ଆର୍‌ୟନ୍‌ ଖାନ୍‌ ଓ ଅନ୍ୟମାନଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ନିଆଗଲା ଜେଜେ ହସ୍ପିଟାଲ୍‌

ମୁମ୍ବାଇ: ଜାମିନ ଆବେଦନ ଶୁଣାଣି ପ୍ରକ୍ରିୟାର ଅଂଶବିଶେଷ ଭାବେ ଆର୍‌ୟନ୍‌ ଖାନ୍‌ ଏବଂ ଅନ୍ୟମାନଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ‘ଜେଜେ ହସ୍ପିଟାଲ୍‌’କୁ ନିଆଯାଇଛି। ଜାମିନ ଆବେଦନ ଶୁଣାଣି ଶେଷ ହେବା ପର୍ଯ୍ୟନ୍ତ ଅପେକ୍ଷା ନ କରି ଡାକ୍ତରୀ ପରୀକ୍ଷା ପରେ ସେମାନଙ୍କୁ ଅର୍ଥର୍‌ ରୋଡ୍‌ ଜେଲ୍‌କୁ ନେବା ପାଇଁ ‘ଏନ୍‌ସିବି’ ନିଷ୍ପତ୍ତି ନେଇଛି। ଜାମିନ ଆବେଦନ ଶୁଣାଣି ଚାଲିଥିବା ବେଳେ ଅତିରିକ୍ତ ସଲିସଟର୍‌ ଜେନେରାଲ୍‌ ମାଜିଷ୍ଟ୍ରେଟ୍‌ କୋର୍ଟରେ ‘ମେଣ୍ଟେନାବିଲିଟି ଇସ୍ୟୁ’ ଉଠାଇଥିଲେ। ପ୍ରଥମେ ତାହା ସ୍ଥିର କରାଯିବା ପରେ ମାମଲାର ‘ମେରିଟ୍‌’ ଅଛି କି, ନାହିଁ ଦେଖାଯିବା ଉଚିତ ବୋଲି ସେ କହିଥିଲେ।