ଏସଟିଏଫ ପଞ୍ଝାରେ ବଜ୍ରକାପ୍ତା ବେପାରୀ

ଭୁବନେଶ୍ୱର: ପୁଣି ଏସଟିଏଫ ପଞ୍ଝାରେ ବଜ୍ରକାପ୍ତା ବେପାରୀ । ଖୋର୍ଦ୍ଧା ପିତାପଲ୍ଲୀ ଛକ ନିକଟରେ ବିକ୍ରି ପାଇଁ ଡିଲ୍ ଚାଲିଥିବାବେଳେ ମାଡିବସିଲା ଏସଟିଏଫ । ରାସ୍ତା କଡରେ କାର୍ ଭିତରେ ଚାଲିଥିଲା ବଜ୍ରକାପ୍ତା ଡିଲ୍ । ଚଢାଉ ବେଳେ ଦୁଇ ଅଭିଯୁକ୍ତ କୈଳାସ ଖୋସାଲା ଓ ଚୈତନ ଭତ୍ରକୁ ଗିରଫ କରିଛି ଏସଟିଏଫ୍ । ଏମାନେ କେବିକେ ଅଂଚଳର ବୋଲି ଏସସିଏଫ ସୂଚନା ଦେଇଛି ।