ପୁରୁଷ ଓ ମହିଳା ବହୁମୁଖୀ ସଂଘ ର ୫ଦଫା ଦାବି

ଚିକିତ୍ସାଧିକାରୀ ସମେତ ଅତିରିକ୍ତ ଜିଲ୍ଲାପାଳ ଙ୍କ ଜରିଆରେ ସ୍ବାସ୍ଥ୍ୟ ଶାସନ ସଚିବ ଙ୍କୁ ଦାବିପତ୍ର କେନ୍ଦୁଝର,ଜିଲ୍ଲା ଓଡିଶା ରାଜ୍ୟ ପୁରୁଷ ଓ ମହିଳା ବହୁମୁଖି ସ୍ବାସ୍ଥ୍ୟକର୍ମୀ ଓ ସ୍ବାସ୍ଥ୍ୟ ପରିଦର୍ଶକ ମିଳିତ ମହାସଂଘ ପକ୍ଷରୁ ଆସନ୍ତା ୧୪ତାରିଖ ଠାରୁ ୨୧ତାରିଖ ପର୍ଯ୍ୟନ୍ତ ଅନିର୍ଦ୍ଧିଷ୍ଟକାଳ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ପାଇଁ କେନ୍ଦୁଝର ଜିଲ୍ଲାମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ସମେତ ଅତିରିକ୍ତ ଜିଲ୍ଲାପାଳ ସୁଷମା ବିଲୁଙ୍ଗ ଙ୍କୁ ଦାଵିପତ୍ର ପ୍ରଦାନ କରିଛନ୍ତି।ଓଡିଶା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧିନରେ ତୃଳମୂଳ ସ୍ତରରେ କାର୍ଯ୍ୟରତ ପ୍ରାୟ ୨୦ହଜାର ଏବଂ ୧୦ହଜାର ସଂଖ୍ୟକ ବହମୁଖି ସ୍ବାସ୍ଥ୍ୟକର୍ମୀ ମହିଳା,୫ହଜାର ସଂଖ୍ୟକ ବହୁମୁଖି ସ୍ବାସ୍ଥ୍ୟକର୍ମୀ ପୁରୁଷ ୧୫ଶହ ବହୁମୁଖୀ ସ୍ବାସ୍ଥ୍ୟ ପରିଦର୍ଶକ ୧୨ଶହ ମହିଳା ସ୍ବାସ୍ଥ୍ୟ ପରିଦର୍ଷିକ ଦିର୍ଘଦିନ ଧରି ସରମାନଙ୍କର ନାର୍ଯ୍ୟଦାବି କ୍ୟାଡର ପୁର୍ନ ଗଠନ ପ୍ରକ୍ରିୟାରେ ସରକାର ଚରମ ଅବହେଳା କରୁଥିବା କାରଣରୁ ତୀବ୍ର ଅସନ୍ତୋଷ ଦେଖାଦେବା ସହ ତୃଣମୂଳରେ କାର୍ଯ୍ୟରତ ୨୦ହଜାର ବହୂମୁଖି ସ୍ବାସ୍ଥ୍ୟକର୍ମୀ ମାନଙ୍କୁ ପରୋକ୍ଷ ଭାବରେ ଆନ୍ଦୋଳନ ଆଭିମୁଖ୍ୟ ଆଡକୁ ବାଧ୍ୟ କରିଛନ୍ତି।ଫଳରେ ପ୍ରତ୍ୟେକ ସରକାରୀ କର୍ମଚାରୀ ନିଜର ଚାକିରୀ କାଳରେ ୪ରୁ ୮ଟି ପଦୋନ୍ନତି ପାଇଥିବାବେଳେ ଏହି ବହୂମୁଖି ସ୍ବାସ୍ଥ୍ୟ କର୍ମୀମାନେ ମାତ୍ର ଗୋଟିଏ ପଦନ୍ନତି ପାଇଛନ୍ତି ବା କେହି କେହି ବିନା ପଦୋନ୍ମତିରେ ଚାକିରି ରୁ ଅବସର ନେଇଛନ୍ତି।

ଏହାର ପ୍ରତିବାଦରେ ସୂରୁପ ଗତବର୍ଷ ୨୦୨୧ଜାନୁଆରୀ ମାସରେ ସରକାରୀ ଙ୍କ ପକ୍ଷରୁ ଉଭୟ ଙ୍କ ମହାମାରୀ କୋଭିଡ ଟିକା ନେବୁ ନାହିଁ,କିନ୍ତୁ ଜନସାଧାରଣଙ୍କୁ ଟୀକା ପ୍ରଦାନରେ ପୂର୍ଣ୍ଣ ସହଯୋଗ କରିବୁ ବେଲି କହିଥିଲେ।ମାତ୍ର ପରବର୍ତ୍ତି ସମୟରେ ଗତ ୨୬/୦୧/୨୦୨୧ ତାରିଖ ଜନସ୍ବାସ୍ଥ୍ୟ ନିର୍ଦେଶକ ଓ ପରିବାର କଲ୍ୟାଣ ନିର୍ଦେଶକ ଆମ ରାଜ୍ୟ କର୍ମକର୍ତ୍ତା ଙ୍କ ସହ ଆଲୋଚନା କରି ଦାବି ପୂରଣ କ୍ଷେତ୍ରରେ ପ୍ରତିଶୃତି ଦେବାପରେ ୨୦ହଜାର ସ୍ବାସ୍ଥ୍ୟକର୍ମୀ ଟୀକା ଗ୍ରହଣ କରିଥିଲେ।ଇତି ମଧ୍ୟରେ ବିଭିନ୍ନ ପ୍ରକାର ର ନିର୍ଦେଶାଳୟକୁ କ୍ରମାଗତ ଅନୁସନ୍ଧାନ ଚିଠି କରିବା ପରେ ସ୍ବାସ୍ଥ୍ୟ ବିଭାଗରେ ଫାଇଲ ସ୍ଥିର ହୋଇ ରହିଯାଇଥିବା ଜଣାପଡିଛି।ଏଥିନେଇ ମାନ୍ୟବର ସ୍ବାସ୍ଥ୍ୟମନ୍ତ୍ରୀ ଙ୍କ ଅଧ୍ୟକ୍ଷତାରେ ସଂଘ କର୍ମକର୍ତ୍ତା ଙ୍କ ପରିସ୍ଥିତିରେ ଦାବି ପୂରଣ ପାଇଁ ସକାରାତ୍ମକ ଆଲୋଚନା ହୋଇଥିଲେ ସୁଧା ଦାବି ପୂରଣ କ୍ଷେତ୍ରରେ ବିଶେଷ ଭାବରେ ଅଗ୍ରଗତି ହୋଇନାହିଁ।ତେବେ ଏହା ମଧ୍ୟରେ ସ୍ବାସ୍ଥ୍ୟ ବିଭାଗ ଅଧିନରେ କାର୍ଯ୍ୟରତ ଥିବା ସମସ୍ତ କର୍ମଚାରୀ ଙ୍କ କ୍ୟାଡର ପୁର୍ନଗଠିତ ହୋଇଥିଲେ ମଧ୍ୟ ସମସ୍ତେ ଆଜି ପର୍ଯ୍ୟନ୍ତ ଅବହେଳିତ ହୋଇ ରହିଛନ୍ତି।ତେଣୁ ରାଜ୍ୟ ସରକାର ଙ୍କ ନିକଟରେ ବହମୁଖି ସ୍ବାସ୍ଥ୍ୟକର୍ମୀ ମହାସଂଘ ପକ୍ଷରୁ ମୁଖ୍ୟ ୫ଦଫା ଦାବି ଉପସ୍ଥାପନ କରିଛନ୍ତି।ବିଭିନ୍ନ ବିଭାଗର ଅଧିନରେ ଥିବା ସମସ୍ତ କର୍ମଚାରୀ ପରି ବହୂମୁଖି ସ୍ବାସ୍ଥ୍ୟକର୍ମୀ ମାନଙ୍କ ଚାକିରୀ କାଳରେ ସର୍ବନିମ୍ନ ୪ଗୋଟି ପଦନ୍ନତୀ।

ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୩/୧୧/୨୦୨୦ତାରିଖରେ ପ୍ରକାଶିତ ବିଜ୍ଞପ୍ତି କୁ ପ୍ରତ୍ୟାହାର କରି ଅର୍ଥ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞତିଅନୁସାରେ ଗ୍ରେଡପେ ୪୨/୪୬/୪୮ ଆର୍ ଏ.ସି.ପି ପ୍ରଦାନ।୨୦୧୩ ମସିହାରେ ଜିଏ ଓ ପିଜି ଦ୍ବାରା ପ୍ରକାଶିତ ବିଜ୍ଞାନ ପ୍ରତ୍ୟାହାର କରି ତାର ବିକଳ୍ପ ରେ ଠିକାଚାକିରୀ କରିଥିବା କର୍ମଚାରୀ ଙ୍କ ପାଇଁ ଠିକା ବ୍ୟବସ୍ଥାକୁ ଉଚ୍ଛେଦ କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ସବୁ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଛନ୍ତି,ସେହି ନିର୍ଦେଶ ଆମ ବିଭାଗ ଅଧିନରେ ତୃଳମୂଳ ସ୍ତରରେ କାର୍ଯ୍ୟରତ ବହୁମୁଖି ସ୍ବାସ୍ଥ୍ୟକର୍ମୀ ୨୦୦୪ରୁ ୨୦୧୩ ମଧ୍ୟରେ ଓ ଆର ଭି ଆକ୍ଟରେ ଠିକା ଚାକିରୀ କରୁଥିବା ବହୂମୁଖୀ ସ୍ବାସ୍ଥ୍ୟକର୍ମୀ ମାନଙ୍କ ପାଇଁ ଉଦ୍ଧିଷ୍ଟ,ପୂର୍ବରୁ କରିଆସୁଥିବା ଠିକା ଚାକିରୀ କାର୍ଯ୍ୟକାଳକୁ ମୂଳ ଚାକିରୀରେ ଗଣନା କରି ୬ଟି ନୋଷ୍ଠାଲ ଇନକ୍ରିମେଣ୍ଟ ଦିଆଯାଇ ଦରମାବୃଦ୍ଧି।ବହୂମୁଖି ସ୍ବାସ୍ଥ୍ୟକର୍ମୀ ଓ ପୁରୁଷ ମହିଳା ଏବଂ ବହୂମୁଖି ସ୍ବାସ୍ଥ୍ୟ ପରିଦର୍ଶକ ପୁରୁଷ ମହିଳା ଉଭୟ ପଦବୀରେ ନାମ ପରିବର୍ତ୍ତନ,ପୋଷକ ଭତ୍ତା ଆକାରରେ ବାର୍ଷିକ ୫ହଜାର ଟଙ୍କା ପ୍ରଦାନ ବିଷୟରେ ଦାବି ହୋଇଛି।ତେବେ ଏହି ସମସ୍ୟା ପ୍ରତି ସରକାର ଯଦି ଧ୍ୟାନନଦେବେ ୧୪ତାରିଖରୁ କଳା ବ୍ୟାଚ ପିନ୍ଧି ନିରବ ରହିବା ସହିତ ଅସହ ଆନ୍ଦୋଳକୁ ଓଲ୍ଲାଇବାକୁ ଚେତାବନୀ ଦେଇଛନ୍ତି।ବହୂମୁଖି ସ୍ବାସ୍ଥ୍ୟକର୍ମୀ ଓ ସ୍ବାସ୍ଥ୍ୟପରିଦର୍ଶକ ମିଳିତ ମହାସଂଘ ସଭାପତି ସରସ୍ବତୀ ସାହୁ,ବହୂମୁଖି ସ୍ବାସ୍ଥ୍ୟକର୍ମୀ ଓ ସ୍ବାସ୍ଥ୍ୟ ପରିଦର୍ଶକ ମିଳିତ ମହାସଂଘ ସଂମ୍ପାଦକ ପ୍ରଶନ୍ନ କୁମାର ପଲେଇ ସମେତଶାଳନିଆ ସିଏଚସି ସ୍ବାସ୍ଥ୍ୟକର୍ମୀ ବିଦ୍ୟୁତଲତା ମଲ୍ଲିକ,ଫକିରପୁର ସିଏଚସ ସୋମନାଥ ସାହୁ,ପ୍ରମୋଦ କୁମାର ପଟ୍ଟନାୟକ ବହୁକର୍ମଚାରୀ ଉପସ୍ଥିତିରେ ଦାବିପତ୍ର ପ୍ରଦାନ କରିଥିଲେ।