ଗୁଆହାଟି : ଅରୁଣାଞ୍ଚଳପ୍ରଦେଶରେ ମଙ୍ଗଳବାର ଭୂକମ୍ପର ଝଟକା ଅନୁଭବ ହୋଇଛି। ଭୋର ୪ଟା ୩୦ରେ ଉତ୍ତର-ଉତ୍ତର ପଶ୍ଚିମ ଅଞ୍ଚଳରେ ବାସରରେ ଭୂକମ୍ପ ଝଟକା ଅନୁଭବ ହୋଇଛି। ଏନସିଏସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ରିକ୍ଟର ସ୍କେଲରେ ଭୂକମ୍ପର ତିବ୍ରତା ୪.୯ ରେକର୍ଡ କରାଯାଇଛି। ଏଥିରେ ଏଯାଏଁ ଧନଜୀବନହାନୀ ହୋଇଥିବା ନେଇ କୌଣସି ସୂଚନା ମିଳିନାହିଁ। ଭୂକମ୍ପ ନେଇ ଅଧିକାରୀଙ୍କ ପକ୍ଷରୁ ତଥ୍ୟକୁ ଅପେକ୍ଷା କରାଯାଇଛି।
Prev Post