ଦୀପାବଳି ପୂର୍ବରୁ ୩୦ ଲକ୍ଷ ସରକାରୀ କର୍ମଚାରୀଙ୍କୁ ବୋନସ୍ ଦେବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ମୋଦୀଙ୍କ କର୍ମଚାରୀଙ୍କୁ ଦୀପାବଳି ଭେଟି। ମୋଦୀ ସରକାର ଦୀପାବଳି ପୂର୍ବରୁ ୩୦ ଲକ୍ଷ ସରକାରୀ କର୍ମଚାରୀଙ୍କୁ ବୋନସ୍ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିରେ ସରକାରଙ୍କ ଉପରେ ୩,୭୩୭ କୋଟି ଟଙ୍କାର ଅତିରିକ୍ତ ବୋଝଭାର ପଡିବ ବୋଲି କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭେଦକର କହିଛନ୍ତି।

ବିଜୟାଦଶମୀ ପୂର୍ବରୁ ୩୦ ଲକ୍ଷ କର୍ମଚାରୀଙ୍କୁ କେନ୍ଦ୍ର ସରକାର ୩୭୩୭ କୋଟି ଟଙ୍କାର ବୋନସ୍ ପ୍ରଦାନ କରିବା ଆରମ୍ଭ କରି ଦେବେ। କର୍ମଚାରୀଙ୍କୁ ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର ଜରିଆରେ ଗୋଟିଏ କିସ୍ତିରେ ହିଁ ବୋନସ୍ ଦେବେ।

ଜାଭେଦକର କହିଛନ୍ତି ଜନକଲ୍ୟାଣର ଅନେକ ଆଇନ ଭାରତରେ ଥାଇ ବି ଜାମ୍ମୁ-କାଶ୍ମୀର ଉପରେ ଲାଗୁ ହେଉନଥିଲା। ଆଜି ସେହି ନିର୍ଣ୍ଣୟ ଉପରେ ମୋହର ବାଜିଛି। ଏବେ ଜିଲ୍ଲା ବିକାଶ ପରିଷଦର ସିଧାସଳଖ ନିର୍ବାଚନ ହୋଇ ଜନପ୍ରତିନିଧିଙ୍କ ହାତରେ କ୍ଷମତା ଆସିବ। ଗ୍ରାମ ପଞ୍ଚାୟତ, ପଞ୍ଚାୟତ ସମିତି ଓ ଜିଲ୍ଲା ପରିଷଦ ଏମିତି ତ୍ରିସ୍ତରୀୟ ବ୍ୟବସ୍ଥା ପଞ୍ଚାୟତ ଆଇନ ଆଧାରରେ କାଶ୍ମୀରରେ ମଧ୍ୟ ଲାଗୁ ହେବ।