ପୀଏମ ମୋଦୀ ଠିକ ଥିଲେ: ଫ୍ରାନ୍ସ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଫ୍ରାନ୍ସ ରାଷ୍ଟ୍ରପତି ଇମେନୁଏଲ ମେକ୍ରୋ ସଂଯୁକ୍ତ ରାଷ୍ଟ୍ର ମହାସଭାର ଏକ ଅଧିବେସନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଶଂସା କରିଛନ୍ତି । ମେକ୍ରୋ କହିଛନ୍ତି ଯେ, ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଋଷ ରାଷ୍ଟ୍ରପତି ବ୍ଲାଦମିର ପୁଟିନଙ୍କୁ ଏବେ ଏହା ଯୁଦ୍ଧର ସମୟ ନୁହେଁ ବୋଲି କହିଥିଲେ । ମୋଦୀଙ୍କ ଏକଥା ଏକଦମ ଠିକ୍‌ ଥିଲା । ପ୍ରଧାନମନ୍ତ୍ରୀ ମୋଦୀ ନିକଟରେ ଉଜବେକିସ୍ତାନର ସମରକନ୍ଦରେ ହୋଇଥିବା ଏସସିଓ ଶିଖର ସମ୍ମିଳନୀରେ ପୁତିନଙ୍କୁ ଭେଟିଥିଲେ । ଆଉ ‘ ଏବେ ଯୁଦ୍ଧର ଯୁଗ’ ନୁହେଁ ବୋଲି ପୁଟିନଙ୍କୁ କହିଥିଲେ ।

ଏତଦବ୍ୟତୀତ ମୋଦୀ ବହୁବାର ପୁତିନଙ୍କ ସହ ଫୋନ ଯୋଗେ ଯୁଦ୍ଧ ସମ୍ବନ୍ଧୀୟ କଥା ହୋଇ ସାରିଛନ୍ତି । ଏହି ସମୟରେ ମୋଦୀ ଲୋକତନ୍ତ୍ର, କୂଟନୀତି ଓ ଆଲୋଚନାର ମହତ୍ତ୍ୱକୁ ରେଖାଙ୍କିତ କରିଛନ୍ତି ।