ବାୟୁ ପ୍ରଦୂଷଣ କୋଭିଡ୍‌ ସଂକ୍ରମଣକୁ ଅଧିକ ଜଟିଳ କରିପାରେ

ନୂଆଦିଲ୍ଲୀ :ଦେଶରେ ଏବେ ବାୟୁ ପ୍ରଦୂଷଣ ସ୍ଥିତି ଗମ୍ଭୀର ହେବାରେ ଲାଗିଛି। ସବୁଠାରୁ ଅଧିକ ବାୟୁ ପ୍ରଦୂଷଣର ସମସ୍ୟା ଦିଲ୍ଲୀ‌ରେ ହେବାକୁ ଲାଗିଛି । ଏକ ଦୁଷିତ ଘନ ବଳୟ ଦିଲ୍ଲୀକୁ ଆଚ୍ଛାଦିତ କରି ରଖିଛି । ବୈଜ୍ଞାନିକ ଏବଂ ଡାକ୍ତରମାନେ ବିଷାକ୍ତ ବାୟୁକୁ ନେଇ କଡ଼ା ଚେତାବନୀ ମଧ୍ୟ ଦେଇଛନ୍ତି। ସେମାନଙ୍କ କହିବା ଅନୁଯାୟୀ , ବାୟୁ ପ୍ରଦୂଷଣ କୋଭିଡ୍‌ ସମସ୍ୟାକୁ ଅଧିକ ଜଟିଳ କରିଦେବ।

ତେବେ କରୋନାର ସବୁଠୁ ବଡ଼ ଲକ୍ଷଣ ହେଉଛି ଶ୍ଵାସକ୍ରିୟାରେ ସମସ୍ୟା ସୃଷ୍ଟି କରିବା । ବାୟୁ ପ୍ରଦୂଷଣ ବି ଫୁସଫୁସ୍‌ରେ ସାଂଘାତିକ କ୍ଷତି ପହଞ୍ଚାଇଥାଏ । ଏଭଳି ସ୍ଥିତିରେ ଯଦି କୋଭିଡ୍ ସଂକ୍ରମିତ ରୋଗୀ ଖରାପ ବାୟୁ ସଂସ୍ପର୍ଶରେ ଆସିବେ ତେବେ ତାଙ୍କର ମୃତ୍ୟୁ ହୋଇଯାଇପାରେ। ତେଣୁ କରୋନା ସହ ଦୂଷିତ ବାୟୁ ଅଧିକ ସମସ୍ୟା ସୃ‌ଷ୍ଟି କରିବ ବୋଲି ଦିଲ୍ଲୀରେ ଜଣେ ଚେଷ୍ଟ୍‌ ସର୍ଜନ୍‌ ଡ. ଅରବିନ୍ଦ କୁମାର କହିଛନ୍ତି। ଭାରତ ଏବେ ୨ଟି ପ୍ରମୁଖ ସ୍ବାସ୍ଥ୍ୟ ସଂକ୍ରାନ୍ତ ଚ୍ୟାଲେଂଜ ସାମ୍ନା କରୁଛି। ଗୋଟିଏ ହେଉଛି କ‌ରୋନା ଏବଂ ଅନ୍ୟଟି ବାୟୁ ପ୍ରଦୂଷଣ।