ଭାରତକୁ ଆସିବେ ଆଉ ୧୨ ଚିତାବାଘ

ଆଗାମୀ ଦିନରେ ଭାରତକୁ ଦକ୍ଷିଣ ଆଫ୍ରିକା ୧୨ଟି ….

ନୂଆଦିଲ୍ଲୀ: ଭାରତକୁ ଆସିବେ ଆଉ ୧୨ ଚିତାବାଘ । ଆଗାମୀ ଦିନରେ ଭାରତକୁ ଦକ୍ଷିଣ ଆଫ୍ରିକା ୧୨ଟି ଚିତା ବାଘ ପଠାଇବ । ଏନେଇ ଦକ୍ଷିଣ ଆଫ୍ରିକା ସହ ଭାରତର ଚୁକ୍ତିନାମା ହୋଇଥିବା ସୂଚନା ମିଳିଛି । ଭାରତର ମଧ୍ୟପ୍ରଦେଶରେ ଥିବା କୁନୋ ଜାତୀୟ ଉଦ୍ୟାନରେ ଆସିବାକୁ ଥିବା ଏହି ଚିତା ମାନଙ୍କୁ ଛଢ଼ାଯିବ । ଏନେଇ ପରିବେଶ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।  ଚକ୍ତିନାମା ଅନୁସାରେ ଫେବ୍ରୁଆରୀ ୧୫ ତାରିଖ ସୁଦ୍ଧା ୭ଟି ପୁରୁଷ ଚିତା ଓ ୫ଟି ମାଈ ଚିତା ବାଘ କୁନୋରେ ପହଞ୍ଚିବେ । ଏଥିପାଇଁ ଦକ୍ଷିଶ ଆଫ୍ରିକା ପକ୍ଷରୁ ଚିତା ମାନଙ୍କୁ ଚିହ୍ନଟ କରାଯାଇଛି । ଗତ ୬ ମାସ ଧରି ସେମାନଙ୍କୁ ଅଲଗା ରଖାଯାଇଛି । ଚଳିତ ମାସ ବା ଜାନୁଆରୀରେ ସେମାନଙ୍କୁ ଅଣାଯିବାନେଇ ଯୋଜନା କରାଯାଇଥିଲା । ହେଲେ ସ୍ଥାନାନ୍ତରରେ ବିଳମ୍ବ ହୋଇଛି ।