କମ୍‌ ସୁଧରେ ଋଣ ଦେବାକୁ କହି ଠକିଲେ ୧୪ ଲକ୍ଷ

କମ୍‌ ସୁଧରେ ୫୦ ଲକ୍ଷ ଟଙ୍କାର ଋଣ ଯୋଗାଇ ଦେବାକୁ କହି….

ନୂଆଦିଲ୍ଲୀ: କମ୍‌ ସୁଧରେ ୫୦ ଲକ୍ଷ ଟଙ୍କାର ଋଣ ଯୋଗାଇ ଦେବାକୁ କହି ନୋଏଡାସ୍ଥିତ ଏକ କଲ୍‌ ସେଂଟର ଜଣେ ବ୍ୟକ୍ତିଙ୍କଠାରୁ ୧୪ ଲକ୍ଷ ଟଙ୍କା ଚଳୁ କରିଛି । ଋଣ ଆଶାୟୀଙ୍କ ମନରେ ବିଶ୍ୱାସ ଜନ୍ମାଇ ନୂଆ ବୀମା ପଲିସି ବାବଦକୁ ମୋଟା ଅଙ୍କ ଲୁଟୁଥିଲେ । ଅଭିଯୋଗ ପାଇବା ପରେ ପୁଲିସ ଘଟଣାର ପ୍ରାଥମିକ ତଦନ୍ତ କରି ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କ ନାମ ମୋହିତ ଶର୍ମା (୩୧), ପ୍ରେମ ସିଂହ (୩୩) ଓ ମହମ୍ମଦ ଫୈସଲ (୩୭) ।

ଏକ ସୁସଂଗଠିତ ଅନ୍‌ଲାଇନ୍‌ ର‍୍ୟାକେଟ୍‌ ନିରୀହ ଲୋକଙ୍କୁ ଟାର୍ଗେଟ୍‌ କରୁଥିବା କ୍ରମେ ସ୍ପଷ୍ଟ ହୋଇଛି । ଡିଜିଟାଲ ବ୍ୟବସ୍ଥାରେ ବିଶ୍ୱାସଯୋଗ୍ୟ ପେମେଂଟ ପ୍ରତି ସରକାର ଯେତିକି ଆଗ୍ରହୀ । ଡିଜିଟାଲ ପେମେଂଟ ବାଟ ଦେଇ ଲୋକଙ୍କୁ ଭୂଅାଁ ବୁଲାଉଥିବା ଠକ ଦଳ ମଧ୍ୟ ସେତିକି ତତ୍ପରତା ପ୍ରକାଶ କରୁଛନ୍ତି ।