ଆଇସିସିର ବଡ ଘୋଷଣା: ବଦଳିଯିବ ବହୁ ନିୟମ

ଏହାକୁ ମହିଳା କ୍ରିକେଟ୍‌ କମିଟି ସହିତ ଅଂଶୀଦାର କରାଯାଇଥିଲା…..

ନୂଆଦିଲ୍ଲୀ : ୨୦୨୨ ଅକ୍ଟୋବର ପହିଲାରୁ ବଦଳିଯିବ କ୍ରିକେଟର ନିୟମ । ଏନେଇ ମଙ୍ଗଳବାର ଘୋଷଣା କରିଛି ଆଇସିସି । ଭାରତର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ନେତୃତ୍ୱରେ ଆଇସିସିର ୨୦୧୭ ନିୟମ ତୃତୀୟ ସଂସ୍କରଣରେ ଖେଳ ସ୍ଥିତିରେ ପରିବର୍ତ୍ତନ ଆଣିବାକୁ ସୁପାରିଶ କରିଥିଲା । ଏହାକୁ ମହିଳା କ୍ରିକେଟ୍‌ କମିଟି ସହିତ ଅଂଶୀଦାର କରାଯାଇଥିଲା । ଆଉ ଏହି ସୁପାରିଶ କ୍ରମେ ନିୟମରେ ପରିବର୍ତ୍ତନ କରାଯାଇଛି । ଏହି ନୂତନ ନିୟମ ୧ ଅକ୍ଟୋବର ୨୦୨୨ରୁ କାର୍ଯ୍ୟକାରୀ ହେବ ।

ଆଇସିସି ପୁରୁଷ ଟି-୨୦ ବିଶ୍ୱକପ ଏହି ନୂତନ ନିୟମ ଆଧାରରେ ଖେଳାଯିବ । ଏହି ନିୟମ ଆଧାରରେ ବ୍ୟାଟ୍ସମ୍ୟାନ ଆଉଟ ହେବା ପରେ ନୂଆ ବ୍ୟାଟ୍ସମ୍ୟାନ ଷ୍ଟ୍ରାଇକ କରିବାକୁ ଆସିବେ । ପୂର୍ବରୁ ଏହାଥିଲା ଯେ କ୍ୟାଚ ସମୟରେ ପରିବର୍ତ୍ତନ ହେବାବେଳେ ନୂଆ ବ୍ୟାଟ୍ସମ୍ୟାନ ଅନ୍ୟ ପଟେ ଆସୁଥିଲେ । ଏବେ କିନ୍ତୁ ଆଉ ସେମିତି ହେଉନି ।

ସେହିପରି ବଲରେ ଲାଳ ଉପରେ ସ୍ଥାୟୀ ନିଷେଧାଦେଶ ହୋଇଛି । କୋଭିଡ-୧୯ ମହାମାରୀ ହେତୁ ଲାଳରେ ସାମୟିକ ଭାବେ ନିଷେଧ କରାଯାଇଥିଲା । ଏହାସହ ଟି-୨୦ରେ ଏହାର ସମୟ ସୀମା ୯୦ ସେକେଣ୍ଡ ହେବ । ଏବେ କିନ୍ତୁ ବଦଳିଯିବ । ଯଦି ବ୍ୟାଟ୍ସମ୍ୟାନ ଏହି ଦୁଇ ମିନିଟ ମଧ୍ୟରେ ଆସନ୍ତି ତେବେ ଫିଲ୍ଡିଂ ଅଧିନାୟକ ଏକ ଟାଇମ ଆଉଟ ଦାବି କରିପାରିବେ ।