଆତ୍ମିୟଙ୍କର ମିଠା ମିଠା କଥାରେ ଭାସିଯାଇ ପାରନ୍ତି । ସନ୍ଧ୍ୟା ୬ଟା ୭ଟା ଭିତରେ ଶୁଭକାମ କରିବା ଉଚିତ ହେବ । ଆଜି ପାଇଁ ଆପଣ ନୀଳ ରଙ୍ଗ ପୋଷାକ ପରିଧାନ କରିପାରନ୍ତି । ଭାଗ୍ୟଶାଳୀ ନମ୍ବର ୬ ।

ମିଥୁନ ରାଶି, ଆଜି ଆପଣଙ୍କ ପାଇଁ ଚନ୍ଦ୍ରମା କର୍କଟ ରାଶିରେ ମଜଭୁତ ସ୍ଥିତିରେ ଅଛନ୍ତି । ତେଣୁ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ଗ୍ରହଣ କରିବା ଆପଣଙ୍କ ପାଇଁ ଏକ ଚାଲେଞ୍ଜ ରହିବ । ମନରେ ଦୃଢ଼ ଇଛାଶକ୍ତି ରଖି ଲକ୍ଷ୍ୟ ସ୍ଥଳରେ ପହଂଚିବାକୁ ଚେଷ୍ଟା କରନ୍ତୁ । ଲକ୍ଷ୍ୟଚ୍ୟୁତ ନହେବା ପାଇଁ ସବୁବେଳେ ସବୁଜ ରଙ୍ଗର ପୋଷାକ ପିନ୍ଧନ୍ତୁ । ଗୁରୁତ୍ୱପୂର୍ଣ୍ଣ କାମଗୁଡ଼ିକୁ ଅପରାହ୍ଣ ୪ଟାରୁ ୬ଟା ଭିତରେ ସାରିବାକୁ ଚେଷ୍ଟା କରନ୍ତୁ । ଆଜି ପାଇଁ ଆପଣଙ୍କର ଭାଗ୍ୟଶାଳୀ ନମ୍ବର ୯ ।

କର୍କଟ ରାଶି, ଆଜି ଆପଣ କୌଣସି ମାମଲାକୁ କେନ୍ଦ୍ର କରି ଚିନ୍ତିତ ରହିପାରନ୍ତି । ଦିନଟି ଆପଣଙ୍କ ପାଇଁ ସେତେ ଖାସ୍‌ ରହିବନି । ମନକୁ ଟାଣ କରନ୍ତୁ । ଆଶା କରୁଥିବା ଜିନିଷଟି ହାତରୁ ଖସି ଯିବାର ଦେଖି ହତାଶ ହୁଅନ୍ତୁନି । ବଂଚିବାର କଳାଟିକୁ ଅଭିଜ୍ଞ ଲୋକଙ୍କ ନିକଟରୁ ଶିଖିବାକୁ ଚେଷ୍ଟା କରନ୍ତୁ । ସଂଘର୍ଷ ପରେ ବିଜୟ ସୁନିଶ୍ଚିତ ଭାବି ଆଗକୁ ପାଦ ପକାନ୍ତୁ । ସକାଳ ୯ଟାରୁ ୧୦ଟା ଭିତରେ ଜରୁରୀ କାମ ସାରନ୍ତୁ । ଆଜି ପାଇଁ ଆପଣଙ୍କର ଶୁଭ ରଙ୍ଗ ନାରଙ୍ଗୀ । ଭାଗ୍ୟଶାଳୀ ନମ୍ବର ୩ ।

ସିଂହ ରାଶି, ପରିବାରରେ ଯୋଉ ବ୍ୟକ୍ତି ବା ମହିଳା ଆପଣଙ୍କ ପ୍ରତିଟି କାମରେ କିଛି ନା କିଛି ଦୋଷ ବାଛି ଆସୁଛନ୍ତି, ଆଜି ସେହିଭଳି ଚରିତ୍ରଙ୍କ ନିକଟରୁ ଦୂରତା ରକ୍ଷା କରନ୍ତୁ । ମନକୁ ଦୃଢ଼ କରନ୍ତୁ । ଆପଣଙ୍କ ଚାରିପଟେ ଘୁରି ବୁଲୁଥିବା ସକାରାତ୍ମକ ଲୋକଙ୍କୁ ଚିହ୍ନନ୍ତୁ ଓ ସେମାନଙ୍କ ସହିତ ମିଳାମିଶା କରନ୍ତୁ । ଆପଣଙ୍କ ମୁଡ୍‌ ବଦଳି ଯିବ । ଆପଣ ପୁରା ଜୋସ୍‌ରେ କାମ କରି ଭିଡ଼ ଭିତରୁ ଜଣେ ହୋଇପାରିବେ । ଦିନ ୨ଟାରୁ ୪ଟା ଭିତରେ ଜରୁରୀ କାମ ସାରନ୍ତୁ । ଆଜି ପାଇଁ ଆପଣ ହଳଦିଆ ରଙ୍ଗ ବ୍ୟବହାର କରନ୍ତୁ । ଭାଗ୍ୟଶାଳୀ ନମ୍ବର ୧ ।

କନ୍ୟା ରାଶି, ଆଜି ଆପଣ କୌଣସି କାମରେ ଦିନସାରା ବ୍ୟସ୍ତ ରହିପାରନ୍ତି । ଚନ୍ଦ୍ରମା ଆପଣଙ୍କୁ ଭ୍ରମରେ ପକାଇ ପାରନ୍ତି । ସବୁ କାମ ଠିକ ଭାବେ ସାରନ୍ତୁ । ଉଚ୍ଚ ଦରମା ହାରରେ ଚାକିରି ପ୍ରସ୍ତାବ ଆସିପାରେ । ବୁଦ୍ଧି ବିବେକ ବଳରେ ଚାଲେଞ୍ଜକୁ ସାମ୍ନା କରନ୍ତୁ । ଆଜି ପାଇଁ ଆପଣ କମଳା ରଙ୍ଗର ପୋଷାକ ପରିଧାନ କରିପାରନ୍ତି । ସକାଳ ସାଢେ଼ ୯ଟାରୁ ଦିନ ୧୧ଟା ୪୫ ମିନିଟ୍‌ ଭିତରେ ଜରୁରୀ କାମ ଗୁଡ଼ିକ ସାରି ଦିଅନ୍ତୁ । ଭାଗ୍ୟଶାଳୀ ନମ୍ବର ୫ ।

ତୁଳା ରାଶି, ଆଜି ଆପଣଙ୍କ ମନରେ ନୂତନ ଉତ୍ସାହ ଦେଖିବାକୁ ମିଳିବ । ସମସ୍ତଙ୍କୁ ଆପଣାର ମଣି ମାନସିକ ଶାନ୍ତି ପାଇବେ । ହାନି ଲାଭ ଭିତରେ ସନ୍ତୁଳନ ରକ୍ଷା କରନ୍ତୁ । କାହା ଉପରେ ଅଯଥା ରାଗନ୍ତୁ ନାହିଁ । ପରିସ୍ଥିତି ପ୍ରତିକୂଳ ଆଡ଼କୁ ଚାଲି ଯାଇପାରେ । ହାତମୁଠାରୁ ସଫଳତା ଖସିଗଲେ ବିବ୍ରତ ହୁଅନ୍ତୁନି । ଆଜି ପାଇଁ ଆପଣଙ୍କ ପକ୍ଷେ ଗୋଲାପୀ ରଙ୍ଗ ଲାଭଦାୟକ ରହିବ । ଦିନ ୧୨ଟାରୁ ୩ଟା ଭିତରେ ଜରୁରୀ କାମଗୁଡ଼ିକ ସାରି ଦିଅନ୍ତୁ । ଭାଗ୍ୟବାନ ନମ୍ବର ୬ ।

ବିଛା ରାଶି: ଚନ୍ଦ୍ରମା କର୍କଟ ରାଶିରେ ଥିବାରୁ ଆପଣଙ୍କର କିଛି ଘନିଷ୍ଠ ଲୋକ ସାମାନ୍ୟ ହତାଶ ଅନୁଭବ କରିପାରନ୍ତି । ଆଜି ଆପଣଙ୍କ ନିକଟରେ ଯଥେଷ୍ଟ ସମୟ ଥିବାରୁ ଯେକୌଣସି ସମସ୍ୟାକୁ ଦକ୍ଷତାର ସହ ସାମ୍ନା କରି ସାବାସୀ ପାଇପାରନ୍ତି । ଅନ୍ୟର ଦୋଷକୁ ଜାବୁଡ଼ି ଧରନ୍ତୁନି । ଆଜି ଆପଣଙ୍କୁ କଠିନ ସମୟ ଦେଇ ଗତି କରିବାକୁ ପଡ଼ିବ । ଅଶୁଭ ଦୃଷ୍ଟିକୁ ଏଡ଼ାଇବା ପାଇଁ ଘନନୀଳ ପୋଷାକ ବ୍ୟବହାର କରନ୍ତୁ । ଦିନ ୧ଟାରୁ ୨ଟା ଭିତରେ ଜରୁରୀ କାମଗୁଡ଼ିକ ସାରି ଦିଅନ୍ତୁ । ଆଜି ଆପଣଙ୍କର ଭାଗ୍ୟଶାଳୀ ନମ୍ବର ୯ ।

ଧନୁ ରାଶି, ଗତ କିଛିଦିନ ଧରି ଆପଣଙ୍କୁ ଅଡୁଆରେ ପକାଇଥିବା ସମସ୍ୟା ଗୁଡ଼ିକ ଭିତରୁ ଆଜି କିଛି ଦୂର ହୋଇଯିବ । ଫଳରେ ମନଟା ଟିକେ ହାଲୁକା ଲାଗିବ । କିଛି ଦିନ ପାଇଁ ବ୍ୟବସାୟ ଝଞ୍ଜଟରୁ ଛୁଟି ନେଇ ବ୍ୟକ୍ତିଗତ କାମଗୁଡ଼ିକ ସାରି ଦିଅନ୍ତୁ । ପରିବାର ଗହଣରେ କିଛି ସମୟ ବିତାନ୍ତୁ । ଆଜି କିଛି ଜରୁରୀ କାମ ସାରିବାକୁ ଚାହୁଁଥିଲେ ଦିନ ସାଢେ଼ ଗୋଟାଏରୁ ସାଢେ଼ ଦୁଇଟା ଭିତରେ କରନ୍ତୁ । ଆଜି ପାଇଁ ଅ÷ାପଣଙ୍କର ଶୁଭ ନମ୍ବର ୩ ।

ମକର ରାଶି, କର୍କଟ ରାଶିରେ ଚନ୍ଦ୍ରମା ଅବସ୍ଥାନ କରିଥିବାରୁ ଆଜି ଆପଣଙ୍କ ମନରେ ନାନା ଭାବନା ମୁଣ୍ଡ ଟେକିବ । ଭାବନାରେ ଭାସି ଯାଇ ଗୁରୁତ୍ୱପୂର୍ଣ୍ଣ କାମଗୁଡ଼ିକ ପ୍ରତି ଅବହେଳା କରନ୍ତୁନି । ସମୟ ପାଇଲେ ସାଙ୍ଗସାଥୀଙ୍କ ଗହଣରେ କିଛି ସମୟ କଟାନ୍ତୁ । ନାଚ ଗୀତ ଅବା ଚିତ୍ରାଙ୍କନ ଭଳି କଳାତ୍ମକ କ୍ଷେତ୍ରରେ ଦଖଲ ଥିଲେ, ଆଜି କିଛି ସମୟ ତାରି ଭିତରେ ହଜିଯାଆନ୍ତୁ । ମନରେ ନକରାତ୍ମକ ଚିନ୍ତାଧାରାକୁ ପଶିବାକୁ ଦିଅନ୍ତୁ ନାହିଁ । ଆଜି ଆପଣ ହଳଦିଆ ରଙ୍ଗର ପୋଷାକ ପିନ୍ଧନ୍ତୁ । ମନରେ ଶାନ୍ତି ପାଇବେ । ଜରୁରୀ କାମ ଗୁଡ଼ିକ ଦିନ ୩ଟାରୁ ୪ଟା ଭିତରେ ସାରନ୍ତୁ । ଆଜି ପାଇଁ ଆପଣଙ୍କ ଭାଗ୍ୟଶାଳୀ  ନମ୍ବର ୮ ।

କୁମ୍ଭ ରାଶି, ଆଜି ଆପଣ ଅଫିସରେ ବରିଷ୍ଠ ଅଧିକାରୀଙ୍କ ସହିତ କଥା ହେଉଥିଲେ, ସତର୍କତା ଅବଲମ୍ବନ କରନ୍ତୁ । ଭାବୁକତାର ଶିକାର ହୋଇ ଏପରି କିଛି କୁହନ୍ତୁନି ଯାହା ଆଗାମୀ ଦିନରେ ଆପଣଙ୍କ ପାଇଁ ପାହାଡ଼ ଭଳି ସମସ୍ୟା ଠିଆ କରିଦେବ । ଉଚ୍ଚ ଅଧିକାରୀଙ୍କ କଥାର ଜବାବ ନଦେଇ ମଉନ ରହିବା ବୁଦ୍ଧିମାନର କାମ ହେବ । ଚୁପଚାପ ରହି ଅନୁକୂଳ ସମୟକୁ ଅପେକ୍ଷା କରନ୍ତୁ । ଅହଂକାରକୁ ଆଦୌ ପ୍ରଶ୍ରୟ ଦିଅନ୍ତୁ ନାହିଁ । ଅଟଳ ମନରେ ଲକ୍ଷ୍ୟସ୍ଥଳରେ ପହଂଚିବାକୁ ଚେଷ୍ଟା କରନ୍ତୁ । ଆଜି ଆପଣ ଧଳା ପୋଷାକ ପିନ୍ଧିଲେ ମନ ଶାନ୍ତ ରହିବ । ଅପରାହ୍ଣ ସାଢେ଼ ଚାରିଟାରୁ ସନ୍ଧ୍ୟା ୬ଟା ଭିତରେ କାମଗୁଡ଼ିକ ସାରି ଦିଅନ୍ତୁ । ଆଜି ପାଇଁ ଆପଣଙ୍କର ଭାଗ୍ୟଶାଳୀ ନମ୍ବର ୮।

ମୀନ ରାଶି, କର୍କଟରେ ଚନ୍ଦ୍ରମା ଥିବାରୁ ଆଜି ଆପଣ ସ୍ୱାସ୍ଥ୍ୟ ପ୍ରତି ଚରମ ଅବହେଳା କରିପାରନ୍ତି । ଆପଣ ଡାଇବେଟିସ୍‌ରେ ପୀଡ଼ିତ ଥିଲେ, ଶର୍କରା ଜାତୀୟ ଖାଦ୍ୟ ସେବନ କରନ୍ତୁନି । ଯେକୌଣସି କାମକୁ ଏକ ଚାଲେଞ୍ଜ ଭାବେ ଧରି ନେଇ ଶ୍ରେଷ୍ଠ ସ୍ଥାନରେ ପହଂଚିବାକୁ ଚେଷ୍ଟା କରନ୍ତୁ । ସକାଳ ସନ୍ଧ୍ୟାରେ ଚାଲନ୍ତୁ, ବ୍ୟାୟାମ କରନ୍ତୁ । ଆଜି ପାଇଁ ଆପଣ ଗୋଲାପୀ ରଙ୍ଗ ବ୍ୟବହାର କରନ୍ତୁ । ଜରୁରୀ କାମଗୁଡ଼ିକ ଦିନ ସାଢେ଼ ୩ଟାରୁ ଅପରାହ୍ଣ ୪ଟା ୪୫ ମିନିଟ୍‌ ଭିତରେ ସାରନ୍ତୁ । ଭାଗ୍ୟଶାଳୀ ନମ୍ବର ୬ ।