ମାଲାପୁରମଠାରେ ସ୍ଥଳଭାଗ ଅତିକ୍ରମ କରିବ ‘ମେଣ୍ଡୋସ୍’

ଡେସ୍କ : ଭାରତୀୟ ପାଣିପାଗ ବିଭାଗ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ମେଣ୍ଡୋସ୍ ଘୂର୍ଣ୍ଣିଝଡ଼ ପାଇଁ ଆଜିଠାରୁ ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ବାତ୍ୟା ସତର୍କତା ଜାରି କରିଛି । ଏହି ଘୂର୍ଣ୍ଣିଝଡ଼ ଉତ୍ତର-ପଶ୍ଚିମ ଦିଗକୁ ଗତିକରି ଉତ୍ତର ତାମିଲନାଡୁ, ପୁଡୁଚେରୀ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳର ପାଶ୍ୱବର୍ତ୍ତୀ ଅଞ୍ଚଳ ଦେଇ ପୁଡୁଚେରୀ ଓ ଶ୍ରୀହରିକୋଟା ମଧ୍ୟରେ ମାଲାପୁରମ୍‌ ଠାରେ ସ୍ଥଳଭାଗ ଅତିକ୍ରମ କରିବ। ସେହି ସମୟରେ ଘଣ୍ଟା ପ୍ରତି ପବନର ବେଗ ୬୫ରୁ ୭୫ କିଲୋମିଟର ରହିବ । ଆଜି ମଧ୍ୟରାତ୍ରିରେ ପବନର ବେଗ ୮୫ କିଲୋମିଟର ରହିବାର ସମ୍ଭାବନା ଅଛି ।