ଆଜିର ରାଶିଫଳ : ମେ ୨୦ ତାରିଖ ୨୦୨୩ (ଶନିବାର)

Horoscope Saturday-20-05-2023

ମେଷ: ଚାକିରି ବୃତ୍ତିରେ ଅଧୁରା ସ୍ବପ୍ନ ପୂରା ହୋଇପାରେ। ମନୋରଂଜନ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତିଙ୍କ ଲାଗି ଦିନଟି ଭଲ।

ବୃଷ: ବୃଷ: ଅଫିସରେ କାମ ସଂପୂର୍ଣ୍ଣ କରିବାରେ ବାଧା ଆସିପାରେ। ଉଚ୍ଚ ଅଧିକାରୀଙ୍କ ସହଯୋଗରେ କାମ ପୂରା ହେବ। ଖେଳାଳିଙ୍କର ପ୍ରଦର୍ଶନ ଭଲ ରହିବ।

ମିଥୁନ: ସ୍ୱାସ୍ଥ୍ୟରେ ଆଗ ଅପେକ୍ଷା ସୁଧାର ଆସିବ । ବନ୍ଧୁଙ୍କ ସାହାଯ୍ୟ ସହାନୁଭୂତି ମିଳିବ । ବ୍ୟବସାୟ ପାଇଁ ଦୂର ସ୍ଥାନକୁ ଯାତ୍ରା କରିବେ । ଦାମ୍ପତ୍ୟ ଜୀବନରେ ଉତ୍ତମ ବୁଝାମଣା ଓ ପ୍ରେମ ଭାବ ବଢ଼ିବ।

କର୍କଟ: କର୍ମକ୍ଷେତ୍ରରେ ମାନ ସମ୍ମାନ ବୃଦ୍ଧି ହେବ । ଶତ୍ରୁମାନେ ବନ୍ଧୁତାର ହାତ ବଢାଇବେ । ଛାତ୍ରଛାତ୍ରୀଙ୍କର ପାଠପଢ଼ାରେ ମନ ଲାଗିବ ନାହିଁ ।

ସିଂହ: ପରିବାର ସହିତ ଧର୍ମାନୁଷ୍ଠାନକୁ ଯଣାନ୍ତୁ ଶୁଭ ହେବ। ଅତୀତ କଥା ପାସୋରି ନୂଆ କାମ ଶୁଭାରମ୍ଭ କରନ୍ତୁ। ସଂଚାର ଓ ଗଣମାଧ୍ୟମ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତିଙ୍କର ପ୍ରଗତି ହେବ।

କନ୍ୟା: ବନ୍ଧୁଙ୍କ ମାଧ୍ୟମରେ ଆର୍ଥିକ ଲାଭ ପାଇବେ । ପରିବାରରେ ହସଖୁସିର ବାତାବରଣ ରହିବ । ଦୂରସ୍ଥାନକୁ ଭ୍ରମଣ କରିବାର ଯୋଗ ରହିଛି।

ତୁଳା: ତୁଳା: ସାରାଦିନ କାମରେ ବ୍ୟସ୍ତ ରହିବେ। ଆପଣଙ୍କର ଉଦାର ସ୍ବଭାବ ଅନ୍ୟମାନଙ୍କୁ ପ୍ରଭାବିତ କରିବ। ନୂଆ କାରବାରରେ ପୁଞ୍ଜି ଲଗାଇବା ପୂର୍ବରୁ ପରିବାରରେ ବଡ଼ଙ୍କ ଅନୁମତି ନିଅନ୍ତୁ।

ବିଛା: ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ । ଛାତ୍ରଛାତ୍ରୀଙ୍କର ପାଠପଢାରେ ଉନ୍ନତି ହେବ । ସଭା ସମିତିରେ ମାନ ସମ୍ମାନ ପ୍ରତିଷ୍ଠା ହେବ ।

ଧନୁ: ବ୍ୟବସାୟରେ ଅଚାନକ ଧନ ଲାଭ ହେବ । କ୍ୟାରିୟରକୁ ଆଗକୁ ବଢିବା ଲାଗି ସୁଯୋଗ ମିଳିବ । ଭ୍ରମଣ ଯୋଗ ରହିଛି, ସୁସ୍ୱାଦୁ ଭୋଜନ କରିବେ ।

ମକର: କାରବାର ଲାଗି ଦିନଟି ଭଲ। ବନ୍ଧୁ ଠାରୁ ଆର୍ଥିକ ସହାୟତା ମିଳିପାରେ। ଆପଣଙ୍କ ବ୍ୟବହାରରେ ଅଫିସର ଲୋକ ପ୍ରଭାବିତ ହେବେ।

କୁମ୍ଭ: ଚାକିରୀରେ ମାନ ସମ୍ମାନ ମିଳିବ । ବନ୍ଧୁବାନ୍ଧବ ସହଯୋଗର ହାତ ବଢାଇବେ । ବ୍ୟବସାୟରେ ଲାଭ ପାଇପାରିବେ।

ମୀନ: ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ସମାଜ ସେବାରେ ଯୋଗ ଦେବେ। ବ୍ୟବସାୟ କରୁଥିବା ବ୍ୟକ୍ତିମାନେ ଲାଭବାନ ହେବେ। କର୍ମକ୍ଷେତ୍ରକୁ ନେଇ ବନ୍ଧୁ ସାହାଯ୍ୟ ସହଯୋଗ କରିବେ।