ଦେଶରେ ଦିନକରେ ଆଉ ୧ ହଜାର ୬୮୫ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ:  ଦେଶରେ ଦିନକରେ ଆଉ ୧ ହଜାର ୬୮୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪,୩୦,୧୬,୩୭୨କୁ ବୃଦ୍ଧି ପାଇଛି। ଆଉ ୨,୪୯୯ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ମୋଟ ୪,୨୪,୭୮,୦୮୭ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆରୋଗ୍ୟ ହାର ୯୮.୭୫%। ସେହିପରି ଚିକିତ୍ସାଧୀନ ଅବସ୍ଥାରେ ଆଉ ୮୩ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫,୧୬,୭୫୫ରେ ପହଞ୍ଚିଛି।ମୃତ୍ୟୁହାର ୧.୨୦%। ୨୧,୫୩୦ ସକ୍ରିୟ ଆକ୍ରାନ୍ତ ଚିିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ସକ୍ରିୟ ଆକ୍ରାନ୍ତ ହାର ୦.୦୫%। ଦିନକ ପୂର୍ବରୁ ୬,୯୧,୪୨୫ ନମୁନା ପରୀକ୍ଷା କରାଯାଇଥିବା ବେଳେ ଏଯାଏଁ ମୋଟ ୭୮,୫୬,୪୪,୨୨୫ ନମୁନା ପରୀକ୍ଷା କରାଯାଇଛି। ଗୋଟିଏ ଦିନ ପୂର୍ବରୁ ୨୯,୮୨,୪୫୧ ଟିକା ନେଇଥିବା ବେଳେ ମୋଟ ୧,୮୨,୫୫,୭୫,୧୨୬ ଟିକାକରଣ କରାଯାଇଛି। ସକାଳ ଯାଏଁ ୮,୯୦,୪୫୨ ଟିକାକରଣ ହୋଇଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳାୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି।