ତେଜସ୍ୱୀ ଯାଦବଙ୍କ ଉପରକୁ ଚପଲ ମାଡ

ପାଟଣା: ବିହାର ଔରାଙ୍ଗାବାଦରେ ନିର୍ବାଚନ ପ୍ରଚାର ବେଳେ ଆରଜେଡିର ପ୍ରମୁଖ ନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କୁ ଉପରକୁ ଚପଲ ଫିଙ୍ଗି ଥିବା ଦେଖିବାକୁ ମିଳିଛି। କେହି ଜଣେ ଅଜ୍ଞାତ ବ୍ୟକ୍ତି ଏଭଳି ଆକରିଛନ୍ତି। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଭିଡିଓରେ ତେଜସ୍ୱୀଙ୍କ ଉପରକୁ ଅଳ୍ପ ଦୂରତାରୁ ଚପଲ ଫିଙ୍ଗା ଯାଇଛି। ତେବେ ଘଟଣା ଘଟିବା ପରେ ତେଜସ୍ୱୀଙ୍କ ସମର୍ଥକ ସେହି ଅଜଣା ବ୍ୟକ୍ତିଙ୍କ ଉପରକୁ ଖୋଜିବା ଆରମ୍ଭ କରିଥିଲେ। ହେଲେ ପାଇ ନାହାନ୍ତି। ପ୍ରବଳ ଜନସମାଗମ ପାଇଁ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇ ପାରିନି ବୋଲି ଜଣାପଡ଼ିଛି। ତେବେ ଚପଲ ମଞ୍ଚ ସମ୍ମୁଖରୁ ଫିଙ୍ଗା ଯାଇଛି ବୋଲି ତେଜସ୍ୱୀ ଯାଦବଙ୍କ ସମର୍ଥକମାନେ କହିଛନ୍ତି।ମଙ୍ଗଳବାର ଦିନ ୯ ଶୋଭାଯାତ୍ରାରେ ତେଜସ୍ୱୀ ଯାଦବ ସମ୍ବୋଧନ କରିଥିବା ସୂଚନା ରହିଛି।