ପ୍ରତିରକ୍ଷା ମନ୍ତ୍ରଣାଳୟ ପାଇଁ ୫.୨୫ ଲକ୍ଷ କୋଟିର ବଜେଟ୍‌

ନୂଆଦିଲ୍ଲୀ : କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ବଜେଟ୍‌ ଉପସ୍ଥାପନ କରିଛନ୍ତି । ପ୍ରତିରକ୍ଷା ମନ୍ତ୍ରଣାଳୟ ପାଇଁ ୫.୨୫ ଲକ୍ଷ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି ।

ଅନ୍ୟପକ୍ଷରେ ଦେଖିବାକୁ ଗଲେ ଏହା ପୂର୍ବ ବର୍ଷ ପ୍ରତିରକ୍ଷା ବଜେଟଠୁ ୧୦ ପ୍ରତିଶତ ଅଧିକ ରହିଛି । ୨୦୨୧ରେ ପ୍ରତିରକ୍ଷା କ୍ଷେତ୍ର ପାଇଁ ୪.୭୮ ଲକ୍ଷ କୋଟି ଟଙ୍କା ଆବଣ୍ଟନ କରାଯାଇଥିଲା । ଏବର୍ଷ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ୧.୫୨ ଲକ୍ଷ କୋଟି ଟଙ୍କା ସେନାର ଆଧୁନିକୀକରଣ ପାଇଁ ବ୍ୟୟ ବରାଦ କରାଯିବା ସହ ଏଥିରେ ୬୮ ପ୍ରତିଶତ ପୁଞ୍ଜି ସ୍ୱଦେଶୀ ଉଦ୍ୟୋଗ ପାଇଁ ରହିବ । ଗତ ବର୍ଷ ତୂଳନାରେ ସେନାର ଆଧୁନିକୀକରଣ ପାଇଁ ୧୩ ପ୍ରତିଶତ ଅଧିକ ବ୍ୟୟବରାଦ କରାଯାଇଛି ।