ଆନ୍ଧ୍ରକୁ ୨୪୩ କୋଟିର ଜରିମାନା

ନୂଆଦିଲ୍ଲୀ : ଆନ୍ଧ୍ରପ୍ରଦେଶକୁ ୨୪୩ କୋଟି ଟଙ୍କାର ଜରିମାନା କରିଛନ୍ତି ଜାତୀୟ ଗ୍ରିନ ଟ୍ରିବ୍ୟୁନାଲ । ବିବାଦୀୟ ପୋଲାଭରମ ପ୍ରକଳ୍ପ ନିର୍ମାଣରେ ପରିବେଶ ନିୟମ ଉଲ୍ଲଂଘନ କରିଥିବାରୁ ଏହି ଜରିମାନା ଲଗାଯାଇଛି । ଏହି ଜରିମାନା ୩ମାସ ଭିତରେ ଆନ୍ଧ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡଙ୍କ ନିକଟରେ ଦାଖଲ ପାଇଁ ନିର୍ଦ୍ଦେଶ ହୋଇଛି ।

ପ୍ରକଳ୍ପ ନିର୍ମାଣରେ ପରିବେଶ ନିୟମ ପାଳନ କରାଯାଉନଥିବା ଅଭିଯୋଗ କରି ୨୦୧୮ରୁ ଏକାଧିକ ଆବେଦନ ଟ୍ରିବ୍ୟୁନାଲଙ୍କ ନିକଟରେ ଦାଖଲ କରାଯାଇଥିଲା । ଟ୍ରିବ୍ୟୁନାଲ ୪୨୬ ପୃଷ୍ଠାର ରାୟ ପ୍ରକାଶ କରିଛନ୍ତି । ଯେଉଁଥିରେ ପୋଲାଭରମ ପ୍ରକଳ୍ପ ଏବଂ ଏଥିରେ ସାମିଲ ଅନ୍ୟ ତିନିଟି ଯୋଜନାରେ ପରିବେଶ ନିୟମଗୁଡିକର ଉଲ୍ଲଂଘନ ହୋଇଥିବା ଉଲ୍ଲେଖ କରାଯାଇଛି ।