ଭୟଙ୍କର ଭୂମିକମ୍ପରେ ପୁଣି ଥରି ଉଠିଲା ତୁର୍କୀ

ତୁର୍କୀର ଗୋଲାବାସୀ ସହରରେ ପୁଣି ….

ଭୟଙ୍କର ଭୂମିକମ୍ପରେ ପୁଣି ଥରି ଉଠିଲା ତୁର୍କୀ । ତୁର୍କୀର ଗୋଲାବାସୀ ସହରରେ ପୁଣି ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପର ତିବ୍ରତା ୫.୫ ରେକର୍ଡ କରାଯାଇଛି । ବାରମ୍ବାର ଭୂକମ୍ପ କାରଣରୁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି । ବର୍ତ୍ତମାନ ସୁଦ୍ଧା ୪ହଜାରରୁ ଉଦ୍ଧ୍ୱର୍ ମୃତଦେହ ଉଦ୍ଧାର ହେଲାଣି ।

ତୁର୍କୀରେ ପ୍ରଥମ ଝଟକା ଯୋଗୁଁ ୧୦ଟି ସହର ପ୍ରଭାବିତ ହୋଇଥିଲା । ତୁର୍କୀରେ ସପ୍ତାହେ ବ୍ୟାପୀ ଜାତୀୟ ଶୋକ ଘୋଷଣା କରାଯାଇଛି । ଉଦ୍ଧାରକାର୍ଯ୍ୟ ଜାରି ରହିଛି । ଭଗ୍ନାବଶେଷ ତଳେ ଏବେବି ଅନେକ ଲୋକ ଚାପି ହୋଇ ରହିଛନ୍ତି । ଯୁଦ୍ଧକାଳୀନ ଭିତିରେ ଉଦ୍ଧାର କାର୍ଯ୍ୟ କରାଯାଉଛି । ଏହି ଘଟଣା ପରେ ସାରା ଦେଶରେ ସ୍କୁଲ ଗୁଡ଼ିକୁ ଫେବ୍ରୁଆରୀ ୧୩ ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କରାଯାଇଛି ।