ନିର୍ମାଣାଧୀନ ପାଚେରୀ ଭୁଶୁଡି ୪ ଶ୍ରମିକ ମୃତ

ଏବେବି ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି……

ଲକ୍ଷେ୍ନø: ଭୁଶୁଡିଲା ନିର୍ମାଣାଧୀନ ପାଚେରୀ । ଘଟଣାସ୍ଥଳରେ ହିଁ ପାଚେରୀ ତଳେ ଚାପି ହୋଇ ପ୍ରାଣ ହରାଇଲେ ୪ ଜଣ ଶ୍ରମିକ । ଉତ୍ତରପ୍ରଦେଶର ନଏଡାରେ ଏଭଳି ଏକ ଅଘଟଣ ଘଟିଛି । ନଏଡ଼ାର ସେକ୍ଟର-୨୧ରେ ଥିବା ଏକ ପାଚେରୀ ଭାଙ୍ଗିଯିବା ଫଳରେ ୪ଜଣଙ୍କ ମୃତ୍ୟୁ ହୋଇଛି । ଏଥିସହ ୫ରୁ ୬ଜଣ ଶ୍ରମିକ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି । ଏବେବି ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ୧୨ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ।

ସୂଚନା ଅନୁଯାୟୀ, ସେକ୍ଟର-୨୧ରେ ଥିବା ଏକ ପାଚେରୀ କଡ଼ରେ ଥିବା ନାଳ ସାଫା କାମ ଚାଲିଥିଲା । ଶ୍ରମିକମାନେ ତଳେ କାମ କରୁଥିବା ବେଳେ ଅଚାନକ ପାଚେରୀଟି ଭୁଶୁଡି ପଡିଥିଲା । ଫଳରେ କିଛି ଶ୍ରମିକ ପାଚେରୀ ତଳେ ଚାପି ହୋଇରହିଥିଲା । ତୁରନ୍ତ ସେମାନଙ୍କୁ ଉଦ୍ଧାର କରିବା ପାଇଁ ୩ଟି ଜେସିବିକୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଥିଲା । କିନ୍ତୁ ସେତେବେଳକୁ ୪ଜଣଙ୍କ ମୃତ୍ୟୁ ହୋଇସାରିଥିଲା । ବାକି ଗୁରୁତର ଥିବା ୫ରୁ ୬ଜଣଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।