ଭୂକମ୍ପରେ ଥରିଲା ମେକ୍ସିକୋ

ଭୂକମ୍ପ ଯୋଗୁଁ ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି ହୋଇନାହିଁ……

ନୂଆଦିଲ୍ଲୀ: ଭୂମିକମ୍ପରେ ଥରିଲା ଆମେରିକାର ମେକ୍ସିକୋ । ବିଳମ୍ବିତ ରାତିରେ ଏଠାରେ ଭୟଙ୍କର ଭୂକମ୍ପର ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତ ୭.୬ ରେକର୍ଡ କରାଯାଇଛି । ଭୂକମ୍ପରେ ତୀବ୍ରତା ଏତେ ଥିଲା ଯେ, ଲୋକେ ଘରୁ ବାହାରକୁ ବାହାରି ଆସିଥିଲେ । ତେବେ ଭୂକମ୍ପ ଯୋଗୁଁ ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି ହୋଇନାହିଁ । ରିପୋର୍ଟ ଅନୁଯାୟୀ, ୭.୬ ତୀବ୍ରତା ଭୂକମ୍ପ ଯୋଗୁଁ ଅନେକ ଘର ଓ ବିଲ୍ଡିଂ ଦୋହଲି ଯାଇଛି । ଏଥିସହ କ୍ଷତିଗ୍ରସ୍ତ ମଧ୍ୟ ହୋଇଛି । ରାଜଧାନୀ ମେକ୍ସିକୋ ସିଟି ପର୍ଯ୍ୟନ୍ତ ଏହି ଭୂକମ୍ପର କମ୍ପନ ଅନୁଭୂତ ହୋଇଥିଲା ।

ଏହି ଭୂକମ୍ପ ଯୋଗୁ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଯାଇଛି । ଲୋକେ ଘରୁ ବାହାରି ସୁରକ୍ଷିତ ସ୍ଥାନକୁ ଦୌଡି ପଳାଇଥିଲେ । ତେବେ ଭୂକମ୍ପ ହେତୁ କେହି ମୃତାହତ ହୋଇନାହାନ୍ତି । ମେକ୍ସିକୋର କୋଲିମା ରାଜ୍ୟର ଏକ ମଲରେ ଅବସ୍ଥିତ ଏକ ଜିମ ଭୂକମ୍ପ ଦ୍ୱାରା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ।