ଫେରୁଛନ୍ତି ମହାକାଶଚାରୀ ସୁନିତା ୱିଲିୟମ୍ସ, ବ୍ୟାରି ୱିଲମୋର

ୱାଶିଂଟନ, ଡିସି: ନାସାର ବୋଇଂ ଷ୍ଟାରଲାଇନର ମହାକାଶଚାରୀ ସୁନିତା ‘ସୁନି’ ୱିଲିୟମ୍ସ ଏବଂ ବାରି ‘ବୁଚ୍’ ୱିଲମୋର, ଅନ୍ୟ ଦୁଇଜଣଙ୍କ ସହିତ, ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ଆଇଏସଏସ)ରୁ ଓହ୍ଲାଇଛନ୍ତି ଏବଂ ମଙ୍ଗଳବାର ସନ୍ଧ୍ୟାରେ ପୃଥିବୀକୁ ପହଂଚିବାର କାର୍ଯ୍ୟକ୍ରମ ରହିଛି ।

ନାସା ଆନ୍ତର୍ଜାତୀୟ ମହାକାଶ ଷ୍ଟେସନରୁ ଚାରି ଜଣ ମହାକାଶଚାରୀଙ୍କୁ ପୃଥିବୀକୁ ଫେରାଇ ଆଣିବା ପାଇଁ ସ୍ପେସଏକ୍ସ କ୍ରୁ-୯ ‘ଡ୍ରାଗନ୍ ଫ୍ରିଡମ୍’ କ୍ୟାପସୁଲର ଲାଇଭ୍ କଭରେଜ୍ ପ୍ରଦାନ କରିବ । ୱିଲିୟମ୍ସ ଏବଂ ୱିଲମୋର ସ୍ପେସଏକ୍ସ କ୍ରୁ ୯ ମହାକାଶଚାରୀ ନିକ୍ ହେଗ୍ ଏବଂ ରୁଷୀୟ ମହାକାଶଚାରୀ ଆଲେକଜାଣ୍ଡାର ଗୋର୍ବୁନୋଭଙ୍କ ସହିତ ଅଛନ୍ତି । ୱିଲାମ୍ସ ଏବଂ ୱିଲମୋର ଜୁନ୍ ୫ ତାରିଖରେ ଏକ ବୋଇଂ ଷ୍ଟାରଲାଇନର୍ ମହାକାଶଯାନ ଯୋଗେ ଆଇଏସଏସ କୁ ଉତକ୍ଷେପଣ କରିଥିଲେ । ତା’ପରେ ଆଇଏସଏସ ରେ ଯାନ୍ତ୍ରିକ ସମସ୍ୟା ସୃଷ୍ଟି ହେବା ପରେ ସେଠାରେ ରହିଯାଇଥିଲେ ।

ସେପ୍ଟେମ୍ବର ୨୦୨୪ରେ, ନାସା ଅନ୍ୟ ମହାକାଶଯାନ ପାଇଁ ଡକିଂ ପୋର୍ଟକୁ ମୁକ୍ତ କରିବା ପାଇଁ ଷ୍ଟାରଲାଇନର୍ ଯାନକୁ ବିନା ଚାଳକଙ୍କ ଦ୍ଵାରା ପୃଥିବୀକୁ ଫେରାଇ ଆଣିଥିଲା । ଏବେ, ନଅ ମାସ ପରେ ୱିଲିୟମ୍ସ ଏବଂ ୱିଲମୋର ଏଲୋନ୍ ମସ୍କଙ୍କ ମାଲିକାନାରେ ଥିବା ସ୍ପେସ୍ ଏକ୍ସର କ୍ୟାପସୁଲରେ ପୃଥିବୀକୁ ଫେରିବାକୁ ପ୍ରସ୍ତୁତ ।