Today Odia Horoscope: ଆଜି ମେ’ ମାସ ୧୦ ତାରିଖ ଶନିବାର, ବୃଷ, ସିଂହ ଓ କନ୍ୟା ରାଶିର ଘାତବାର

ବାଇଗଣ ଓ ବିରି ଖାଇବା ମନା

Today Odia Horoscope: ହିନ୍ଦୁ କ୍ୟାଲେଣ୍ଡର ମୁତାବକ ବୈଶାଖ ମାସ ବିଂଶ ଦିନ। ମେଷ ମାସ ୨୭ ଦିନରେ ପଦାର୍ପଣ କରିଛି। ଶୁକ୍ଳପକ୍ଷ ତ୍ରୟୋଦଶୀ ତିଥି। ଚନ୍ଦ୍ର ଅବସ୍ଥାନ କରିଛନ୍ତି ଚିତ୍ରା ନକ୍ଷତ୍ର କନ୍ୟା ରାଶିରେ। ଆଜି ତ୍ରୟୋଦଶୀ ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ।

ଯୋଗିନୀ ଦକ୍ଷିଣ ଦିଗରେ ଅବସ୍ଥାନ କରିଛନ୍ତି। ଦିନ ୫ଟା ୧୧ ମିନିଟ୍‌ ପରେ ପଶ୍ଚିମ ଦିଗରେ ଅବସ୍ଥାନ କରିବେ । ଯୋଗିନୀଙ୍କୁ ବାମକଡ଼ରେ ରଖି ଯାତ୍ରା କରିପାରନ୍ତି । ଆଜି ବୃଷ, ସିଂହ ଓ କନ୍ୟା ରାଶିର ଘାତବାର । ଆଜି ବିରି ଓ ବାଇଗଣ ଖାଇବା ମନା।

ଆଜି ଦିନଟି ୧୨ଟି ରାଶିର ଲୋକଙ୍କ ପାଇଁ ଆଣିଥିବା ଶୁଭ ସମାଚାର ସଂପର୍କରେ ଜଣାଇବା ପୂର୍ବରୁ ଛୋଟ ଅନୁରୋଧ କରୁଛି । ନୂଆ କରି ଆମ ଚାନେଲ ଦେଖୁଥିଲେ, ବେଲ ଆଇକନ୍‌ ଟିପି ଆମ ଚାନେଲକୁ ସବ୍‌ ସ୍କ୍ରାଇଭ କରନ୍ତୁ । ଆପଣଙ୍କର ବ୍ୟକ୍ତିଗତ ସମସ୍ୟା ଥିଲେ, ଆମକୁ ହ୍ୱାଟ୍‌ସ୍‌ ଆପ୍‌ ଜରିଆରେ ଜଣାଇ ପାରିବେ।

ଏବେ ମେଷରାଶି ସଂପର୍କରେ ଜାଣନ୍ତୁ,
ପ୍ରିୟ ମେଷରାଶି, କନ୍ୟା ରାଶିରେ ଚନ୍ଦ୍ରମାଙ୍କ ଅବସ୍ଥାନ ଆପଣଙ୍କୁ ଆପଣଙ୍କ ପରିବାରର ନିକଟତର ହେବା ପାଇଁ ସୁଯୋଗ ଆଣିଛି । ଆପଣ ଅତୀତରେ ପରିବାରକୁ ସମୟ ଦେଇ ନଥିଲେ । ତା’ର ପରିଣାମ ସ୍ୱରୂପ ଆପଣଙ୍କୁ ଏକ ଘରିକିଆ ହୋଇଯାଇଛନ୍ତି । ତେଣୁ ପରିବାରକୁ ଖୁସି କରିବା ପାଇଁ ଆପଣ ଆଜି ଦିନଟିକୁ ବ୍ୟବହାର କରନ୍ତୁ । ପରିବାରକୁ ସାଙ୍ଗରେ ଧରି ଚଳଚ୍ଚିତ୍ର ଦେଖିବାକୁ ଯାଆନ୍ତୁ । ସିନେମା ହଲରୁ ବାହାରି ବଢ଼ିଆ ହୋଟେଲକୁ ଯାଆନ୍ତୁ, ଭୋଜନ କରନ୍ତୁ । ଦିନଟିକୁ ସ୍ମରଣୀୟ କରି ଦିଅନ୍ତୁ । ସନ୍ଧ୍ୟା ୭ଟାରୁ ରାତି ଆଠଟା ପର୍ଯ୍ୟନ୍ତ ସମୟ ଅତ୍ୟନ୍ତ ଶୁଭ । ଆଜି ପାଇଁ ଆପଣଙ୍କ ଶୁଭରଙ୍ଗ ଗୋଲାପୀ, ହଳଦିଆ ।

ଏବେ ବୃଷରାଶି ସଂପର୍କରେ ଜାଣନ୍ତୁ,
କନ୍ୟାରାଶିରେ ଚନ୍ଦ୍ରମା ଅବସ୍ଥାନ କରିଥିବାରୁ ଆଜି ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେବ । ବେଶ କିଛିଦିନ ଧରି କାମ କରିବା ପରେ ଆଜି ଟିକେ ଆରାମ କରିବାର ସମୟ ପାଇଛନ୍ତି । ତା’ର ସୁଯୋଗ ନିଅନ୍ତୁ । ସାଙ୍ଗସାଥୀ ଓ ପରିବାର ସହିତ ଦିନଟିକୁ କଟାନ୍ତୁ । ସକାଳ ସାଢେ଼ ୯ଟାରୁ ସାଢେ଼ ୧୦ଟା ପର୍ଯ୍ୟନ୍ତ ସମୟଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ । ସେହି ସମୟ ଭିତରେ ଅଧା ରହିଥିବା କାମଗୁଡ଼ିକ ସାରନ୍ତୁ । ଆଜି ପାଇଁ ଆପଣଙ୍କର ଶୁଭ ରଙ୍ଗ ଧଳା ।

ଏବେ ମିଥୁନ ରାଶି ସଂପର୍କରେ ଜାଣନ୍ତୁ,
ପ୍ରିୟ ମିଥୁନ ରାଶିର ଜାତକ, ଆପଣ ଯାହା ସବୁ କରୁଛନ୍ତି ତାହା କେତେ ଦୂର ଠିକ, ସେ ସଂପର୍କରେ ଭାବିବା ପାଇଁ ଆଜି ଦିନଟି ଉପଯୁକ୍ତ । ଆପଣ ଏବେ ଘଡ଼ିସନ୍ଧି ଭିତରେ ଗତି କରୁଛନ୍ତି । ଚିନ୍ତାଗ୍ରସ୍ତ ଭିତରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ଗ୍ରହଣ କରିବା ଆଦୌ ଠିକ ହେବନି । ଆପଣ ଆଜି ବିଭ୍ରାନ୍ତରେ ପଡ଼ି ପାରନ୍ତି । କନ୍ୟାରାଶିରେ ଚନ୍ଦ୍ର ଅବସ୍ଥାନ କରିଥିବାରୁ ତରବରିଆ ଭାବେ ନିଷ୍ପତି ନେଇ ଅସୁବିଧାରେ ପଡ଼ିପାରନ୍ତି । ଆଜି ଧଳା ପୋଷାକ ପରିଧାନ କରନ୍ତୁ । ମନରେ ସକରାତ୍ମକ ଭାବନା ଜାଗ୍ରତ ହେବ । ସକାଳ ସାଢେ଼ ୧୦ଟାରୁ ମଧ୍ୟାହ୍ନ ୧୨ଟା ଆପଣଙ୍କ ପାଇଁ ଅନୁକୂଳ ସମୟ । ଏହି ସମୟ ଭିତରେ ଆପଣ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗଦାନ କରିପାରନ୍ତି ।

ଏବେ କର୍କଟ ରାଶି ସଂପର୍କରେ ଜାଣନ୍ତୁ,
ପ୍ରିୟ କର୍କଟ ରାଶିର ଜାତକ, କନ୍ୟାରାଶିରେ ଚନ୍ଦ୍ର ଅବସ୍ଥାନ କରିଥିବାରୁ ଆଜି ସାଙ୍ଗସାଥୀ ବନ୍ଧୁବାନ୍ଧବଙ୍କୁ ଭେଟି ପାରନ୍ତି, ଜନ ସଂପର୍କ ବୃଦ୍ଧି କରନ୍ତୁ । ଦୀର୍ଘଦିନ ଧରି ଦୂରେଇ ଯାଇଥିବା ବନ୍ଧୁମାନଙ୍କୁ ଭେଟିବାକୁ ଯାଇପାରନ୍ତି । ବ୍ୟବସାୟକୁ ତ୍ୱରାନ୍ୱିତ କରି ସନ୍ତୁଷ୍ଟ ଅନୁଭବ କରିପାରନ୍ତି । ଆଜି ପାରିବାରିକ ଓ ପେଶାଦାର ଜୀବନରେ କୌଣସି ସମସ୍ୟା ଉପୁଜିବ ନାହିଁ । ମନରେ ଦୃଢ଼ ମନୋବଳ ବୃଦ୍ଧି କରିବାକୁ ହେଲେ ଆଜି ଧଳା ପୋଷାକ ପରିଧାନ କରନ୍ତୁ । ଆଜି ପାଇଁ ଆପଣଙ୍କର ଭାଗ୍ୟଶାଳୀ ସମୟ ଅପରାହ୍ଣ ୪ଟାରୁ ସନ୍ଧ୍ୟା ୫ଟା । ଏହି ସମୟ ଭିତରେ ଯେକୌଣସି ଶୁଭ କାମ ଆରମ୍ଭ କରିପାରନ୍ତି ।

ଏବେ ସିଂହ ରାଶି ସଂପର୍କରେ ଜାଣନ୍ତୁ,
ପ୍ରିୟ ସିଂହ ରାଶି ଜାତକ, ଆଜି କନ୍ୟା ରାଶିରେ ଚନ୍ଦ୍ରମା ଅବସ୍ଥାନ କରିଥିବାରୁ ପାରିବାରିକ କ୍ଷେତ୍ରରେ ସାମାନ୍ୟ ଚାପ ଅନୁଭବ କରିପାରନ୍ତି । ପାରିବାରିକ ଦାୟିତ୍ୱ ତୁଲାଇବା ପାଇଁ ଯଥା ଶକ୍ତି ଉଦ୍ୟମ କରନ୍ତୁ । ଆପଣଙ୍କ ନିଷ୍ପତିକୁ ପରିବାରର ସବୁ ସଭ୍ୟ ଯଥେଷ୍ଟ ସମ୍ମାନ ଦିଅନ୍ତି । ସେମାନଙ୍କ ପ୍ରତି ଉଦାରପୂର୍ଣ୍ଣ ବ୍ୟବହାର ପ୍ରଦର୍ଶନ କରିବା ଆପଣଙ୍କ ପକ୍ଷେ ଉଚିତ ହେବ । ଦିନ ୨ଟାରୁ ୩ଟା ଭିତରେ ଜରୁରୀ କାମଗୁ୍‌ଡ଼ିକ ସାରିପାରନ୍ତି । ଆଜି ପାଇଁ ଆପଣ ନୀଳ ରଙ୍ଗର ପୋଷାକ ପରିଧାନ କରିପାରନ୍ତି ।

ଏବେ କନ୍ୟା ରାଶି ସଂପର୍କରେ ଜାଣନ୍ତୁ,
ପ୍ରିୟ କନ୍ୟାରାଶି ଜାତକ, କନ୍ୟାରାଶିରେ ଚନ୍ଦ୍ରମା ଅବସ୍ଥାନ କରିଥିବାରୁ ଆଜି ଆପଣଙ୍କ ମନରେ ନକରାତ୍ମକ ଭାବନା ଜାତ ହୋଇପାରେ । ଆପଣ ଏକାଧିକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ଆଜି ଆପଣ ଉଦାସ ଓ ଚିନ୍ତିତ ରହିପାରନ୍ତି । ଆପଣ କୌଣସି ବିବାଦରେ ପଡ଼ିପାରନ୍ତି । ବିବାଦରେ ପଡ଼ିଲେ ମଧ୍ୟ ମନକୁ ଶାନ୍ତ ରଖନ୍ତୁ । ମନ୍ଦିର ଅବା ପୂଜା ପୀଠରେ କିଛି ସମୟ କଟାନ୍ତୁ । ସୌହାର୍ଦ୍ଦ୍ୟପୂର୍ଣ୍ଣ ଢଙ୍ଗରେ ସବୁ ବିବାଦର ସମାଧାନ କରନ୍ତୁ । ଅପରାହ୍ଣ ୪ଟାରୁ ୫ଟା ଭିତରେ ଜରୁରୀ କାମଗୁଡ଼ିକ ସାରନ୍ତୁ । ଆଜି ପାଇଁ ଆପଣ ଲାଲ ରଙ୍ଗର ପୋଷାକ ପରିଧାନ କରିପାରନ୍ତି ।

ଏବେ ତୁଳାରାଶି ସଂପର୍କରେ ଜାଣନ୍ତୁ,
ପ୍ରିୟ ତୁଳାରାଶିର ଜାତକ, କନ୍ୟା ରାଶିରେ ଚନ୍ଦ୍ରମା ଥିିବାରୁ ଆଜି ଆପଣଙ୍କ ପେଶାଗତ କ୍ଷେତ୍ରଟି ଉତ୍ସାହପ୍ରଦ ରହିବ । ଭବିଷ୍ୟତ କଥା ଭାବି ଚିନ୍ତିତ ରହିପାରନ୍ତି । ଅତୀତର ତିକ୍ତ ଅନୁଭୂତିକୁ ମନେ ପକାଇ ଭବିଷ୍ୟତକୁ ବରବାଦ୍‌ କରନ୍ତୁ ନାହିଁ । ମନକୁ ଦୃଢ଼ କରନ୍ତୁ ଭାବିଥିବା କାମଟିକୁ ଆଗ୍ରହର ସହିତ ଆରମ୍ଭ କରନ୍ତୁ । ସଫଳତା ହାସଲ କରିବେ । ଆଜି ପାଇଁ ଆପଣ କ୍ରିମ ରଙ୍ଗର ପୋଷାକ ପରିଧାନ କରିପାରନ୍ତି । ସନ୍ଧ୍ୟା ୬ଟାରୁ ୭ଟା ଭିତରେ ଜରୁରୀ କାମଗୁଡ଼ିକ ସାରନ୍ତୁ ।

ଏବେ ବିଛାରାଶି ସଂପର୍କରେ ଜାଣନ୍ତୁ,
ପ୍ର୍ରିୟ ବିଛାରାଶି ଜାତକ, ଆଜି ଆପଣ ପ୍ରଫୁଲ୍ଲ ରହିବେ । ସାଙ୍ଗସାଥୀ ଓ ପରିବାର ସହିତ ଅଧିକ ସମୟ ବିତାଇ ପାରନ୍ତି । ହସଖୁସି ମାହୋଲ ଭିତରେ ଦିନଟି କଟିଯିବ । ଆଗାମୀ ଦିନରେ ଆପଣଙ୍କୁ ବହୁତ ଗୁରୁତ୍ୱପୂର୍ଣ୍ଣ କାମ କରିବାକୁ ପଡ଼ିବ । ସେତେବେଳେ ଆପଣ ଚାହିଁଲେ ମଧ୍ୟ ପରିବାରକୁ ସମୟ ଦେଇ ପାରିବେନି । ସେସବୁକୁ ଦୃଷ୍ଟିରେ ରଖି ଆଜି ଅପରାହ୍ଣ ୪ଟାରୁ ୬ଟା ଭିତରେ ପରିବାର ସହିତ କୌଣସି ଦର୍ଶନୀୟ ସ୍ଥାନ ବୁଲି ଆସନ୍ତୁ । ଆଜି ପାଇଁ ଆପଣ ଘନ ବାଇଗଣୀ ରଙ୍ଗର ପୋଷାକ ପରିଧାନ କରିପାରନ୍ତି ।

ଏବେ ଧନୁ ରାଶି ସଂପର୍କରେ ଜାଣନ୍ତୁ,
ପ୍ରିୟ ଧନୁରାଶି ଜାତକ, ଆଜି ଆପଣ ମାନସିକ ସ୍ତରରେ ଦୃଢ଼ ରହିପାରନ୍ତି । ଅଟକି ରହିଥିବା କାମଗୁଡ଼ିକୁ ସାରି ସଫଳତା ଆଡକୁ ଅଗ୍ରସର ହୁଅନ୍ତୁ । ଉଜୁଡ଼ା ଭବିଷ୍ୟତକୁ ସଜାଡ଼ି ଦିଅନ୍ତୁ । ସ୍ଥାୟୀ ରୋଜଗାର ବାଟ ଆପଣାଇ ନିଅନ୍ତୁ । ଏକା ସମୟରେ ଗୁଡ଼ାଏ କାମ ସାରିବାକୁ ଚେଷ୍ଟା କଲେ ଲୋକହସା ହେବେ । ତେଣୁ ଗୋଟାକ ପରେ ଗୋଟାଏ କାମ ସାରନ୍ତୁ । ଆଜି ପାଇଁ ଆପଣ ସବୁଜ ରଙ୍ଗର ପୋଷାକ ପିନ୍ଧନ୍ତୁ । ଦିନ ସାଢେ଼ ୩ଟାରୁ ୫ଟା ଭିତରେ ଜରୁରୀ କାମଗୁଡ଼ିକ ସାରି ଦିଅନ୍ତୁ ।

ଏବେ ମକର ରାଶି ସଂପର୍କରେ ଜାଣନ୍ତୁ,
ପ୍ରିୟ ମକର ରାଶି ଜାତକ, କନ୍ୟାରାଶିରେ ଚନ୍ଦ୍ର ଅଛନ୍ତି । ଆପଣଙ୍କ ବ୍ୟକ୍ତିଗତ ଜୀବନ ଉପରେ ସକରାତ୍ମକ ପ୍ରଭାବ ପଡ଼ିବ । ପରିବାର ଲୋକଙ୍କ ସହିତ କିଛି ସମୟ କଟାଇ ସୁଖଦ ଅନୁଭବ ପାଇବେ । ବନ୍ଧୁବାନ୍ଧବ ଅବା ସାଙ୍ଗସାଥୀଙ୍କ ସହିତ ଘନିଷ୍ଠ ସଂପର୍କ ରଖିବା ଭଳି ସୁଯୋଗ ପାଇଛନ୍ତି, ତାକୁ ହାତଛଡ଼ା କରନ୍ତୁ ନାହିଁ । ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ । ଠିକ୍‌ ସମୟରେ ଖିଆପିଆ କରନ୍ତୁ । ଆଜି ପାଇଁ ଆପଣ ହଳଦିଆ ରଙ୍ଗର ପୋଷାକ ପିନ୍ଧିପାରନ୍ତି । ଅପରାହ୍ଣ ୪ଟାରୁ ୬ଟା ସମୟ ଆପଣଙ୍କ ପାଇଁ ବିଶେଷ ଲାଭବାନ ରହିବ ।

ଏବେ କୁମ୍ଭରାଶି ସଂପର୍କରେ ଜାଣନ୍ତୁ,
ପ୍ରିୟ କୁମ୍ଭରାଶି ଜାତକ, କନ୍ୟାରାଶିରେ ଚନ୍ଦ୍ରମାଙ୍କ ଗୋଚର ଆପଣଙ୍କ ମନକୁ ଦୃଢ଼ ରଖିବ । କଠିନ ପରିସ୍ଥିତିକୁ ସଫଳତାର ସହିତ ସାମ୍ନା କରି ବିଜୟୀ ହେବେ । ମାନସିକ ଚାପର ଶିକାର ହେଲେ ମଧ୍ୟ ସମୟ ଆପଣଙ୍କ ସପକ୍ଷରେ ଅଛି । ଆପଣ ବୌଦ୍ଧିକ ସ୍ତରରେ ବିକଶିତ ହେବେ । ସକାଳ ସାଢେ଼ ୧୧ଟାରୁ ଦିନ ଗୋଟାଏ ସମୟ ଆପଣଙ୍କ ପାଇଁ ଲାଭଦାୟକ ରହିବ । ଆଜି ପାଇଁ ଆପଣ ନୀଳ ରଙ୍ଗର ପୋଷାକ ପିନ୍ଧିପାରନ୍ତି ।

ଏବେ ମୀନରାଶି ସଂପର୍କରେ ଜାଣନ୍ତୁ,
ପ୍ରିୟ ମୀନରାଶି ଜାତକ, ଆଜି ଆପଣ ମାନସିକ ସ୍ତରରେ ଶାନ୍ତି ଅନୁଭବ କରିପାରନ୍ତି । ସାଙ୍ଗସାଥୀ ଅବା ପରିବାର ସହିତ ସ୍ମରଣୀୟ ସମୟ କଟାଇ ପାରନ୍ତି । ଆପଣ କିଛି ବାଟ ଏକା ଚାଲନ୍ତୁ । ପରିବାର ଲୋକଙ୍କ ଜରୁରୀ ଆବଶ୍ୟକତା ପୂରଣ କରି ପାରିବାରିକ ବନ୍ଧନକୁ ମଜଭୁତ ରଖନ୍ତୁ । ଆଜି ଆପଣ ଅଫିସ ଅବା ବ୍ୟବସାୟ ପ୍ରତିଷ୍ଠାନରେ ସହକର୍ମୀ ଅବା କର୍ମଚାରୀଙ୍କ ପୂର୍ଣ୍ଣ ସହଯୋଗ ପାଇବେ । ଆଜି ଆପଣ ଗାଢ଼ ନୀଳ ରଙ୍ଗର ପୋଷାକ ପରିଧାନ କରିପାରନ୍ତି । ଦିନ ୨ଟାରୁ ୪ଟା ସମୟ ଆପଣଙ୍କ ପାଇଁ ଭାଗ୍ୟଶାଳୀ ରହିବ ।