ନୂଆ ଜର୍ସିକୁ ନେଇ ଟ୍ରୋଲ ହେଲା ପାକିସ୍ତାନକୁ

ସୋସିଆଲ ମିଡ଼ିଆରେ ଟ୍ରୋଲର ଏହାକୁ ତରଭୂଜ ସହ ତୁଳନା କରୁଛନ୍ତି…..

ନୂଆଦିଲ୍ଲୀ : ଟି-୨୦ ବିଶ୍ୱକପ ଆରମ୍ଭ ହେବାକୁ ଆଉ ମାତ୍ର ହାତରେ ଗୋଟିଏ ମାସ ଅଛି । ସବୁ ଟିମ ନିଜ ନିଜ ସ୍କ୍ୱାଡ ଘୋଷଣା କରିବା ସହ କିଛି ଟିମ ଜର୍ସି ବି ଲଞ୍ଚ କରିସାରିଛନ୍ତି । ଏହି ଦୌଡରେ ନିକଟରେ ସାମିଲ ହୋଇଥିଲା ଟିମ ଇଣ୍ଡିଆ । ଏହାରି ଭିତରେ ଲଞ୍ଚ ହୋଇଛି ପାକିସ୍ତାନର ଜର୍ସି । ତେବେ ଜର୍ସି ଲଞ୍ଚ ହେବା ପରେ ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ସହ ଜୋରଦାର ଟ୍ରୋଲ ବି ହେଉଛି ।

ସୋସିଆଲ୍‌ ମିଡ଼ିଆରେ ପାକିସ୍ତାନୀ କ୍ୟାପଟେନ ବାବର ଆଜମ ସମେତ ନୂଆ ଜର୍ସିରେ ଅନ୍ୟ କିଛି ଖେଳାଳିଙ୍କ ଫଟୋ ଭାଇରାଲ ହୋଇଛି । ଯାହାକୁ ଦେଖି ଟ୍ରୋଲର ଖୁବ ଥଟ୍ଟା କରିଛନ୍ତି । ତେବେ ସୂଚନା ଥାଉକି, ଅଫିସିଆଲି ପାକିସ୍ତାନ ଜର୍ସି ଲଞ୍ଚ କରିନାହିଁ ଏହା କେବଳ ଏକ ଲିକ ଫଟୋ । ସୋସିଆଲ ମିଡ଼ିଆରେ ଟ୍ରୋଲର ଏହାକୁ ତରଭୂଜ ସହ ତୁଳନା କରୁଛନ୍ତି । କେହି କେହି କହୁଛନ୍ତି ତରଭୂଜ ଦେଖି ପାକିସ୍ତାନ ଜର୍ସି ବନେଇଛି । ସେହିଭଳି ଆଉ କିଛି ଟ୍ରୋଲର କହୁଛନ୍ତି ସେଣ୍ଟର ଫ୍ରୁଟ ଚୁଇଙ୍ଗମ । ଟି-୨୦ ବିଶ୍ୱକପରେ ଅକ୍ଟୋବର ୨୩ ତାରିଖରେ ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ ଭାରତ ଏବଂ ପାକିସ୍ତାନ ।