କରୋନା ପରେ ଏବେ H3N2 ଭାଇରସର ବିପଦ: ପ୍ରଥମଥର ଭାରତରେ ଗଲା ୨ ଜଣଙ୍କ ଜୀବନ

ମାରାତ୍ମକ ଏଚ୩ଏନ୨ ଭାଇରସ ଯୋଗୁ ସୃଷ୍ଟି ହୋଇଥିବା ଇନଫ୍ଲୁଏଞ୍ଜାରେ …

ନୂଆଦିଲ୍ଲୀ: ମାରାତ୍ମକ ଏଚ୩ଏନ୨ ଭାଇରସ ଯୋଗୁ ସୃଷ୍ଟି ହୋଇଥିବା ଇନଫ୍ଲୁଏଞ୍ଜାରେ ଆକ୍ରାନ୍ତ ହୋଇ ପ୍ରଥମଥର ଭାରତରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ହରିଆଣାରେ ଜଣେ ଓ କର୍ଣ୍ଣାଟକାରେ ଜଣଙ୍କର ମୃତ୍ୟୁ ଏଚ୩ଏନ୨ ଭାଇରସ ଯୋଗୁ ହୋଇଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି।  ଦେଶରେ ବର୍ତ୍ତମାନ ଏଚ୩ଏନ୨ ଭାଇରସରେ ପ୍ରାୟ ୯୦ ଜଣ ଆକ୍ରାନ୍ତ ହୋଇଛନ୍ତି।

ସେହିପରି ଏଚ୧ଏନ୧ ଭାଇରସ ମଧ୍ୟ ୮ ଜଣଙ୍କ ଶରୀରରୁ ଠାବ ହୋଇଛି। ବିଗତ କିଛି ମାସ ହେଲାଣି ଦେଶରେ ଥଣ୍ଡା, କାଶ ଓ ଜ୍ୱରରେ ପୀଡ଼ିତ ହେଉଥିବା ଲୋକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଅଧିକାଂଶ ସଂକ୍ରମଣ ଏଚ୩ଏନ୨ ଭାଇରସ ଦ୍ୱାରା ହେଉଥିବା ବିଶେଷଜ୍ଞମାନେ କହିଛନ୍ତି।