ଟି-୨୦ ବିଶ୍ୱକପ ପାଇଁ ଦଳ ଘୋଷଣା କଲା ନ୍ୟୁଜିଲ୍ୟାଣ୍ଡ

ଅଷ୍ଟ୍ରେଲିଆରେ ଅକ୍ଟୋବର ୧୬ରୁ ଟି୨୦ ବିଶ୍ୱକପ ଖେଳାଯିବ….

ନୂଆଦିଲ୍ଲୀ : ଟି-୨୦ ବିଶ୍ୱକପ ଲାଗି ମଙ୍ଗଳବାର ୧୫ ଜଣିଆ ଦଳ ଘୋଷଣା କରିଛି ନ୍ୟୁଜିଲ୍ୟାଣ୍ଡ । କେନ ୱିଲିୟମସନଙ୍କ ନେତୃତ୍ୱାଧିନ ଏହି ଟିମରେ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ମାର୍ଟିନ ଗୁପ୍ତିଲ ଥିବା ଦେଖାଯାଇଛି । ସେ ରେକର୍ଡ ସପ୍ତମ ଥର ପାଇଁ ଟୁର୍ଣ୍ଣାମେଣ୍ଟରେ ଖେଳିବାକୁ ଯାଉଛନ୍ତି । ଅଷ୍ଟ୍ରେଲିଆରେ ଅକ୍ଟୋବର ୧୬ରୁ ଟି୨୦ ବିଶ୍ୱକପ ଖେଳାଯିବ ।

ସିଡନୀରେ ଆୟୋଜକ ଅଷ୍ଟ୍ରେଲିଆ ବିପକ୍ଷରେ ଅକ୍ଟୋବର ୨୨ରେ ନ୍ୟୁଜିଲ୍ୟାଣ୍ଡ ବିଶ୍ୱକପ୍‌ର ପ୍ରଥମ ମ୍ୟାଚ ଖେଳିବ । ଟି -୨୦ ବିଶ୍ୱକପ ପାଇଁ ନ୍ୟୁଜିଲ୍ୟାଣ୍ଡ ଟିମ: କେନ ୱିଲିୟମସନ (ଅଧିନାୟକ), ଟିମ ସାଉଥୀ, ଇଶ ସୋଡି, ମିଚେଲ ସାଣ୍ଟନର, ଗ୍ଲେନ ଫିଲିପ୍ସ, ଜିମି ନିଶାମ, ଡାରିଲ ମିଚେଲ, ଆଡାମ୍‌ ମିଲ୍‌ନେ, ମାର୍ଟିନ ଗୁପ୍ତିଲ, ଲକି ଫର୍ଗୁସନ, ଡେଭନ କନୱେ, ମାର୍କ ଚାପମାନ, ମାଇକେଲ ବ୍ରେସୱେଲ, ଟ୍ରେଣ୍ଟ ବୋଲ୍ଟ, ଫିନ ଆଲେନ ।