ଅଯୋଧ୍ୟାକୁ ବିସ୍ଫୋରଣ ଧମକ

ଅଯୋଧ୍ୟା : ଅଯୋଧ୍ୟାରେ ବିସ୍ଫୋରଣ ଧମକ ମିଳିବା ପରେ ଉତ୍ତର ପ୍ରଦେଶ ପୋଲିସ ହୋଟେଲ ଓ ଧର୍ମଶାଳା, ବସ ଷ୍ଟେସନ ଓ ରେଲୱେ ଷ୍ଟେସନରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଛି । କୌଣସି ଅଜଣା ବ୍ୟକ୍ତି ଫୋନ କରି ଏହି ଧମକ ଦେଇଛି । ଏହି ଧମକ ଦେଇଥିବା ଯୁବକ ଅହମଦାବାଦ ସହରର ବୋଲି ଜଣାପଡିଛି । ଧମକ ପରେ ଅଯୋଧ୍ୟା ପ୍ରବେଶ ଦ୍ୱାରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଅନ୍ୟପକ୍ଷରେ ଅଯୋଧ୍ୟାରେ ରାମ ଜନ୍ମଭୂମି କ୍ଷେତ୍ରର ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ବଢ଼ାଇ ଦିଆଯାଇଛି । ଏନେଇ ବ୍ଲାକ କ୍ୟାଟ କମାଣ୍ଡୋ ମଧ୍ୟ ନିୟୋଜିତ କରାଯାଇଛି ।