ସବୁ ଶିକ୍ଷକଙ୍କୁ ଗୁରୁ ଦିବସ ପୂର୍ବରୁ କରୋନା ଟିକା

ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣ ଭିତରେ ବିଭିନ୍ନ ରାଜ୍ୟରେ ସ୍କୁଲ ଖୋଲିବାରେ ଲାଗିଛି। ଏହି ସମୟରେ ସଂକ୍ରମଣ ବଢ଼ିବାର ଆଶଙ୍କା ଥିବାରୁ ସବୁ ଶିକ୍ଷକଙ୍କୁ ଟିକା ଦେବାକୁ ଅଣ୍ଟା ଭିଡ଼ିଛନ୍ତି କେନ୍ଦ୍ର ସରକାର। ଶିକ୍ଷକଙ୍କୁ ପ୍ରାଥମିକତା ଭିତ୍ତିରେ ଗୁରୁ ଦିବସ ପୂର୍ବରୁ ଟିକା ଦେବାକୁ ଆଜି କେନ୍ଦ୍ର ସରକାର ସବୁ ରାଜ୍ୟ ସରକାରମାନଙ୍କୁ ଅନୁରୋଧ କରିଛନ୍ତି। ଏପରି କି ଶିକ୍ଷକଙ୍କ ଟିକାକରଣ ପାଇଁ କେନ୍ଦ୍ର ସରକାର ଟିକାର ଅତିରିକ୍ତ ୨ କୋଟି ଡୋଜ୍‌ ଦେବେ ବୋଲି କହିଛନ୍ତି।